ETV Bharat / state

କ୍ରିପ୍ଟୋ ନିବେଶ ଆଳରେ ୧୫ କୋଟି ଠକେଇ, ୨ ଅଭିଯୁକ୍ତ ଗିରଫ - Crypto Currency Scam

author img

By ETV Bharat Odisha Team

Published : Apr 15, 2024, 8:45 PM IST

EOW Nabs 2 Fraudsters: କ୍ରିପ୍ଟୋ କରେନ୍ସିରେ ନିବେଶ କରୁଥିଲେ ସାବଧାନ । ଧନୀ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ଠକୁଛନ୍ତି ଠକ । ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି EOW । ଅଧିକ ପଢନ୍ତୁ

Crypto Currency Scam
Crypto Currency Scam

Crypto Currency Scam

ଭୁବନେଶ୍ବର: ପୁଣି କ୍ରିପ୍ଟୋ ନିବେଶ ଆଳରେ ଠକେଇ । କମ୍ପ୍ୟୁଟର ଜ୍ଞାନ ନଥିବା ବ୍ୟକ୍ତିଙ୍କୁ ଠକେଇ କରି ଓଡ଼ିଶାରୁ ୧୫ କୋଟି ଟଙ୍କାର ଚୁନା ଲଗାଇଥିଲେ ଠକ । ଏହି ଠକେଇ କରିଥିବା ରାଜସ୍ଥାନର ବେଦ ପ୍ରକାଶ ଓ ଓଡ଼ିଶାର ସୁଧୀର ପଟେଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା ।

ଏନେଇ EOW ଏସପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି, " ପୁରୀ, ଭୁବନେଶ୍ୱର, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରୁ ୧୫ କୋଟିର ଠକେଇ କରିଛନ୍ତି ଏହି ଠକ । ଲୋକଙ୍କୁ ଏମାନେ ଏକାଠି କରି ନାମିଦାମି ହୋଟେଲରେ କନଫରେନ୍ସ କରି ଏକଜୁଟ କରିବା ପରେ ସେମାନଙ୍କୁ କ୍ରିପ୍ଟୋ ନିବେଶରେ ଲୋଭ ଦେଖାଇ ଠକିନେଇଛନ୍ତି । ବିଶେଷ କରି ପଶ୍ଚିମ ଓଡ଼ିଶାରୁ ୧୪କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଛନ୍ତି । ମାଷ୍ଟରମାଇଣ୍ଡ ବେଦ ପ୍ରକାଶର ଘର ରାଜସ୍ଥାନ ଅଞ୍ଚଳରେ ହୋଇଥିବାବେଳେ ସେ ରାଜସ୍ଥାନ ପୋଲିସର କନଷ୍ଟେବଳ ଭାବେ କାମ କରୁଥିଲେ । ପରେ ୫ବର୍ଷ ହେବ ସେ ଚାକିରିରୁ ବହିଷ୍କାର ହେବା ପରେ ଧିରେ ଧିରେ ଏପରି ଠକେଇର ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।"


"ଓଡ଼ିଶାର ସୁଧୀର ପଟେଲଙ୍କ ସହ ମିଶି ଏଭଳି ଠକାମି କରୁଥିଲେ । ଏଥିପାଇଁ କିଛି କ୍ରିପ୍ଟୋ ଏଜେନ୍ସି କରି ନିବେଶ ପାଇଁ ଲୋକଙ୍କୁ କହୁଥିଲେ । ଇଏନଜି କ୍ରିପ୍ଟୋ( ENG Crypto), ଏନଟାଇସ କ୍ୟାପିଟାଲ (Entice Capital), ୟୁଏସଡିଟି କ୍ଲବ (USDT Club), ଆଡ୍ସ ଏକ୍ସଚେଞ୍ଜ (ADS Exchange) , କ୍ରିଟ୍ ୧୧ (CRIT 11) ଭଳି କ୍ରିପ୍ଟୋ ଏଜେନ୍ସି କରି ଭଲ ରିଟର୍ଣ୍ଣ ଦେବାର ଲୋଭ ଦେଇ ନିବେଶକଙ୍କଠୁ ଟଙ୍କା ନେଉଥିଲେ । ଏପରିକି ଜଣେ ଜଣେ ଲୋକଙ୍କଠୁ କୋଟିଏ ପର୍ଯ୍ୟନ୍ତ ନିବେଶ ପାଇଁ ନେଇ ଠକେଇ କରିଛନ୍ତି । ଜଣେ ନିବେଶକଙ୍କଠାରୁ ୪୮ଲକ୍ଷ ଟଙ୍କା ନେଇ ବଦଳରେ ମାତ୍ର ୨୦ ହଜାର ଟଙ୍କା ଫେରସ୍ତ ଦେଇଥିଲେ" ବୋଲି କହିଛନ୍ତି EOW ଏସପି ।

ଏହା ବି ପଢନ୍ତୁ...ପିପିଲି IDBI ବ୍ୟାଙ୍କରେ ୩ କୋଟି ୭୦ ଲକ୍ଷ ଠକେଇ, ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ

ସୂଚନା ଅନୁସାରେ, ଅଭିଯୁକ୍ତମାନେ ବିଶେଷ କରି ଅଧିକ ଟଙ୍କା ଥିବା ଲୋକଙ୍କୁ ଟାର୍ଗେଟ୍ କରୁଥିଲେ । ଯେପରିକି ସୁଧ ବେପାରୀ, ଜମି ବେପାରୀ ବା ଅବସରପ୍ରାପ୍ତ ଆର୍ମି ଅଫିସର ଓ ସରକାରୀ କର୍ମଚାରୀଙ୍କୁ ସେମାନେ ଟାର୍ଗେଟ୍ କରୁଥିଲେ । ଯେଉଁମାନଙ୍କ କଳା ଟଙ୍କା କାରବାର ରହୁଥିଲା ସେମାନଙ୍କୁ ଏପରି କ୍ରିପ୍ଟୋର ନିବେଶ କଲେ ଧରାପଡ଼ିବାର ଭୟ ନଥିବା କହି ଠକାମି କରୁଥିଲେ‌ । ଏନେଇ ଇଓଡବ୍ଲ୍ୟୁ ନିକଟରେ ଅଭିଯୋଗ ପରେ ସେମାନଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.