ETV Bharat / sports

ଆଜି ବେଙ୍ଗାଲୁରୁ-ମୁମ୍ବାଇ ମୁକାବିଲା, ଦ୍ବିତୀୟ ବିଜୟ ଲକ୍ଷ୍ୟରେ ଦୁଇ ଦଳ - IPL 2024

author img

By ETV Bharat Odisha Team

Published : Apr 11, 2024, 2:30 PM IST

IPL 2024
IPL 2024

IPL 2024: ଆଜି ଆଇପିଏଲରେ ରହିଛି ଏକ ରୋମାଞ୍ଚକର ମୁକାବିଲା । ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟରେ ହେବ ଫାଇଟ । ଅଧିକ ପଢନ୍ତୁ

ମୁମ୍ବାଇ: ଆଇପିଏଲ ସିଜିନ 17ରେ ଆଜି ରହିଛି 25 ତମ ମୁକାବିଲା । ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ହାର୍ଦ୍ଦିକ ପାଣ୍ଡ୍ୟା ଓ ଡୁପ୍ଲେସିଙ୍କ ବାହିନୀ ମଧ୍ୟରେ ଫାଇଟ ହେବ ଟାଇଟ । ଚଳିତ ସିଜିନରେ ଉଭୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଫ୍ୟାନ୍ସଙ୍କୁ ନିରାଶ କରିଛି । ତେଣୁ ଦୁଇ ଦଳ ଦ୍ବିତୀୟ ବିଜୟ ହାସଲ କରିବାକୁ ବ୍ୟାକୁଳ ରହିଛନ୍ତି । ଆଇପିଏଲରେ ଆଜି ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।

ଆଜି ସନ୍ଧ୍ୟା 7ଟା 30ରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯିବ । ଦୁଇ ଦଳ ପୁରା ରଣନୀତି ସହ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ । ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 4ଟି ମ୍ୟାଚ ଖେଳି 3ଟିରେ ପରାଜିତ ହୋଇଥିବା ବେଳେ ଗୋଟିଏରେ ବିଜୟୀ ହୋଇଛି । ଫଳରେ ଦଳ ପଏଣ୍ଟ ଟେବୁଲର 8 ନମ୍ବର ସ୍ଥାନରେ ରହିଛି । ଲଗାତର ମ୍ୟାଚ ହାରିବା ପରେ ଦିଲ୍ଲୀ ବିପକ୍ଷ ମ୍ୟାଚରେ ବିଜୟୀ ହୋଇ ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିଥିଲା ଏମଆଇ । ତେଣୁ ଦ୍ବିତୀୟ ବିଜୟ ହାସଲ କରିବାକୁ ବ୍ୟାକୁଳ ପାଣ୍ଡ୍ୟା ବାହିନୀ । ଦଳର ଆଜି ଭଲ ପ୍ରଦର୍ଶନ କରିବା ନେଇ ସମସ୍ତେ ଆଶାବାଦୀ ।

ଏହା ମଧ୍ୟ ପଢନ୍ତୁ-ଠକିଥିଲେ 4 କୋଟି, ବନ୍ଧା ହେଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ - Pandya Step Brother Arrested

ଅନ୍ୟପଟେ ଚଳିତ ସିଜିନରେ ଆରସିବି ଫ୍ୟାନ୍ସଙ୍କୁ ନିରାଶ କରିଛି । 5ଟି ମ୍ୟାଚ ଖେଳି ଦଳ ମାତ୍ର ଗୋଟିଏର ବିଜୟୀ ହୋଇଛି । ଦ୍ବିତୀୟ ବିଜୟ ପାଇଁ ସଂଘର୍ଷ ଜାରି ରହିଛି । ଫଳରେ 2 ପଏଣ୍ଟ ସହ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି ଆରସିବି । ପ୍ରତି ମ୍ୟାଚରେ କୋହଲିଙ୍କ ପ୍ରଦର୍ଶନ ଭଲ ରହିଥିଲେ ମଧ୍ୟ ଦଳ ବିଜୟୀ ହୋଇ ପାରୁନାହିଁ । ପୂର୍ବ ଭୁଲକୁ ସୁଧାରି ଆଜି ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା । ଆଇପିଏଲରେ ଏହି ଦୁଇ ଦଳ ପରସ୍ପରକୁ 32 ଥର ଭେଟିଛନ୍ତି । ମୁମ୍ବାଇ 18ଟିରେ ବିଜୟୀ ହୋଇଥିବା ବେଳେ 14ଟିରେ ଆରସିବି ବାଜି ମାରିଛି । ଏହି ରୋକର୍ଡ ଦେଖିଲେ ମୁମ୍ବାଇର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଚଳିତ ସିଜିନରେ ଦୁଇ ଦଳ ପ୍ରଦର୍ଶନ ଭଲ ନଥିବାରୁ କାହାର ପଲ୍ଲା ଭାରି ରହିବ ଓ କିଏ ଆଜି ହାରିବ ତାହା କହିବା ମୁସକିଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.