ETV Bharat / sports

ଇଂଲଣ୍ଡ ଟେଷ୍ଟ ସିରିଜ ଖେଳିବେନି କୋହଲି, ଏମିତି କହିଲେ ଡେଲ୍‌ ଷ୍ଟେନ୍

author img

By ETV Bharat Odisha Team

Published : Feb 10, 2024, 2:54 PM IST

ଡେଲ୍‌ ଷ୍ଟେନ
Virat Kohli

Steyn on Virat Kohli's absence from cricket: ଇଂଲଣ୍ଡ ବିପକ୍ଷ ଶେଷ ତିନୋଟି ଟେଷ୍ଟ ମ୍ୟାଚ ଖେଳିବେ ନାହିଁ କୋହଲି । ସେ ପ୍ରଥମ ଦୁଇଟି ମ୍ୟାଚ ମଧ୍ୟ ଖେଳିନଥିଲେ । ବିରାଟଙ୍କ ନିଷ୍ପତ୍ତିକୁ ସମର୍ଥନ କଲେ ଡେଲ୍‌ ଷ୍ଟେନ୍। ଅଧିକ ପଢନ୍ତୁ,

ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ଶେଷ ତିନୋଟି ଟେଷ୍ଟ ଖେଳିବେ ନାହିଁ ବିରାଟ କୋହଲି । ବ୍ୟକ୍ତିଗତ କାରଣ ଯୋଗୁଁ ସେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ଖେଳି ନଥିଲେ । ସମାନ କାରଣ ଯୋଗୁଁ ମଧ୍ୟ ବାକି 3 ଟି ମ୍ୟାଚ ଖେଳିବେ ନାହିଁ । ଏହି ଖବର କ୍ରିକେଟ ପ୍ରେମିଙ୍କୁ ନିରାଶ କରିଛି । ବ୍ୟକ୍ତିଗତ କାରଣରୁ ଷ୍ଟାର ବ୍ୟାଟର ବିରାଟ କୋହଲି ଖେଳଠାରୁ ଦୂରେଇ ରହିଛନ୍ତି । ବିରାଟଙ୍କ ଏପରି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ଦକ୍ଷିଣ ଆଫ୍ରିକାର ଭେଟେରାନ ଦ୍ରୁତ ବୋଲର ଡେଲ୍‌ ଷ୍ଟେନ । ପରିବାର ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ବୋଲି କହିଛନ୍ତି ଡେଲ୍‌ ଷ୍ଟେନ ।

ଡେଲ୍‌ ଷ୍ଟେନ କହିଛନ୍ତି, ''ପରିବାର ହେଉଛି ସବୁଠାରୁ ପ୍ରଥମ ପ୍ରାଥମିକତା । ଏହିଠାରେ ହିଁ ସବୁ କାହାଣୀ ଶେଷ । ମୋର ତିନୋଟି କୁକୁର ଅଛି ଏବଂ ଯେତେବେଳେ ସେମାନଙ୍କ ମଧ୍ୟରୁ ଜଣେ ଅସୁସ୍ଥ ହେଲା, ମୁଁ ସେତେବେଳେ ଆଇପିଏଲ ମ୍ୟାଚ ଖେଳିନଥିଲି । ମୋ ପୋଷା କୁକୁରକୁ ଦେଖିବା ପାଇଁ ବିମାନରେ ମୁଁ ମୋ ଦେଶକୁ ଫେରି ଆସିଥିଲି । ଯଦି ବିରାଟ କୋହଲି ଘରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ତେବେ ସେ ତାଙ୍କ ଦ୍ୱିତୀୟ ସନ୍ତାନ ପାଇଁ ତାଙ୍କ ପତ୍ନୀଙ୍କ ସହ ରହିବାକୁ ଚାହାଁନ୍ତି, ଏଥିରେ କୌଣସି ଅସୁବିଧା ନାହିଁ । ଜଣେ କ୍ରିକେଟର ଦେଶ ପାଇଁ ଯାହା କରିବା କଥା ତାହା ସେ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଶେଷ 3 ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ଖେଳିବେନି କୋହଲି

ପୂର୍ବତନ ଭାରତୀୟ ଖେଳାଳି ଆକାଶ ଚୋପ୍ରା କହିଛନ୍ତି, '' କେହି ଆସିବା ବା ନଆସିବା କାରଣରୁ ଜୀବନ କେବେ ଅଟକିଯାଏ ନାହିଁ । ଜୀବନ ନିଶ୍ଚିତ ଆଗକୁ ଯିବ । ଆମେ କୋହଲିଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛୁ । ତାଙ୍କର ଅନୁପସ୍ଥିତିର ଅର୍ଥ ଏହା ନୁହେଁ ଯେ ଟେଷ୍ଟ ସିରିଜ୍ ହାରିଯିବା । ''

ଆସନ୍ତା 15 ତାରିଖରେ ରାଜକୋଟରେ ଭାରତ ଓ ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ । ପରେ ଚତୁର୍ଥ ମ୍ୟାଚ ଫେବୃଆରୀ 23 ତାରିଖ ରାଞ୍ଚିରେ ଓ ଶେଷ ମ୍ୟାଚ ମାର୍ଚ୍ଚ 7 ତାରିଖ ଧର୍ମଶାଳାରେ ଖେଳାଯିବ । ଏହି 3ଟି ଟେଷ୍ଟ ମ୍ୟାଚ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ସମ୍ପୂର୍ଣ୍ଣ ସିରିଜ ଖେଳିବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.