ETV Bharat / state

ପରକୀୟା ପ୍ରୀତିରୁ ମାଆ-ପୁଅକୁ ହତ୍ୟା ଘଟଣା, ମାଇଁ ଓ ଭଣଜା ଗିରଫ

author img

By ETV Bharat Odisha Team

Published : Feb 27, 2024, 12:06 PM IST

Berhampur murder case
Berhampur murder case

Berhampur Murder Case: ବ୍ରହ୍ମପୁରର ଡୁଡିଆଲାଞ୍ଜି ଗାଁରେ ମାଆ ଓ ପୁଅକୁ ହତ୍ୟା ଘଟଣା । ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ

Berhampur murder case

ବ୍ରହ୍ମପୁର: ବ୍ରହ୍ମପୁରର ଜରଡ଼ା ଥାନା ଅନ୍ତର୍ଗତ ଡୁଡିଆଲାଞ୍ଜି ଗାଁରେ ମାଆ ଓ ପୁଅକୁ ହତ୍ୟା ଘଟଣାର ପର୍ଦ୍ଦାଫାସ । ମାଇଁ ଓ ଭଣଜାକୁ ଗିରଫ କଲା ପୋଲିସ । ଏହି ଦୁଇ ଅଭିଯୁକ୍ତମାନେ ହେଲେ ଜି. ଦେବେନ୍ଦ୍ର ରେଡ୍ଡୀ ଓ ଡ଼ି. ଗୁନାମ୍ମା । ଦୁହିଁଙ୍କ ମଧ୍ୟରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ମୁତାବକ, ଭଣଜା ଜି. ଦେବେନ୍ଦ୍ର ରେଡ୍ଡୀଙ୍କ ସହ ମାଇଁ ଡ଼ି. ଗୁନାମ୍ମାଙ୍କ ଅନୈତିକ ସମ୍ପର୍କ ଥିଲା । ଏହି ସମ୍ପର୍କକୁ ଦେବେନ୍ଦ୍ରଙ୍କ ବଡମାଇଁ ନୀଳବେଣୀ ବିରୋଧ କରିଥିଲେ । ଏହାକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ବିଶୃଙ୍ଖଳା ସହ ଅସନ୍ତୋଷ ଦେଖା ଦେଇଥିଲା । ଏହାପରେ ଅଭିଯୁକ୍ତ ଦେବେନ୍ଦ୍ର ଏବଂ ଗୁନାମ୍ମା ମିଶି ନୀଳାବେଣୀ ଏବଂ ତାଙ୍କ ୭ ବର୍ଷର ପୁଅ ଡି. ରିତିକକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଗ୍ରାମର ଦାଲି. ମୋହନ ରାଓ ଦୁବାଇରେ କାର୍ଯ୍ୟ କରୁଥିବା ବେଳେ ଘରେ ଏକାକୀ ରହୁଥିବା ତାଙ୍କ ଧର୍ମପତ୍ନୀ ନୀଳବେଣି ଓ ସାତ ବର୍ଷର ସାନ ପୁଅ ରିତିକ୍ ଘର ଭିତରେ ଶୋଇଥିଲେ । ଗତ ୧୯ ତାରିଖ ସକାଳ ସମୟରେ ଘରର କବାଟ ବହୁ ସମୟ ଧରି ବନ୍ଦ ରହିଥିବା ଦେଖି ମୃତ ମହିଳାଙ୍କ ଶାଶୁ, ଶ୍ୱଶୁରଙ୍କ ସନ୍ଦେହ ହୋଇଥିଲା । କବାଟ ଭାଙ୍ଗିବାରୁ ଘର ଭିତରେ ମାଆ-ପୁଅଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ- SHG ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ମିଳିଲା ପରିଚୟ, ହତ୍ୟା ସନ୍ଦେ

ଏହା ମଧ୍ୟ ପଢନ୍ତୁ - ସ୍ତ୍ରୀର ଚରିତ୍ର‌ ସଂହାର କରିବାରୁ ସାଙ୍ଗକୁ ହତ୍ୟା ମାମଲା, ହଂସପାଳ ହତ୍ୟାକାଣ୍ଡ ଦୋଷୀକୁ ଆଜୀବନ ସଜ୍ଜା

ଏନେଇ ସେମାନେ ପୋଲିସକୁ ଖବର ଦେଇଥିବା ବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଘଟଣାର ପାରିପାର୍ଶ୍ୱିକ ପରିସ୍ଥିତି ଦେଖି ପୋଲିସ ଉକ୍ତ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ଏହା ପରେ ମୃତଦେହ ବ୍ୟବଚ୍ଛେଦ ପଠାଇଥିଲା । ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫି୍କ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହିତ ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏନେଇ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.