ETV Bharat / sports

ବିର୍ସାମୁଣ୍ଡା ଷ୍ଟାଡିୟମରେ ହକି ପ୍ରୋ ଲିଗ, ରାଉରକେଲାରେ ପହଞ୍ଚିଲେ ୫ ଦଳର ଖେଳାଳି

author img

By ETV Bharat Odisha Team

Published : Feb 11, 2024, 2:25 PM IST

Hockey Pro League 2024: ସୋମବାରଠୁ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହେବ ହକି ପ୍ରୋ ଲିଗ ମ୍ୟାଚ । ରାଉରକେଲାରେ ପହଞ୍ଚିଲେ ୫ ମହିଳା ହକି ଟିମ । ଅଧିକ ପଢନ୍ତୁ

Etv Bharat
Etv Bharat

Hockey Pro League

ରାଉରକେଲା: ହକି ପ୍ରୋ ଲିଗ ପାଇଁ ପୁଣି ଚଳଚଞ୍ଚଳ ହୋଇଉଠିଛି ରାଉରକେଲା ସହର । ପ୍ରଥମ ଥର ପାଇଁ ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ମହିଳା ହକି ଦଳର ମ୍ୟାଚ ଆୟୋଜନ କରାଯାଇଛି । ଆସନ୍ତାକାଲି (ସୋମବାର)ଠାରୁ ଦର୍ଶକଙ୍କ କରତାଳିରେ କମ୍ପିବ ବିଶ୍ବର ସବୁଠାରୁ ବଡ ହକି ଷ୍ଟାଡିୟମ । ହକି ପ୍ରୋ- ଲିଗ୍‌ ମ୍ୟାଚ୍‌ ଖେଳିବାକୁ ରାଉରକେଲା ପହଞ୍ଚିଛନ୍ତି ୫ଟି ମହିଳା ଦଳ । ଆସନ୍ତାକାଲି (ସୋମବାର) ଭାରତ ଓ ଚୀନ ମଧ୍ୟରେ ମ୍ୟାଚ ଖେଳାଯିବ ।

ଭାରତ ମହିଳା ଦଳ ସମେତ ଚୀନ, ଆମେରିକା, ନେଦରଲାଣ୍ଡ୍‌ସ ଓ ଅଷ୍ଟ୍ରେଲିଆ ମହିଳା ଦଳ ହକି ଗଡ ସୁନ୍ଦରଗଡରେ ଆଜି ପହଞ୍ଚିଛନ୍ତି । ସମସ୍ତ ୫ଟି ଦଳ ଭୁବନେଶ୍ବରରୁ ବିମାନରେ ଝାରସୁଗୁଡ଼ା ପହଞ୍ଚିଥିଲେ । ସେଠାରୁ ଖେଳାଳି, ସପୋର୍ଟ‌୍ ଷ୍ଟାଫ୍‌ ଓ କୋଚ୍‌ମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିବା ୫ଟି ବସରେ ଆସି ରାଉରକେଲାରେ ପହଞ୍ଚିଥିଲେ । ସମସ୍ତ ମହିଳା ଦଳ ପହଞ୍ଚିବା ପରେ ପାରମ୍ପରିକ ବାଦ୍ୟଗୀତରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା । ସମସ୍ତ ଦଳକ ଖେଳାଳି ମେ ଫେୟାର୍‌ ବିଶ୍ବ ହକି ଗ୍ରାମରେ ରହୁଛନ୍ତି । ଦଳଗୁଡ଼ିକ ଆଜି ଅପରାହ୍ନ ଏବଂ ସନ୍ଧ୍ୟାରେ ଅଭ୍ୟାସ କରିବେ ।

ଏହା ମଧ୍ୟ ପଢନ୍ତୁ-ମହିଳା ହକି ପ୍ରୋଲିଗ୍: ଖେଳାଳିଙ୍କୁ ଝାରସୁଗୁଡ଼ା ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଶେଷ ହେବା ପରେ ରାଉରକେଲାରେ ଆସି ପହଞ୍ଚିଛନ୍ତି ୫ଟି ଦେଶର ମହିଳା ହକି ଟିମ । ଆସନ୍ତା ୧୨ ତାରିଖରୁ ବିର୍ସାମୁଣ୍ଡା ଷ୍ଟାଡିୟମରେ ପ୍ରୋ- ଲିଗ୍‌ ମହିଳା ବର୍ଗର ମ୍ୟାଚ୍‌ ଆରମ୍ଭ ହେବ । ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ୍‌ ୟୁଏସ୍‌ଏ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ଖେଳାଯିବ । ପରେ ଭାରତ ଓ ଚୀନ ମଧ୍ୟରେ ଖେଳାଯିବ । ଭୁବନେଶ୍ବରରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ମହିଳା ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଚୀନ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ କରିବା ନେଇ ଜୋରଦାର ପ୍ରସ୍ତୁତି କରିବ ଓ୍ବିମେନ ଇନ ବ୍ଲୁ । ବର୍ତ୍ତମାନ ହକି ପ୍ରୋ ଲିଗକୁ ନେଇ ପ୍ରସ୍ତୁତି ରାଉରକେଲା ସହରରେ ଶେଷ ହୋଇଛି । ଭାରତ ମହିଳା ଦଳ ପ୍ରଥମ ପାଇଁ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳିବାକୁ ଯାଉଛି । ଖେଳ ଦେଖିବାକୁ ଷ୍ଟାଡିମରେ ଦର୍ଶକଙ୍କ ଭିଡ ମଧ୍ୟ ଜମିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.