ETV Bharat / sports

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ପ୍ରଥମ ମ୍ୟାଚ୍‌ ଜିତିଲା ନେଦରଲ୍ୟାଣ୍ଡ, ଭାରତର ପରାଜୟ ଧାରା ଜାରି

author img

By ETV Bharat Odisha Team

Published : Feb 12, 2024, 11:10 PM IST

ଏଫ୍‌ଆଇଏଚ୍‌ ପ୍ରୋ ଲିଗ: ନେଦରଲ୍ୟାଣ୍ଡର ଚିତାକର୍ଷକ ବିଜୟ, ଭାରତର ପରାଜୟ ଧାରା ଜାରି
ଏଫ୍‌ଆଇଏଚ୍‌ ପ୍ରୋ ଲିଗ: ନେଦରଲ୍ୟାଣ୍ଡର ଚିତାକର୍ଷକ ବିଜୟ, ଭାରତର ପରାଜୟ ଧାରା ଜାରି

FIH Pro League 2024: ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଆଜିର ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡର ଚିତାକର୍ଷକ ବିଜୟ । ଦ୍ୱିତୀୟ ମ୍ୟାଚ୍‌ରେ ଚାଇନାଠୁ ହାରିଲା ଭାରତୀୟ ମହିଳା ଦଳ । ଅଧିକ ପଢନ୍ତୁ

FIH Pro League 2024

ରାଉରକେଲା: ରାଉରକେଲାରେ ଆରମ୍ଭ ହୋଇଛି ହକି ପ୍ରୋ ଲିଗ୍‌ । ଆଜିର ପ୍ରଥମ ମ୍ୟାଚ୍ ନେଦରଲ୍ୟାଣ୍ଡ ଏବଂ ୟୁଏସ୍ଏ‌ ମଧ୍ୟରେ ହୋଇଥିଲା । ଏଥିରେ ବିଜୟୀ ହୋଇଛି ନେଦରଲ୍ୟାଣ୍ଡ ଦଳ । ପ୍ରଥମ ମ୍ୟାଚରେ ଧୂଆଁଧାର ପ୍ରଦର୍ଶନ କରିଛି ନେଦରଲ୍ୟାଣ୍ଡ । ନିଜର ଚିତାକର୍ଷକ ଖେଳ ଜାରି ରଖିଛି ନେଦରଲ୍ୟାଣ୍ଡ । ତେବେ ଆଜି ୪-୦ ଗୋଲରେ ୟୁଏସ୍ଏ‌କୁ ଏକ ପାଖିଆ ଭାବେ ପରାସ୍ତ କରିଛି ନେଦରଲ୍ୟାଣ୍ଡ । ନେଦରଲ୍ୟାଣ୍ଡକୁ ଟକ୍କର ଦେବାରେ ବିଫଳ ହୋଇଛି ୟୁଏସଏ । ୟୁଏସଏ ନିଜର 5ଟି ମ୍ୟାଚରୁ ସମସ୍ତ ମ୍ୟାଚରେ ପରାଜୟ ବରଣ କରିଛି । ସେହିପରି ଭାରତ ମଧ୍ୟ ଚାଇନାଠାରୁ ପରାଜିତ ହୋଇଛି ।

ନେଦରଲ୍ୟାଣ୍ଡ ଦଳ ପ୍ରଥମ କ୍ୱାର୍ଟରରେ ଦୁଇଟି ଗୋଲ କରିଥିଲା । ପରେ ତୃତୀୟ କ୍ୱାର୍ଟର ଗୋଟିଏ ଏବଂ ଚତୁର୍ଥ କ୍ୱାର୍ଟରରେ ଗୋଟିଏ ଗୋଲ କରିଥିଲା । ୟୁଏସଏ କ୍ୟାପଟେନ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଗସ୍ତ ବର୍ତ୍ତମାନ ଯାଏଁ ନିରାଶ ରହିଛି । କିନ୍ତୁ ଟିମ ଚେଷ୍ଟା ଜାରି ରଖିଛି । ଆଗାମୀ ମ୍ୟାଚରେ କମ ବ୍ୟାକ କରିବାକୁ ଚେଷ୍ଟା କରାଯିବ । ସେହିପରି ନେଦରଲ୍ୟାଣ୍ଡ କୋଚ୍ କହିଛନ୍ତି, "ଆମେ ବିଜୟୀ ହୋଇ ଖୁସି ଲାଗୁଛି । ନିଜ ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା କରିବୁ । ଅଧିକ ଗୋଲ ବ୍ୟବଧାନ ଉପରେ ଆମେ ଧ୍ୟାନ ଦେଉନାହୁଁ । କେବଳ ଭଲ ଖେଳ ଖେଳି ବିଜୟୀ ହେବାକୁ ଚେଷ୍ଟା କରୁଛୁ ।

