ETV Bharat / sports

ଠକିଥିଲେ 4 କୋଟି, ବନ୍ଧା ହେଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ - Pandya Step Brother Arrested

author img

By ETV Bharat Odisha Team

Published : Apr 11, 2024, 12:34 PM IST

Pandya Step Brother Arrested: ଠକେଇର ଶିକାର ହେଲେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ଟଙ୍କା ଠକେଇ ଅଭିଯାଗରେ ପାଣ୍ଡ୍ୟାଙ୍କ ସାବତ ଭାଇଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Hardik step brother arrested
Hardik step brother arrested

ମୁମ୍ବାଇ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ ଗିରଫ । ଟଙ୍କା ଠକେଇ ଅଭିଯୋଗରେ ହାର୍ଦ୍ଦିକଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟାକୁ ମୁମ୍ବାଇ ପୋଲିସ ଗିରଫ କରିଛି । ହାର୍ଦ୍ଦିକ ଓ କୃନାଲଙ୍କୁ ସେ 4.3 କୋଟି ଟଙ୍କା ଠକି ଥିବା ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା । ଇଓଡବ୍ଲୁର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ହାର୍ଦ୍ଦିକଙ୍କୁ ଟ୍ରୋଲ ପରେ ସୋନୁ ସୁଦଙ୍କ ପ୍ରତିକ୍ରିୟା, କହିଲେ କ୍ରିକେଟର ଆମର ହିରୋ - Sonu Sood Supports Hardik Pandya

2021 ମସିହାରେ, ଏହି ତିନିଜଣ ମିଳିତ ଭାବରେ ଏକ ପଲିମର ବ୍ୟବସାୟ ଆରମ୍ଭ କରିଥିଲେ । ସର୍ତ୍ତ ଅନୁୟାୟୀ କ୍ରିକେଟର ହାର୍ଦ୍ଦିକ ଏବଂ ତାଙ୍କ ଭାଇ କୃନାଲ 40 ପ୍ରତିଶତ ଲେଖାଏଁ ପୁଞ୍ଜି ବିନିଯୋଗ କରିଥିବାବେଳେ ସାବତ ଭାଇ ବୈଭବ 20 ପ୍ରତିଶତ ଭାଗିଦାରୀ ସହ ବ୍ୟବସାୟ ସମ୍ଭାଳୁଥିଲେ । ବ୍ୟବସାୟରେ ଯାହା ଲାଭ ହେବ ତାକୁ ତିନି ଜଣଙ୍କ ମଧ୍ୟରେ ସମାନ ଭାବରେ ସେୟାର କରାଯିବାର ଡିଲ ହୋଇଥିଲା । କିନ୍ତୁ ଦୁଇ ଭାଇଙ୍କୁ ନଜଣାଇ ବୈଭବ ସେହି ବ୍ୟବସାୟରେ ଅନ୍ୟ ଏକ ଫାର୍ମ କରିଥିଲେ । ଯାହା ଭାଗିଦାରୀ ଚୁକ୍ତିନାମାକୁ ଉଲ୍ଲଂଘନ କରିିଥିଲା । ହାର୍ଦ୍ଦିକ ଓ କୃନାଲ ଟଙ୍କା ଠକେଇର ଶିକାର ହେବା ପରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଆଜି ବୈଭବଙ୍କୁ ତାଙ୍କ ମୁମ୍ବାଇ ବାସ ଭବନରୁ ଗିରଫ କରାଯାଇଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-ଭୋଳାବାବାଙ୍କ ଶରଣରେ ପାଣ୍ଡ୍ୟା, ସୋମନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା - Hardik Pandya at Somnath Temple

ବର୍ତ୍ତମାନ ଦେଶରେ ଜାରି ରହିଛି ଫଟାଫଟା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ସିଜିନ 17 । ହାର୍ଦ୍ଧିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଟିମ କ୍ୟାପଟେନ ରହିଥିବା ବେଳେ କୃନାଲ ପାଣ୍ଡ୍ୟା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଟିମରେ ଖେଳୁଛନ୍ତି । ହାର୍ଦ୍ଦିକଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ 4ଟି ମ୍ୟାଚ ଖେଳି 3ଟିରେ ପରାଜତ ହୋଇଥିବା ବେଳେ ଶେଷ ମ୍ୟାଚରେ ଦଳ ବିଜୟୀ ହୋଇଛି । ଦୁଇ ଭାଇ ଆଇପିଏଲରେ ବ୍ୟସ୍ତ ଥିବା ବେଳେ ତାଙ୍କ ସାବଜ ଭାଇ ବୈଭବ ବ୍ୟବସାୟରେ ଉଭୟଙ୍କୁ ଚିଟିଂ କରିଛନ୍ତି । ଥାନାରେ ଅଭିଯୋଗ ପରେ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା ବୈଭବଙ୍କୁ ଆଜି ସକାଳେ ବାନ୍ଧିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.