ETV Bharat / sports

RCBର ହାଟ୍ରିକ ବିଜୟ, 4 ଓ୍ବିକେଟରେ ହାରିଲା ଗୁଜୁରାଟ - IPL 2024

author img

By ETV Bharat Odisha Team

Published : May 5, 2024, 7:20 AM IST

IPL 2024
IPL 2024(CREDIT-@RCBTweets)

IPL 2024: ଆଇପିଏଲର 52ତମ ମ୍ୟାଚରେ ଆରସିବିର ବିଜୟ । 4 ଓ୍ବିକେଟରେ ପରାସ୍ତ ହେଲା ଗୁଜୁରାଟ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସର ହ୍ୟାଟ୍ରିକ ବିଜୟ । 52ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ 4 ଓ୍ବିକେଟରେ ହରାଇଲା ଆରସିବି । ପଏଣ୍ଟ ଟେବୁଲର ସପ୍ତମ ସ୍ଥାନକୁ ଉଠିଲା ବେଙ୍ଗାଲୁରୁ । ସପ୍ତମ ପରାଜୟ ସହ ପଏଣ୍ଟ ଟେବୁଲର ନବମ ସ୍ଥାନକୁ ଖସିଲା ଗିଲ ବାହିନୀ । ଡୁପ୍ଲେସିସଙ୍କ ଲଢୁଆ ଅର୍ଦ୍ଧଶତକ । 2ଟି ଓ୍ବିକେଟ ନେଇ ମହମ୍ମଦ ସିରାଜ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ । ଜୋସୁଆ ଲିଟିଲଙ୍କ ଘାତକ ବୋଲିଂ ବିଫଳ ।

ଏହା ମଧ୍ୟ ପଢନ୍ତୁ-ଓ୍ବାଙ୍ଖଡେରେ କୋଲକାତା ବୋଲରଙ୍କ ଆତଙ୍କ, 24 ରନରେ ହାରିଲା ମୁମ୍ବାଇ - IPL 2024

ଶନିବାର 7ଟା 30ରେ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗୁଜୁରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଡୁପ୍ଲେସିସ ବାହିନୀ । ଯାହା ଦଳ ପାଇଁ ସଫଳ ସାବ୍ୟସ୍ତ ହୋଇଥିଲା । ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଗୁଜୁରାଟ । ଆରମ୍ଭରୁ ହିଁ ଦଳର ଟପ ଅର୍ଡର ଫେଲ ମାରିଥିଲା । ରିଦ୍ଧିମାନ ଶାହ 1, ଗିଲ 2 ଓ ସାଇ ସୁଦର୍ଶନ 6 ରନ କରି ଆଉଟ ହୋଇଥିଲେ । 19 ରନରେ ଦଳ 3ଟି ଓ୍ବିକେଟ ହରାଇଥିଲା । ଶାହାରୁଖ ଖାନ 37, ଡେଭିଡ ମିଲର 30 ରାହୁଲ ତେଓ୍ବାତିଆ 35, ରସିଦ ଖାନ 18 ଓ ବିଜୟ ଶଙ୍କର 10 ରନ କରିଥିଲେ । 20 ଓଭରରୁ 3 ବଲ ବାକି ଥିଲା ସମସ୍ତ ଓ୍ବିକେଟ ହରାଇ 147 ରନ କରିଥିଲା ଦଳ । ବେଙ୍ଗାଲୁରୁ ପକ୍ଷରୁ ଜୋସୁଆ ୟସ ଦୟାଲ 2, ବିଜୟ କୁମାର 2 ଓ ମହମ୍ମଦ ସିରାଜ 2ଟି ଓ୍ବିକେଟ ନେଇଥିଲେ ।

ଏହାପରେ 148 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଆରସିବି । ଓପନର ବିରାଟ ଓ ଡୁପ୍ଲେସି ଆକ୍ରମଣ ଆରମ୍ଭ କରିଥିଲେ । ଦଳୀୟ ସ୍କୋର 92 ହୋଇଥିବା ବେଳେ ପ୍ରଥମ ଓ୍ବିକେଟ ପଡିଥିଲା । ଡୁପ୍ଲେସିସି 64 ରନ କରି ଆଉଟ ହୋଇଥିଲେ । ବିରାଟ କୋହଲି 42 ରନ କରିଥିଲେ । ଏହି ଦୁଇ ଜଣଙ୍କୁ ଛାଡି ଦେଲେ ଆଉ କୌଣସି ବ୍ୟାଟର 25 ରନ କରିବାକୁ ସମର୍ଥ ହୋଇଥିଲେ । ଦଳର ମିଡିଲ ଅର୍ଡର ଗୁଜୁରାଟର ଘାତକ ବୋଲିଂରେ ଚିତପଟାଙ୍ଗ ହୋଇଥିଲା । ଶେଷରେ 13.4 ଓଭରରେ ଦଳ 6 ଓ୍ବିକେଟ ହରାଇ 152 ରନ କରି ବିଜୟୀ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.