ETV Bharat / state

ପିପିଲି ଖରିଜା ଗାଁ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୧୧ ଡକାୟତି ଗିରଫ - pipili loot

author img

By ETV Bharat Odisha Team

Published : Apr 15, 2024, 11:12 PM IST

ପିପିଲି ଖରିଜା ଗାଁ ଲୁଟ୍ ଘଟଣାର ପର୍ଦ୍ଦାଫାସ ,୧୧ ଡକାୟତି ଗିରଫ
ପିପିଲି ଖରିଜା ଗାଁ ଲୁଟ୍ ଘଟଣାର ପର୍ଦ୍ଦାଫାସ ,୧୧ ଡକାୟତି ଗିରଫ

Police Arrested Dacoits: ପୁରୀ ପୋଲିସକୁ ବଡ଼ ସଫଳତା । ପିପିଲି ଖରିଜା ଗାଁରେ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦା ଫାସ । ଏହି ଘଟଣାରେ ୧୧ ଜଣ ଡକାୟତି ସହ ୩ ଜଣ ସହଯୋଗୀ ଗିରଫ । ଅଧିକ ପଢନ୍ତୁ

ପିପିଲି ଖରିଜା ଗାଁ ଲୁଟ୍ ଘଟଣାର ପର୍ଦ୍ଦାଫାସ ,୧୧ ଡକାୟତି ଗିରଫ

ନିମାପଡ଼ା: ପୁରୀ ପୋଲିସକୁ ବଡ଼ ସଫଳତା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମାନ ଢଙ୍ଗରେ ଅପରାଧ ଘଟାଉଥିବା ୧୧ ଅପରାଧୀଙ୍କୁ ବାନ୍ଧିଲା ପୋଲିସ । ପୋଲିସ ଅଭିଯୁକ୍ତଙ୍କଠାରୁ ୧୮ ଲକ୍ଷ ୧୬ ହଜାର ଟଙ୍କା, ୪୬୨ ଗ୍ରାମ ସୁନା, ୫୬୬ ଗ୍ରାମ ରୂପା ଜବତ କରିବା ସହିତ ୧୬ ଟି ଖଣ୍ଡା,୨ଟି ବନ୍ଧୁକ, ଗୋଟିଏ ସ୍କପିଓ, ଗୋଟିଏ ବାଇକ ଜବତ କରିଛି ପୋଲିସ । ଏନେଇ ଆଜି ଏକ ସାମ୍ବାଦିତ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର ।

ପୋଲିସ ସୂଚନା ଅନୁସାରେ, ଗତ ୭ ତାରିଖରେ ପିପିଲି ସରସ୍ଵତୀପୁର ଦକ୍ଷିଣ ସାହି ଖରିଜା ଗ୍ରାମରେ ଏକ ଲୁଟ ହୋଇଥିଲା । ସେହି ଗ୍ରାମର ହୋମିଓପାଥି ଡାକ୍ତର ରବୀନ୍ଦ୍ର କୁମାର ମହାପାତ୍ରଙ୍କ ଘରୁ ଡକାୟତି ହୋଇଥିବା ଅଭିଯୋଗ ହୋଇଥିଲା । ତାଙ୍କ ଘରୁ ସୁନା ଅଳଙ୍କାର ସମେତ ଟଙ୍କା ଚୋରି କରି ନେଇଥିଲେ ଦୁର୍ବୃତ୍ତ । ସମାନ ଢଙ୍ଗରେ ଏହି ଅପରାଧୀମାନେ କୋଣାର୍କ ଓ ଅସ୍ତରଙ୍ଗରେ ମଧ୍ୟ ଘରୁ ଲୁଟ କରିଥିଲେ । ଏହି ଘଟଣାରେ ପୋଲିସର ସ୍ବାତନ୍ତ୍ର ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଛି ।

ଏମାନଙ୍କ ଠାରୁ ବିଫୁଳ ପରିମାଣର ଚୋରି ହୋଇଥିବା ସୁନା ଓ ରୂପା ଅଳଙ୍କାରକୁ ଜବତ କରିଛି ପୋଲିସ । ଏହାସହ ବିଭିନ୍ନ ମାରଣା ଅସ୍ତ୍ର ଏବଂ ୭ଟି ବୋମା ମଧ୍ୟ ଜବତ କରିଛି ପୋଲିସ । ସେପଟେ କମିଶନରେଟ ପୋଲିସ ଦ୍ବାର ଏହି ଗ୍ୟାଙ୍ଗର ୩ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଥିବା ଜଣାପଡ଼ିଛି ।ଏହି ଅଭିଯୁକ୍ତମାନେ ଚୋରା ସୁନା କିଣା ବିକାରେ ସମ୍ପୃକ୍ତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ ....ମେଣ୍ଡା ଗାଁ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୮ ଅଭିଯୁକ୍ତ ଗିରଫ - POLICE BUST DACOIT GANGS

ଏହା ମଧ୍ୟ ପଢନ୍ତୁ.....ବ୍ରଏଲର କୁକୁଡା କମ୍ପାନୀ ଏଜେଣ୍ଟଙ୍କୁ ଆକ୍ରମଣ କରି ଲୁଟୁନେଲେ 4ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ସିସିଟିଭିରେ ଭିଡିଓ କଏଦ - Loot From Broiler Company Agent

ସୂଚନା ଥାଉ କି , ଏହି ଅଭିଯୁକ୍ତ ମାନେ ରବୀନ୍ଦ୍ରଙ୍କ ଘରକୁ ଫିଲ୍ମ ଷ୍ଟାଇରେ ଆସିଲେ ଲୁଟିଥିଲେ । ଘରେ ଥିବା ଲୋକଙ୍କୁ ଆକ୍ରମଣ କରିବା ସହ ସୁନା ଗହଣା ସବୁ ଲୁଟିଥିଲେ ।କେହି କିଛି ଜାଣିବା ବୁଝିବା ଆଗରୁ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ।ତାଙ୍କ ଘରୁ ସୁନା,ରୂପା ଅଳଙ୍କାର ସହିତ ନଗଦ ପ୍ରାୟ ୧୫ ହଜାର ଟଙ୍କା ଲୁଟ କରିଥିଲେ ଦୁର୍ବୃତ୍ତ ।ଏହି ଘଟଣାକପ ଗୁରୁତ୍ବ ସହ ନେଇଥିଲା ପୋଲିସ ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.