ETV Bharat / state

ମେଣ୍ଡା ଗାଁ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୮ ଅଭିଯୁକ୍ତ ଗିରଫ - POLICE BUST DACOIT GANGS

author img

By ETV Bharat Odisha Team

Published : Apr 14, 2024, 10:12 PM IST

Police Arrested Dacoits: ତରଭା ଥାନା ପୋଲିସକୁ ସଫଳତା । ଏକ ଲୁଟ ଘଟଣାର ପର୍ଦାଫାସ କରିବା ସହ ଲୁଟ ସାମଗ୍ରୀକୁ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

ମେଣ୍ଡା ଗାଁ ଲୁଟ୍ ଘଟଣାର ପର୍ଦ୍ଦାଫାସ , ୮ ଅଭିଯୁକ୍ତ ଗିରଫ
ମେଣ୍ଡା ଗାଁ ଲୁଟ୍ ଘଟଣାର ପର୍ଦ୍ଦାଫାସ , ୮ ଅଭିଯୁକ୍ତ ଗିରଫ

ମେଣ୍ଡା ଗାଁ ଲୁଟ୍ ଘଟଣାର ପର୍ଦ୍ଦାଫାସ , ୮ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର: ଜିଲ୍ଲାର ତରଭା ଥାନା ଅନ୍ତର୍ଗତ ମେଣ୍ଡା ଗାଁରେ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦଫାସ କରିଛି ତରଭା ଥାନା ପୋଲିସ । ମେଣ୍ଡା ଗାଁର ମୋନାଲିସା କରଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଲୁଟ କରିଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ପୋଲିସ ୮ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଆଜି (ରବିବାର) ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ସୁବର୍ଣ୍ଣପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ସୂଚନା ଦେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ ଚୋରି, ଡକାୟତି ବଢୁଥିବାରୁ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ସୂଚନାଯୋଗ୍ୟ, ଗତ ୫ ତାରିଖ ଦିନ ମେଣ୍ଡା ଗାଁର ମୋନାଲିସା କର ଥାନାରେ ଅଭିଯୋଗ କରିଥିଲେ । ମୋନାଲିସାଙ୍କ ବାପାଙ୍କ ଦେହ ଅସୁସ୍ଥ ରହିଥିବାରୁ ପରିବାରର ସମସ୍ତେ ତାଙ୍କ ଚିକିତ୍ସା ପାଇଁ ଭୁବନେଶ୍ବର ଯାଇଥିଲେ । ସେଠାରେ ଲମ୍ବା ସମୟ ପର୍ଯ୍ୟନ୍ତ ରହି ବାପାଙ୍କ ଚିକିତ୍ସା କରିଥିଲେ । ଏହାରି ଭିତରେ ଘରେ କେହି ନଥିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ । ଘରେ ଥିବା ପ୍ରାୟ ୭୦ଗ୍ରାମରୁ ଅଧିକ ସୁନା ଗହଣା ଓ ରୂପା ଅଳଙ୍କାର ସହିତ କଂସା, ପିତ୍ତଳର ଜିନିଷ ସବୁ ଚୋରି କରିଥିଲେ । ମୋନାଲିସା ଯେତେବେଳେ ଘରକୁ ଆସିଲେ ସେହି ସମୟରେ ଜାଣିବାକୁ ପାଇଥିଲେ ଘରୁ ଲୁଟ୍ ହୋଇଛି ବୋଲି । ଏହାପରେ ସେ ଗତ ୫ ତାରିଖରେ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ।

ଏହା ମଧ୍ୟ ପଢନ୍ତୁ .....ମାତିଛନ୍ତି ଆପାର୍ଟମେଣ୍ଟ ଲୁଟେରା, ଜିଲ୍ଲା ଜଜଙ୍କ ସମେତ ୪ ଫ୍ଲାଟରୁ ଚୋରି - Loot From Apartment

ତେବେ ଆଜି ଏହି ଲୁଟ ଘଟଣାରୁ ପରଦା ହଟିଛି । ପୋଲିସ 8 ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ତରଭା ଅଞ୍ଚଳର ଅଶୋକ ଫରିକାର, ତାଙ୍କ ଭାଇ ଶଙ୍କର ଲାଲ ଫରୀକାର, ଯୋଗେଶ ସାଠୁଆ, ବଶିଷ୍ଠ ମେହେର, ବରୁଣ ପଧାନ, ରଞ୍ଜିତ ଦାସ ଓ ସୋନୁ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ପୋଲିସ ଅଭିଯୁକ୍ତଙ୍କ ଠାରୁ ଚୋରି ହୋଇଥିବା ସାମଗ୍ରୀ ସବୁ ଜବତ କରିଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ତରଭା ଥାନା ଆଇଆଇସି ଅନିତା କିଡୋ ଓ ମେଣ୍ଢା ଫାଣ୍ଡି ଅଧିକାରୀ ରବୀନ୍ଦ୍ର ସାହୁଙ୍କ ଉପସ୍ଥିତି ରହିଥିଲେ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.