ETV Bharat / sports

ହକି ପ୍ରୋ ଲିଗ୍: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମୁକାବିଲା

author img

By ETV Bharat Odisha Team

Published : Feb 16, 2024, 2:59 PM IST

FIH Pro League
FIH Pro League

FIH Pro League 2024: ବିର୍ସାମୁଣ୍ଡା ଷ୍ଟାଡିୟମରେ ଶନିବାର ଭାରତ ଓ ଅଷ୍ଟ୍ରେଲିଆ ମହିଳା ହକି ଦଳ ମଧ୍ୟରେ ମ୍ୟାଚ ଖେଳାଯିବ । ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଅଧିକ ପଢନ୍ତୁ

ହକି ପ୍ରୋ ଲିଗ୍: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମୁକାବିଲା

ରାଉରକେଲା: ହକି ପ୍ରୋ ଲିଗରେ ବିର୍ସାମୁଣ୍ଡା ଷ୍ଟାଡିୟମରେ ଶନିବାର ରହିଛି ଗୁରୁତ୍ବପୂର୍ଣ୍ଣ ମ୍ୟାଚ । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ ମହିଳା ହକି ଦଳ। ଭାରତୀୟ ମହିଳା ହକି ଦଳ ପାଇଁ ଏହି ମ୍ୟାଚ ଗୁରୁତ୍ବପୂର୍ଣ୍ଣ । କାହିଁକି ନା ନେଦାରଲାଣ୍ଡ୍ସ ସହ ଏହି ଷ୍ଟାଡିୟମରେ ଭାରତ ଖେଳିଥିବା ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲା । ବିଜୟ ଧାରାକୁ ଫେରିବାକୁ ହେଲେ ଓ୍ବିମେନ ଇନ ବ୍ଲୁ ଟିମକୁ ଭଲ ପ୍ରଦର୍ଶନ କରିବା ଆବଶ୍ୟକ ।

ହକି ପ୍ରୋ ଲିଗରେ ଭୁବନେଶ୍ବର ଓ ରାଉରକେଲାରେ ଭାରତ ମୋଟ 6ଟି ମ୍ୟାଚ ଖେଳିଛି । ମାତ୍ର ଗୋଟିଏ ମ୍ୟାଚ ଟିମ ଇଣ୍ଡିଆ ବିଜୟୀ ହୋଇଥିବା ବେଳେ ବାକି 5ଟି ମ୍ୟାଚରେ ପରାଜିତ ହୋଇଛି । ଗତ 13 ତାରିଖରେ ନେଦରଲାଣ୍ଡ୍ସ ଓ ଭାରତ ମଧ୍ୟରେ ମୁକାବିଲା ହୋଇଥିଲା । 1-0 ଗୋଲରେ ଭ୍ରମଣକାରୀ ଦଳ ଠାରୁ ପରାସ୍ତ ହୋଇଥିଲା ଭାରତ । ଆରମ୍ଭରୁ ଭାରତୀୟ ଦଳ ନିଜର ଆକ୍ରମକ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ କ୍ୱାର୍ଟରରେ ଭାରତ ଭଲ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲେ । ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ପ୍ରଥମରୁ ଭାରତ ଆକ୍ରମକ ଭାବରେ ଗୋଲ ସ୍କୋର ଉପରେ ଫୋକସ କରିଥିଲେ ମଧ୍ୟ ନେଦରଲ୍ୟାଣ୍ଡ ପେନଲଟି କର୍ଣ୍ଣର କରି ପ୍ରଥମ କ୍ୱାଟରରେ ହିଁ କାଉଣ୍ଟର ଆଟାକ କରିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଠିକ ଶେଷ ବେଳକୁ ନେଦରଲାଣ୍ଡ୍ସ ପ୍ରଥମ ଗୋଲ କରିଥିଲା । ଭାରତକୁ ଲଗାତାର 4ଟି ପେନଲଟି କର୍ଣ୍ଣର ପାଇଥିଲେ ମଧ୍ୟ ଫାଇଦା ଉଠାଇ ପାରିନଥିଲେ ଖେଳାଳି ।

