ETV Bharat / state

ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ; ମହଙ୍ଗା ପଡ଼ିଲା କ୍ବାକ ଚିକିତ୍ସା, ଭୁଲ ଇଞ୍ଜେକ୍ସନ ନେଲା 10 ଛେଳିଙ୍କ ଜୀବନ

author img

By ETV Bharat Odisha Team

Published : Feb 13, 2024, 9:27 PM IST

Quack Treatment In Khordha : ପ୍ରାଣୀ ଚିକିତ୍ସକଙ୍କ ଅନୁପସ୍ଥିତିରେ କ୍ବାକଙ୍କ ସାହାରା ନେଇ ଜଣେ ପଶୁପାଳକ ତାଙ୍କର 10 ଛେଳିକୁ ହରାଇଛନ୍ତି । ଅଧିକ ପଢ଼ନ୍ତୁ

ମହଙ୍ଗା ପଡ଼ିଲା କ୍ବାକ ଚିକିତ୍ସା
ମହଙ୍ଗା ପଡ଼ିଲା କ୍ବାକ ଚିକିତ୍ସା

ମହଙ୍ଗା ପଡ଼ିଲା କ୍ବାକ ଚିକିତ୍ସା

ଖୋର୍ଦ୍ଧା: କ୍ବାକ ଚିକିତ୍ସା ପାଲଟିଲା କାଳ । ମହଙ୍ଗା ପଡ଼ିଲା କ୍ବାକଙ୍କ ଦ୍ବାରା ଚିକିତ୍ସା କରାଇବା । ଦୀର୍ଘ ଦିନ ଧରି ସମୂହ ଛୁଟିରେ ଅଛନ୍ତି ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ । ଚାରି ଦଫା ଦାବି ନେଇ ଆନ୍ଦୋଳନରେ ଥିବା ବେଳେ ଏଥିପାଇଁ ଗ୍ରାମାଞ୍ଚଳରେ ପ୍ରାଣୀ ଚିକିତ୍ସା ବ୍ୟାଘାତ ହୋଇଛି । ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପଶୁପାଳକ । ଆଉ ଏହାରି ଭତରେ ଫାଇଦା ଉଠାଉଛନ୍ତି କ୍ବାକ । କ୍ବାକମାନଙ୍କ ଭୁଲଭାଲ ଚିକିତ୍ସା ଫଳରେ ପଶୁପାଳକମାନଙ୍କ ସମସ୍ୟା ଆହୁରି ଜଟିଳ ହୋଇଯାଇଛି । ଯାହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ । ଯେଉଁଠି କ୍ବାକଙ୍କ ସାହାରା ନେଇ ଜଣେ ପଶୁପାଳକ ତାଙ୍କର 10 ଛେଳିକୁ ହରାଇଛନ୍ତି ।

ସୂୂୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ପଙ୍ଗାରସିଂହ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଭୋଗଡା ଆଦିବାସୀ ସାହିର ଝିଲି ପ୍ରଧାନ କଟକ ଜିଲ୍ଲା ବାଙ୍କୀ ସ୍ଥିତ ବନ୍ଧନ ଫାଇନାନ୍ସ ସଂସ୍ଥାରୁ ଋଣ ଆଣି ଛେଳି ପାଳନ କରୁଥିଲେ । କିଛିଦିନ ହେଲା ଛେଳିଙ୍କର ଥଣ୍ଡା ଜନିତ ରୋଗ ଲାଗି ରହିଥିଲା । ସେପଟେ ପ୍ରାଣୀ ଚିକିତ୍ସକମାନେ ଛୁଟିରେ ଥିବାରୁ ବାଧ୍ୟ ହୋଇ ଚିକିତ୍ସା ପାଇଁ ଝିଲି ଏବଂ ତାଙ୍କ ସ୍ୱାମୀ ଅପର୍ତ୍ତି ଗାଁ ଗାଁରେ ବୁଲୁଥିବା ଜଣେ କ୍ବାକଙ୍କର ସହାୟତା ଲୋଡିଥିଲେ । ସୋମବାର ସକାଳୁ କ୍ବାକ ଆସି ଛେଳିଙ୍କୁ ଇଞ୍ଜେକସନ ଦେଇଥିଲେ । ତେବେ ଇଞ୍ଜେକସନ ଦେବାର କିଛି ସମୟ ପରେ ଗୋଟିଏ ପରେ ଗୋଟିଏ, ଏଭଳି 10ଟି ଛେଳିଙ୍କ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.....ସରକାରଙ୍କ ସହ ପ୍ରାଣୀ ଚିକିତ୍ସକଙ୍କ ଆଲୋଚନା ବିଫଳ, ବଢିଲା ପଶୁପାଳକଙ୍କ ଦୁର୍ଦ୍ଦଶା

ସେପଟେ ଏଭଳି ଘଟଣା ପରେ ଆଜି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସକ ଡା. ଦେବଦତ୍ତ ମାଝୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଛେଳିକୁ ବ୍ୟବଚ୍ଛେଦ କରିବା ସହ ନମୁନା ସଂଗ୍ରହ କରି ଭୁବନେଶ୍ୱର ପଠାଇଛନ୍ତି । ସେହିଭଳି ଚାଷୀଙ୍କୁ କ୍ଷତିପୂରଣ ପାଇଁ ବ୍ୟବସ୍ଥା କରିବା ସହ କ୍ୱାକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଅନ୍ୟପକ୍ଷେ ବ୍ୟବଚ୍ଛେଦର ରିପୋର୍ଟ ଆସିବା ପରେ ଏତେ ଛେଳିଙ୍କ ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି । ସେପଟେ ବେଗୁନିଆ ପଶୁ ଚିକିତ୍ସାଳୟ ଅଧୀନରେ ଥିବା ପୋଡାଡିହ ଏଲଆଇ କେନ୍ଦ୍ରରେ କର୍ମଚାରୀ ଠିକରେ ଆସୁନଥିବାରୁ କ୍ୱାକମାନେ ସକ୍ରିୟ ହେଉଛନ୍ତି ଏବଂ ଚାଷୀଙ୍କୁ ଭୁଲ ପରାମର୍ଶ ଦେଉଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.