ETV Bharat / sports

ଭାରତର ବିଜୟ ଧାରା ଜାରି, ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡ୍ସକୁ ସୁଟଆଉଟ କଲା ଟିମ ଇଣ୍ଡିଆ

author img

By ETV Bharat Odisha Team

Published : Feb 12, 2024, 9:01 AM IST

Updated : Feb 12, 2024, 12:58 PM IST

India beat Netherlands
FIH Pro League

FIH Pro League: ହକି ପ୍ରୋ ଲିଗର ଦ୍ବିତୀୟ ଦିନରେ ନେଦରଲାଣ୍ଡ୍ସକୁ ସୁଟଆଉଟ କଲା ଭାରତ । ଦ୍ବିତୀୟ ମ୍ୟାଚରେ 7-4 ଗୋଲରେ ବିପକ୍ଷ ଦଳକୁ ହରାଇଲା ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

Hockey Pro League 2024

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିମରେ ଜାରି ରହିଥିବା ପୁରୁଷ ଏଫ୍ ଆଇ ଏଚ୍ ପ୍ରୋ ଲିଗରେ ଭାରତୀୟ ହକି ଟିମର ଦମଦାର ପ୍ରଦର୍ଶନ ଜାରି ରହିଛି । କ୍ରମାଗତ ଦ୍ବିତୀୟ ମ୍ୟାଚରେ ବିଜୟୀ ହୋଇଛି ମେନ ଇନ ବ୍ଲୁ ଟିମ । ବିଶ୍ବର ନମ୍ବର ଓ୍ବାନ ଟିମ ନେଦରଲାଣ୍ଡ୍ସକୁ ସୁଟ ଆଉଟ କରିଛି ଭାରତ । 7-4 ଗୋଲରେ ବିପକ୍ଷ ଦଳକୁ ହରାଇ ବିଜୟୀ ହୋଇଛି ଟିମ ଇଣ୍ଡିଆ । ନିର୍ଧାରିତ ସମୟ ସୁଦ୍ଧା ମ୍ୟାଚ 2-2 ରେ ବାରବାର ହେବା ପରେ ସୁଟଆଉଟ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ବିର୍ସାମୁଣ୍ଡା ଷ୍ଟାଡିୟମରେ ହକି ପ୍ରୋ ଲିଗ, ରାଉରକେଲାରେ ପହଞ୍ଚିଲେ ୫ ଦଳର ଖେଳାଳି

ରବିବାର କଳିଙ୍ଗ ଷ୍ଟାଡିୟମରେ 2ଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମେ ଅଷ୍ଟ୍ରେଲିଆ ଓ ସ୍ପେନ ମଧ୍ୟରେ ମ୍ୟାଚ ହୋଇଥିଲା । ପରେ ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ମୁକାବିଲା ହୋଇଥିଲା । ବେଶ ରୋମାଞ୍ଚକର ରହିଥିଲା ଏହି ମ୍ୟାଚ । ଭାରତ ପ୍ରଥମ କ୍ବାଟରରେ ଗୋଟିଏ ଗୋଲ ଦେଇଥିବା ବେଳେ ଭ୍ରମଣକାରୀ ଦଳ ଦ୍ବିତୀୟ କ୍ବାଟରରେ ଗୋଟିଏ ଗୋଲ ଦେଇ ସ୍ଥିତ ବରାବର କରିଥିଲେ । ପରେ ତୃତୀୟ କ୍ବାଟରରେ ନେଦରଲାଣ୍ଡ୍ସ ଆଉ ଗୋଟିଏ ଗୋଲ ଦେଇ 2-1ରେ ଆଗୁଆ ରହିଥିଲା । ଏହା ପରେ ଭାରତ ପକ୍ଷରୁ ଶେଷ କ୍ବାଟରରେ ଅଧିନାୟକ ହର୍ମନପ୍ରୀତ ଗୋଟିଏ ଗୋଲ ଦେଇ ମ୍ୟାଚକୁ 2-2ରେ ବରାବର କରିଥିଲେ । ଏହାପରେ ସୁଟଆଉଟ ଅନୁଷ୍ଠିତ ହୋଇଥିଲା । ଭାରତ ଏଥିରେ ପାଞ୍ଚୋଟି ଯାକ ଗୋଲ ସ୍କୋର କରିଥିବା ବେଳେ ମାତ୍ର ଦୁଇଟି ଗୋଲ ଦେବାକୁ ସକ୍ଷମ ହୋଇଥିଲା ନେଦରଲାଣ୍ଡ୍ସ । ପରବର୍ତ୍ତୀ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ ।

ଭାରତୀୟ ହକି ଟିମର ଅଧିନାୟକ ହର୍ମନପ୍ରୀତ ଅନ୍ତର୍ଜାତୀୟ ହକିରେ ଗତକାଲି 200ତମ ମ୍ୟାଚ ଖେଳିଥିଲେ । ସେହିପରି ଗୁରୁଜନ୍ତ ସିଂ 100 ତମ ମ୍ୟାଚ ଖେଳିଥିଲେ । ଅଷ୍ଟ୍ରେଲିଆ ଓ ସ୍ପେନ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିଥିଲା । 4-3 ଗୋଲରେ ସ୍ପେନକୁ ହରାଇଥିଲା ଅଷ୍ଟ୍ରେଲିଆ । ଦ୍ବିତୀୟ ମ୍ୟାଚରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏବଂ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ଏବଂ ନେଦରଲ୍ୟାଣ୍ଡ୍ସର ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ଭାରତର ହାର୍ଦ୍ଦିକ ସିଂହଙ୍କୁ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ସମ୍ବର୍ଦ୍ଧିତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 12, 2024, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.