ଏହା ମଧ୍ୟ ପଢନ୍ତୁ-ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ପ୍ରଥମ ମ୍ୟାଚ୍‌ ଜିତିଲା ନେଦରଲ୍ୟାଣ୍ଡ, ଭାରତର ପରାଜୟ ଧାରା ଜାରି

ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ସୁଦ୍ଧା 6 ଟି ଯାକ ମ୍ୟାଚରୁ ଚାରିଟି ବିଜୟୀ ହୋଇଥିବା ବେଳେ 2 ଦୁଇଟିରେ ପରାସ୍ତ ହୋଇଛି । କେବଳ ନେଦରଲାଣ୍ଡ୍ସ ଏବଂ ଚୀନଠାରୁ ଏକ ପାଖିଆ ପରାସ୍ତ ହୋଇଛି ଦଳ । ହକି ପ୍ରୋ ଲିଗରେ ଭାରତୀୟ ଦଳର ପରାଜୟ ଧାରା ଜାରି ରହିଥିବା ବେଳେ ଆଗାମୀ ମ୍ୟାଚରେ କିଛି ନୂଆ ପ୍ଲାନି କରି ଖେଳିବାକୁ ପଡିବ । ତେବେ ଗତ ମ୍ୟାଚରେ ପରାସ୍ତ ହେବା ପରେ ଭାରତ ମହିଳା ଦଳ କୋଚ କହିଛନ୍ତି, '' ଆକ୍ରମକ ବାବେ ଆମର ଟିମ ଖେଳୁଛି କିନ୍ତୁ ଖେଳାଳି ମାନେ ବ୍ୟକ୍ତିଗତ ପ୍ରଦର୍ଶନ କରିପାୈରୁ ନାହାନ୍ତି । ଆମର ଯୁବ ଟିମ ଅଛି ଆମେ ଚେଷ୍ଟା କରୁଛି ଭଲ କରିବା ପାଇଁ ଏବଂ ଏହାର ରେଜଲ୍ଟ ଆମକୁ ଧିରେ ଧିରେ ମିଳୁଛି। ''

ଭାରତୀୟ ମହିଳା ଦଳ ଆକ୍ରମକ ଗେମ ଖେଳିବା ସହ ପେନଲଟି କର୍ଣ୍ଣରକୁ ମଧ୍ୟ ଧ୍ୟାନ ଦେବାକୁ ପଡିବ । କାରଣ ଗତ ମ୍ୟାଚରେ ନେଦରଲାଣ୍ଡ୍ସ ବିପକ୍ଷରେ କ୍ରମାଗତ ଭାବରେ ପାଞ୍ଚ ମିନିଟ ମଧ୍ୟରେ ଚାରିଟି ପେନଲଟି କର୍ଣ୍ଣର ମିଳିଥିଲା କିନ୍ତୁ ଡ୍ରାଗ ଫ୍ଲିକ ଭଲ ଭାବରେ ନହେବାରୁ ଗୋଲ କରି ପାରିଲା ନାହିଁ ଭାରତୀୟ ମହିଳା ଦଳ । ଭାରତୀୟ ମହିଳା ଦଳ ନିଜ ପାଖରେ ବଲ ରଖିବାରେ ଅସମର୍ଥ ହେଉଥିଲା, ଏହାର ଲାଭ ଉଠାଇ ନେଦରଲାଣ୍ଡ୍ସ ଗୋଲ କରିବାରେ ସଫଳ ହୋଇଥିଲା। ଭାରତ ମହିଳା ଦଳରେ ଯୁବ ଖେଳାଳି ରହିଛନ୍ତି ତେବେ ବରିଷ୍ଠ ଖେଳାଳି ଙ୍କ ଟିମ ରେ ଅନୁପସ୍ଥିତି ଟିକେ ପ୍ରଭଵ ପକାଇଲା ଭଳି ଅନୁଭବ ହେଉଛି।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.