ETV Bharat / sports

ଅରେଞ୍ଜ ଓ ପର୍ପଲ କ୍ୟାପ ରେସ୍, ଦେଖନ୍ତୁ କିଏ ଆଗରେ ? - IPL 2024

author img

By ETV Bharat Odisha Team

Published : May 5, 2024, 12:27 PM IST

IPL 2024
IPL 2024(@mipaltan@RCBTweets)

IPL 2024: ଆଇପିଏଲରେ ଜାରି ରହିଛି ଅରେଞ୍ଜ ଓ ପର୍ପଲ କ୍ୟାପ ରେସ । ସବୁଠୁ ଆଗରେ କୋହଲି ଓ ବୁମରା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦେଶରେ ଜାରି ରହିଛି ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ । ଟୁର୍ଣ୍ଣାମେଣ୍ଟ 44 ଦିନରେ ପହଞ୍ଚି ଥିବାବେଳେ ସବୁଦିନ କ୍ରିକେଟର ମଜା ନେଉଛନ୍ତି ଦର୍ଶକ । ପ୍ରିୟ ଖେଳାଳିଙ୍କୁ ଦେଖିବାକୁ ଷ୍ଟାଡିୟମରେ ଜମୁଛି ଦର୍ଶକଙ୍କ ଭିଡ । ଏହାରି ମଧ୍ୟରେ ଜାରି ରହିଛି ଅରେଞ୍ଜ କ୍ୟାପ ଓ ପର୍ପଲ କ୍ୟାପ ରେସ୍ । ଚଳିତ ସିଜିନରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ରନ କରି ଅରେଞ୍ଜ କ୍ୟାପ ହାତେଇଛନ୍ତି ଆରସିବି ବ୍ୟାଟର ବିରାଟ କୋହଲି । ଦିନକ ପୂର୍ବରୁ ଋତୁରାଜ ଗାଏକଓ୍ବାଡେ ଏହି କ୍ୟାପ ପିନ୍ଧିଥିଲେ । ଗତକାଲି ଗୁଜୁରାଟ ବିପକ୍ଷ ମ୍ୟାଚରେ କୋହଲି 42 ରନ କରି ପୁଣି ନିଜ ପାଖକୁ ଅରେଞ୍ଜ କ୍ୟାପକୁ ଫେରାଇ ଆଣିଛନ୍ତି । ସେହିପରି ଘାତକ ବୋଲିଂ କରି ସର୍ବାଧିକ ଓ୍ବିକେଟ ହାତେଇ ପର୍ପଲ କ୍ୟାପର ଅଧିକାରୀ ହୋଇଛନ୍ତି ଯଶପ୍ରୀତ ବୁମରା । କ୍ରମଶଃ ତାଙ୍କ ମୁଣ୍ଡରେ ଅରେଞ୍ଜ କ୍ୟାପ ରହିଛି ।

ଏହା ମଧ୍ୟ ପଢନ୍ତୁ-RCBର ହାଟ୍ରିକ ବିଜୟ, 4 ଓ୍ବିକେଟରେ ହାରିଲା ଗୁଜୁରାଟ - IPL 2024

କୋହଲିଙ୍କ ମୁଣ୍ଡରେ ଅରେଞ୍ଜ କ୍ୟାପ: ଚଳିତ ଆଇପିଏଲ ସିଜିନରେ ବିରାଟ କୋହଲି ସର୍ବାଧିକ ରନ କରିଛନ୍ତି । 11ଟି ମ୍ୟାଚ ଖେଳି ସେ 542 ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ 5ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ତାଙ୍କର ଷ୍ଟ୍ରାଇକ ରେଟ 148.08 ରହିଛି । ଚଳିତ ସିଜିନରେ ଗୋଟିଏ ମ୍ୟାଚରେ ବିରାଟଙ୍କ ସର୍ବାଧିକ ରନ 113 ରହିଛି । ଏହି ରେସର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଋତୁରାଜ ଗାଏକଓ୍ବାଡେ । ସେ 10ଟି ମ୍ୟାଚ ଖେଳି 509 ରନ କରିଛନ୍ତି । ଗୋଟିଏ ମ୍ୟାଚରେ ତାଙ୍କର ସର୍ବାଧିକ ସ୍କୋର 108 । ସେହିପରି ଗୁଜୁରାଟ ସାଇ ସୁଦର୍ଶନ ତୃତୀୟ, ରାଜସ୍ଥାନର ରିୟାନ ପରାଗ ଚତୁର୍ଥ ଓ ଲକ୍ଷ୍ନୌର ଅଧିନାୟକ କେଏଲ ରାହୁଲ ଅରେଞ୍ଜ କ୍ୟାପ ରେସର ପଞ୍ଚମ ସ୍ଥାନରେ ରହିଛନ୍ତି ।

ବୁମରାଙ୍କ ମୁଣ୍ଡରେ ପର୍ପଲ କ୍ୟାପ: ଆଇପିଏଲ ସିଜିନ 17ରେ ମୁମ୍ବାଇ ବୋଲର ଯଶପ୍ରୀତ ବୁମରାଙ୍କ ପ୍ରଦର୍ଶନ ଦମଦାର ରହିଛି । ସେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ 17ଟି ଓ୍ବିକେଟ ନେଇ ପର୍ପଲ କ୍ୟାପ ହାତେଇଛନ୍ତି । 43 ଓଭର ବୋଲିଂ କରି 274 ରନ ଦେଇଛନ୍ତି। ଏହି ରେସରେ 15ଟି ଓ୍ବିକେଟ ନେଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି ସନ ରାଇଜର୍ସ ହାଇଦ୍ରାବାଦର ଟି ନଟରାଜ । 14ଟି ଓ୍ବିକେଟ ନେଇ ତୃତୀୟ ସ୍ଥାନରେ ରହିଛନ୍ତି ସିଏସକେର ମୁଜାଫିର ରେହମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.