ETV Bharat / sports

ଦିଲ୍ଲୀ ବୋଲରଙ୍କୁ ପାଣି ପିଆଇଲେ ଟ୍ରାଭିସ-ଅଭିଷେକ, ଘରୋଇ ମାଟିରେ ହାରିଲା ଡିସି - IPL 2024

author img

By ETV Bharat Odisha Team

Published : Apr 21, 2024, 7:25 AM IST

IPL 2024
IPL 2024

IPL 2024: ଆଇପିଏଲର 35ତମ ମ୍ୟାଚରେ ଦିଲ୍ଲୀକୁ 67 ରନରେ ଦଳ ପରାସ୍ତ କଲା ହାଇଦ୍ରାବାଦ । ପାଓ୍ବାର ପ୍ଲେରେ ସର୍ବାଧିକ ରନ ରେକର୍ଡ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅରୁଣ ଜେଟଲୀ ଷ୍ଟାଡିୟମରେ ଆତଙ୍କ ଖେଳାଇଲେ ହାଇଦ୍ରାବାଦ ବ୍ୟାଟର । ଧୂଆଁଧାର ବ୍ୟାଟିଂ କରି ଛକା ଚୌକାର ବର୍ଷା କଲେ ଓପନିଂ ଯୋଡି । ରେକର୍ଡ ପରେ ରେକର୍ଡ କଲା ଏସଆରଏଚ ଟିମ । ପାଓ୍ବାର ପ୍ଲେରେ ସର୍ବାଧିକ ରନ କରିବା ସହ ଆଇପିଏଲର 35ତମ ମ୍ୟାଚରେ ଦିଲ୍ଲୀକୁ 67 ରନରେ ପରାସ୍ତ କରିଛି ଦଳ । ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଲା ହାଇଦ୍ରାବାଦ । ପଞ୍ଚମ ପରାଜୟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ଋଷଭ ବାହିନୀ । 32 ବଲରେ 89 ରନ କରି ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ଟ୍ରାଭିସ ହେଡ ।

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଶନିବାର ସନ୍ଧ୍ୟା 7ଟା 30ରେ ସନ ରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ଯାହା ପର ମୁହୁର୍ତ୍ତରେ ଦିଲ୍ଲୀ ଉପରେ ଭାରି ପଡିଥିଲା । 20 ଓଭରରେ ହାଇଦ୍ରାବାଦ 7 ଓ୍ବିକେଟ ହରାଇ 266 ରନ କରିଥିଲା । ଦଳ ପକ୍ଷରୁ ଟ୍ରାଭିସ ହେଡ 89, ସେହେବାଜ ଅପରାଜିତ 59 ଓ ଅଭିଷେକ ଶର୍ମା 46 ରନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଇପିଏଲ ଫ୍ୟାନ ପାର୍କର ମଜା ନେଲେ କ୍ରିକେଟ ପ୍ରେମୀ, ବଡ଼ ସ୍କ୍ରିନରେ ଦେଖିଲେ ମ୍ୟାଚ୍ - IPL BCCI FAN PARK

ପାଓ୍ବାର ପ୍ଲେରେ ସର୍ବାଧିକ ରନ: ହାଇଦ୍ରାବାଦର ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଟ୍ରାଭିସ ଓ ଅଭିଷେକ । ଆରମ୍ଭରୁ ହିଁ ରନ ବର୍ଷା କରିଥିଲେ ଉଭୟ ବ୍ୟାଟର । ପ୍ରଥମ ଓଭରରେ ଉଭୟ 19 ରନ କରିବା ପରେ ଆଉ 5 ଓଭରରେ ଦଳ 21, 22, 21, 20 ଓ 22 ରନ କରିଥିଲା । ପଞ୍ଚମ ଓଭରରେ 100 ରନ କରିଥିବା ବେଳେ 6 ଓଭର ପର୍ଯ୍ୟନ୍ତ ପାଓ୍ବାର ପ୍ଲେରେ କୌଣସି ଓ୍ବିକେଟ ନହରାଇ ଦଳ 125 ରନ କରିଥିଲା । ପ୍ରଥମ ଥର ପାଇଁ ଆଇପିଏଲ ଇତିହାସରେ ପାଓ୍ବାର ପ୍ଲେରେ ସର୍ବାଧିକ ରନ ସଂଗ୍ରହ କରିଥିଲା ଏସଆରଏଚ । ସପ୍ତମ ଓଭରରେ କୁଳଦୀପ ଯାଦବ ବୋଲିଂ କରିବାକୁ ଆସି ଅଭିଷେକ ଓ ହେଡଙ୍କ ଯୋଡିଙ୍କୁ ଭାଙ୍ଗିଥିଲେ । ଅଭିଷେକ 46 ରନ କରି ଆଉଟ ହୋଇଥିଲେ । ପରେ ପରେ ଆଡେନ ମାରକ୍ରମଙ୍କୁ ମାତ୍ର 1 ରନରେ ପାଭିଲିୟନକୁ ଫେରାଇ ଦେଇଥିଲେ କୁଳଦୀପ । ଶତକ ହାସଲ କରିବାକୁ ଚେଷ୍ଟା ଜାରି ରଖିଥିବା ହେଡଙ୍କୁ ନବମ ଓଭରରେ ଆଉଟ କରିଥିଲେ କୁଳଦୀପ ।

32 ବଲରେ 89 ରନ କଲେ ଟ୍ରାଭିସ: ଦିଲ୍ଲୀ ବିପକ୍ଷ ମ୍ୟାଚରେ ଟ୍ରାଭିସ ହେଡ ପ୍ରଥମେ ବ୍ୟାଟିଂ କରିବାକୁ ଆସି ବିପକ୍ଷ ଦଳର ବୋଲରଙ୍କୁ ପାଣି ପିଆଇଥିଲେ । ତାଙ୍କ ବ୍ୟାଟକୁ ଅଟକାଇବା ସହଜ ହୋଇନଥିଲା ଦିଲ୍ଲୀ ବୋଲରଙ୍କ ପାଖରେ । ମାତ୍ର 32 ବଲରେ ସେ 89 ରନ ସଂଗ୍ରହ କରିଥିଲେ । ଏଥିରେ 11 ଚୌକା ଓ 6 ଛକା ସାମିଲ ରହିଛି । ପାଓ୍ବାର ପ୍ଲେରେ ସେ ସର୍ବାଧିକ 84 ରନ କରି ରେକର୍ଡ କରିଛନ୍ତି ।

ଘରୋଇ ମାଟିରେ ହାରିଲା ଦିଲ୍ଲୀ: ହାଇସ୍କୋରିଂ ମ୍ୟାଚରେ 267 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ କ୍ୟାପାଟାଲ୍ସ । କିନ୍ତୁ ବିଜୟ ଲକ୍ଷ୍ୟ ହାସଲ କରିବା ଦଳ ପାଇଁ କାଠିକର ପାଠ ହୋଇଥିଲା । 5ଟି ବଲ ବାକି ଥାଇ ଦଳ ସମସ୍ତ ଓ୍ବିକେଟ ହରାଇ 199 ରନ କରିଥିଲା । ଶେଷରେ 67 ରନରେ ବିପକ୍ଷ ଦଳ ଠାରୁ ପରାସ୍ତ ହେବାକୁ ପଡିଥିଲା । ମ୍ୟାକ ଗ୍ରକ 65, ଋଷଭ ପନ୍ତ 44 ଓ ଅଭିଷେଖ ପୋରେଲ 42 ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.