ETV Bharat / state

କର୍ପୋରେଟ ଇନଭେଷ୍ଟ ନାଁରେ ମହାଠକେଇ, କୋଟିଏ ଠକେଇ କରି BBA ଛାତ୍ର ଗିରଫ - Fraudster Arrested In Bhuabaneswar

author img

By ETV Bharat Odisha Team

Published : Apr 16, 2024, 6:33 PM IST

Fraudster Arrested: ମ୍ୟାନେଜମେଣ୍ଟ ପଢୁଆ ଛାତ୍ରଙ୍କ ମହା ଠକେଇ କାରନାମା । ନିବେଶକଙ୍କୁ ଅଧିକ ଲାଭ ଦେଖାଇ ଲୁଟିଥିଲେ ୧କୋଟି ୧୧ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

କର୍ପୋରେଟ ଇନଭେଷ୍ଟ ନାଁରେ ମହାଠକେଇ, କୋଟିଏ ଠକେଇ କରି BBA ଛାତ୍ର ଗିରଫ
କର୍ପୋରେଟ ଇନଭେଷ୍ଟ ନାଁରେ ମହାଠକେଇ, କୋଟିଏ ଠକେଇ କରି BBA ଛାତ୍ର ଗିରଫ

କର୍ପୋରେଟ ଇନଭେଷ୍ଟ ନାଁରେ ମହାଠକେଇ, କୋଟିଏ ଠକେଇ କରି BBA ଛାତ୍ର ଗିରଫ

ଭୁବନେଶ୍ବର: ପଢୁଥିଲା ମ୍ୟାନେଜମେଣ୍ଟ ପାଠ, ହେଲେ ଠକେଇ ପାଇଁ କରୁଥିଲା ଷଡଯନ୍ତ୍ର । ଅଧିକ ଲାଭ ଦେଖାଇ ନିବେଶକଙ୍କୁ ଲୁଟିବା ପରେ ପୋଲିସ୍ ହାବୁଡରେ ମହାଠକ । ଏନେଇ ଏସିପି ଶରତ ଚନ୍ଦ୍ର ସାହୁ ସୂଚନା ଦେଇ କହିଛନ୍ତି ଯେ, ଗତ ୫ ଫେବୃଆରୀରେ କିଛି ନିବେଶକଙ୍କ ଦ୍ବାରା ସ୍ପେଶାଲ କ୍ରାଇମ ୟୁନିଟକୁ ଠକେଇ ଏକ ଅଭିଯୋଗ ଆସିଥିଲା । ସ୍ପେଶାଲ କ୍ରାଇମ୍ ୟୁନିଟର ଆଣ୍ଟି ଫ୍ରଡ ସେଲ ଏହାର ତଦନ୍ତ କରିଥିଲା । ଏହି ଠକେଇ ପଛର ମାଷ୍ଟରମାଇଣ୍ଡ ୨୧ ବର୍ଷୀୟ ଆତ୍ମଜ୍ୟୋତି ନାୟକ ବୋଲି ଜଣା ପଡିଥିଲା ।

ସେ ଅନଲାଇନରେ Imperial investor ନାଁରେ ବିଜ୍ଞାପନ ଦେଇ ଲୋକଙ୍କୁ ଭଲ ମୁନାଫା ଦେବାର ଲୋଭ ଦେଖାଇ ନିବେଶକଙ୍କୁ ନିବେଶ ପାଇଁ କହୁଥିଲା । ଏନେଇ‌ ଅନେକ ଲୋକ ବିଜ୍ଞାପନ ଦେଖି ଯୋଗାଯୋଗ ପରେ ସେମାନଙ୍କ ଠାରୁ ଇନଭେଷ୍ଟ ପାଇଁ ମୋଟା ଅଙ୍କର ଟଙ୍କା ନେଉଥିଲା । ଆରମ୍ଭରୁ ଭଲ ମୁନାଫା ମଧ୍ୟ ଦେଉଥିଲା । ଏପରିକି ୧୨ଲକ୍ଷ ପର୍ଯନ୍ତ ରିଟର୍ଣ୍ଣ ଦେଇ ପରବର୍ତ୍ତୀ ପର୍ଯ୍ୟାୟରେ ୧କୋଟି ୧୧ଲକ୍ଷ ଠକେଇ କରିଥିଲା ଅମରଜିତ୍ ।

ଏହା ମଧ୍ୟ ପଢନ୍ତୁ... କ୍ରିପ୍ଟୋ ନିବେଶ ଆଳରେ ୧୫ କୋଟି ଠକେଇ, ୨ ଅଭିଯୁକ୍ତ ଗିରଫ - Crypto Currency Scam

ଠକେଇ ଟଙ୍କାକୁ ସେୟାର‌ବଜାରରେ ଟ୍ରେଡିଂ କରି ନିବେଶ କରି ନିଜେ ଭଲ ମୁନାଫା କରୁଥିଲା । ଅଭିଯୁକ୍ତ ଆତ୍ମଜ୍ୟୋତି ନାୟକକୁ ଗତକାଲି ଭୁବନେଶ୍ବର ପଳାଶପଲ୍ଲୀ ସ୍ଥିତ ଘରୁ ଗିରଫ କରାଯାଇଥିଲା । ତେବେ ଆଜି ଅଭିଯୁକ୍ତ ଆତ୍ମଜ୍ୟୋତିକୁ ପୋଲିସ କୋର୍ଟ ଚାଲାଣ କରିଛି । ତାର ବ୍ୟାଙ୍କ ଆକାଉଣ୍ଟ ସିଜ କରାଯାଇଛି । ଆକାଉଣ୍ଟରେ ପାଖାପାଖି ୧୫ ଲକ୍ଷ ଥିବା ବେଳେ ବାକି ଟଙ୍କା ଅଭିଯୁକ୍ତ ଜଣଙ୍କ ଷ୍ଟକ ମାର୍କେଟରେ ଇନଭେଷ୍ଟମେଣ୍ଟ କରିଦେଇଥିବା ଜାଣିବାକୁ ପାଇଛି କମିଶନରେଟ ପୋଲିସ ।

ସେପଟେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବ ବୋଲି ସୂଚନା ଦେଇଛନ୍ତି ଏସିପି । ଏହା ସହ ଏହି ଠକେଇ ରେ ଆଉ କିଏ କିଏ ସାମିଲ ରହିଛନ୍ତି ଏ ସମ୍ପର୍କରେ ତଦନ୍ତ କରି ସେମାନଙ୍କୁ ଖୁିବ ଶୀଘ୍ର ଗିରଫ କରାଯିବ ବୋଲି ଏସିପି ସୂଚନା ଦେଇଛନ୍ତି । ଅଭିଯୁକ୍ତ ଏକ ଘରୋଇ କଲେଜରେ ବିବିଏମ ଫାଇନାଲ ଇୟରରେ ପଢୁଥିବା ଜଣାପଡିଛି । ତେବେ ପାଠୁଆ ଠକଙ୍କ ଏଭଳି ଠକେଇର କାରନାମା କୌଣସି ନୂଆ ନୁହେଁ । ଏହିଭଳି ଅନେକ ଠକ ପୁର୍ବରୁ ଗିରଫ ହୋଇଛନ୍ତି । କମ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ନିଶା ସେମାନଙ୍କୁ ସଜାଇଛି ଅପରାଧୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.