ETV Bharat / state

ଜଗି ଥିଲା ଯମ, ଟାଣିନେଲା ନଦୀକୁ ! ଅଗ୍ନିଶମ ବିଭାଗ ପକ୍ଷରୁ ମୃତଦେହ ଉଦ୍ଧାର - Men Drowned To Death In River

author img

By ETV Bharat Odisha Team

Published : Mar 25, 2024, 7:56 PM IST

ଦୋଳ ପୂର୍ଣ୍ଣିମାରେ ଅଘଟଣ, କନ୍ଦଳ ନଦୀରେ ବୁଡ଼ି ଗଲେ ଜଣେ ବ୍ୟକ୍ତି
ଦୋଳ ପୂର୍ଣ୍ଣିମାରେ ଅଘଟଣ, କନ୍ଦଳ ନଦୀରେ ବୁଡ଼ି ଗଲେ ଜଣେ ବ୍ୟକ୍ତି

Man Drowned To Death In River: ନିଆଳି ଥାନା ବିଳାଶୁଣୀ ପଞ୍ଚାୟତ ବାଲିକୁଦା ଗ୍ରାମରେ ଅଘଟଣ । କୁଣ୍ତିମୁହଁ କନ୍ଦଳ ନଦୀକୁ ଗାଧୋଇବାକୁ ଯାଇ ଫେରିଲେନି, ସେହି ଗ୍ରାମର ରବିନ୍ଦ୍ର ବେହେରା । ଅଧିକ ପଢନ୍ତୁ

ଦୋଳ ପୂର୍ଣ୍ଣିମାରେ ଅଘଟଣ, କନ୍ଦଳ ନଦୀରେ ବୁଡ଼ି ଗଲେ ଜଣେ ବ୍ୟକ୍ତି

ନିଆଳି: ଦୋଳ ଉତ୍ସବରେ ଅଘଟଣ । ନଦୀକୁ ଗାଧୋଇବାକୁ ଯାଇଥିବା ବ୍ୟକ୍ତିଙ୍କ ପାଣିରେ ବୁଡି ମୃତ୍ୟୁ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ବିଳାଶୁଣୀ ପଞ୍ଚାୟତ ବାଲିକୁଦା ଗ୍ରାମରେ । ତେବେ ମୃତକ ଜଣକ ହେଲେ ସେହି ଗ୍ରାମର ରବିନ୍ଦ୍ର ବେହେରା (୫୨) । ସବୁଦିନ ପରି ଆଜି ବି ଗାଁ ନିକଟରେ ଥିବା କୁଣ୍ତିମୁହଁ କନ୍ଦଳ ନଦୀକୁ ଗାଧୋଇବାକୁ ଯାଇଥିଲେ ରବିନ୍ଦ୍ର । ବିଳମ୍ବିତ ସମୟ ଯାଏଁ ଘରକୁ ନ ଫେରିବାରୁ ଖୋଜା ଖୋଜି ଆରମ୍ଭ କରିଥିଲେ ପରିବାର ଲୋକେ । ସେ ନଦୀକୁ ସବୁଦିନ ଗାଧୋଇବା ପାଇଁ ଯାଉଥିଲେ ହେଲେ ଆଜି ଜଗି ବସିଥିଲା ଯମ । ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦହକୁ ଉଦ୍ଧାର କରିଛି ।

ସୂଚନା ଯୋଗ୍ୟ ,ଆଜି (ସୋମବାର) ଦିନ ବାଲିକୁଦା ଗ୍ରାମ ରବିନ୍ଦ୍ର ବେହେରା କନ୍ଦଳ ନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ସେଠାରେ କୈଣସି କାରଣରୁ ନଦୀ ଭିତରକୁ ଚାଲି ଯାଇଥିଲେ । ରବିନ୍ଦ୍ର ଘରକୁ ନ ଫେରିବା ଏବଂ ବିଳମ୍ବିତ ହେବାରୁ ନଦୀ କୂଳରେ ଚପଲ ଓ ସାବୁନ ଦେଖି ପରିବାର ଏବଂ ସ୍ଥାନୀୟ ଲୋକମାନେ ସନ୍ଦେହ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକେ ପ୍ରଥମେ ନଦୀରେ ଖୋଜାଖୋଜି କରିବା ପରେ ହତାଶ ହୋଇଥିଲେ ।ପରେ ନିଆଳି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।

୬ ଜଣ ଅଗ୍ନଶମ ବିଭାଗ କର୍ମଚାରୀ କନ୍ଦଳ ନଦୀରେ ବହୁ ଖୋଜାଖୋଜି କରି ପ୍ରାୟ ଦୁଇ ଘଣ୍ଟା ପରେ ରବିନ୍ଦ୍ରଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ସେପଟେ ମୃତ ରବିନ୍ଦ୍ର ଘରର ଏକ ମାତ୍ର ରୋଜଗାରିଆ ଥିଲେ । ତାଙ୍କର ସ୍ତ୍ରୀ ,ବିଧବା ମାଆ ଏବଂ ତିନି ଝିଅ ରହିଥିବା ସୂଚନା ମିଳିଛି । ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ପାଇଁ ମୃତକଙ୍କ ରବିନ୍ଦ୍ରଙ୍କ ଭାଇ ଏବଂ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ଭୋଜି ହେଲା କାଳ, ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ମୃତ

ପ୍ରକାଶ ଯୋଗ୍ୟ, ସେହିପରି ଗତ ୧୮ ତାରିଖ ଦିନ କୋଏଲ ନଦୀରେ ବୁଡି ଦୁଇ ଯୁବକଙ୍କର ମୃତ୍ୟୁ ହୋଥିଲା । ପିକନିକ କରିବାକୁ ଯାଇ ନଦୀରେ ବୁଡି ଯାଇଥିଲେ ଯୁବକ । ନଦୀରେ ଗାଧୋଉଥିବା ସମୟରେ ସେ ଦୁଇ ଯୁବକ ପାଣିରେ ବୁଡ଼ି ଯାଇ ନିଖୋଜ ଥିଲେ । ତେବେ ମୃତକ ଦୁଇ ଜଣ ହେଲେ ନିତେଶ ମାହାତୋ ଏବଂ ଅନିକେତ ବୋଦ୍ରା ବୋଲି ଜଣାପଡ଼ିଥିଲା । ବନ୍ଧମୁଣ୍ଡା ଅଞ୍ଚଳର ୮ ଜଣ ଛାତ୍ର ସୋମବାର ପୂର୍ବାହ୍ନରେ ମିଟ୍‌କୁନ୍ଦୁରି କୋଏଲ ନଦୀ ପଠାକୁ ପିକନିକ୍‌ କରିବାକୁ ଯାଇଥିଲେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.