ସେପଟେ ଦ୍ୱିତୀୟ ମ୍ୟାଚ ଭାରତ ଏବଂ ଚାଇନା ମଧ୍ୟରେ ଖେଳାଯାଇଥିଲା । ପୂର୍ବ ମ୍ୟାଚ ଭଳି ଭୁଲ କରିନଥିଲା ଭାରତୀୟ ମହିଳା ଦଳ । ପ୍ରଥମ କ୍ୱାର୍ଟରରୁ ନିଜର ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ କ୍ୱାର୍ଟରରେ ଭାରତ ପକ୍ଷରୁ ସଂଗୀତା କୁମାରୀଙ୍କ ଚିତାକର୍ଷକ ଗୋଲ ଭାରତକୁ ଆଗୁଆ ରଖିଥିଲା । ପ୍ରଥମରୁ ଭାରତ ଆକ୍ରାମକ ପେନାଲଟି କର୍ଣ୍ଣର ଉପରେ ଫୋକସ କରି ଖେଳିଥିଲା । କିନ୍ତୁ ଚାଇନା ମଧ୍ୟ ଡେରି ନକରି ପେନାଲଟି କର୍ଣ୍ଣର କରି ପ୍ରଥମ କ୍ୱାର୍ଟରରେ ହିଁ ପ୍ରଥମ ଗୋଲ କରିଥିଲା । ପରେ ପ୍ରଥମ କ୍ୱାର୍ଟର ସହ ଦ୍ୱିତୀୟ କ୍ୱାର୍ଟର ଯାଏଁ ସ୍କୋର ବରାବର ରହିଥିଲା ।
ଏହା ମଧ୍ୟ ପଢନ୍ତୁ .....ଭାରତର ବିଜୟ ଧାରା ଜାରି, ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡ୍ସକୁ ସୁଟଆଉଟ କଲା ଟିମ ଇଣ୍ଡିଆ

ଦୁଇ ଦଳ ଦୁହିଁଙ୍କୁ କଡା ଟକ୍କର ଦେଇଥିଲେ । ଦୁଇ ଦଳ ମଧ୍ୟରେ ସମ୍ପୂର୍ଣ୍ଣ ଆକ୍ରାମକ ଖେଳ ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ପେନାଲଟି କର୍ଣ୍ଣରରୁ ପେନାଲଟି ଶୁଟକୁ କନଭର୍ଟ କରିବାରେ ଚାଇନା ସଫଳ ହୋଇଥିଲା । ଚତୁର୍ଥ କ୍ୱାର୍ଟରରେ ଦ୍ୱିତୀୟ ଗୋଲ କରିଥିଲା । ସେପଟେ ଭାରତୀୟ ଦଳର କ୍ୟାପଟେନ ସବିତା କହିଛନ୍ତି, "ଦଳ ଭଲ ଖେଳୁଛି, କିନ୍ତୁ ଗୋଲରେ କନଭର୍ଟ କରି ପାରୁନାହିଁ । ଏହାହିଁ ଆମର ଦୁର୍ବଳତା ରହୁଛି । ଏହାକୁ ଆମେ ସୁଧାରିବୁ ଏବଂ ଯେଉଁ ଗୋଲ ମୋ ଠାରୁ ମିସ୍‌ ହୋଇଛି, ତାହା ଟିମ ଉପରେ ପ୍ରେସର କରିଥିଲା । ପେନାଲଟିକୁ ଆମେ କନଭର୍ଟ କରି ପରିଲୁନାହିଁ । ତାହା ହିଁ ଅସୁବିଧା ରହିଲା । ଚାଇନା ମଧ୍ୟ ଏକ ଭଲ ଟିମ, ଯାହା ଭଲ ପ୍ରଦର୍ଶନ କରୁଛି ।" ସେହିପରି ଚାଇନା କୋଚ୍ କହିଛନ୍ତି, "ଭାରତୀୟ ଦଳକୁ ହରାଇବା ବହୁତ ମୁସ୍କିଲ ରହିଥିଲା । ତେବେ ଆମେ ଟିକେ ଭଲ ଖେଳି ପ୍ରଦର୍ଶନ କରିଥିଲୁ ତେଣୁ ବିଜୟୀ ହୋଇଛୁ ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.