ETV Bharat / politics

ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ଓଡ଼ଗାଁର ପୂର୍ବତନ ଅଧ୍ୟକ୍ଷ ସନ୍ନ୍ୟାସୀ ପ୍ରଧାନ - BJD JOINING PROGRAM

author img

By ETV Bharat Odisha Team

Published : Apr 20, 2024, 8:57 PM IST

ବିଜେଡିର ମିଶ୍ରଣ ପର୍ବ: ଦଳରେ ସାମିଲ ହେଲେ ନୟାଗଡର ବରିଷ୍ଠ ନେତା ଓ କର୍ମୀ
ବିଜେଡିର ମିଶ୍ରଣ ପର୍ବ: ଦଳରେ ସାମିଲ ହେଲେ ନୟାଗଡର ବରିଷ୍ଠ ନେତା ଓ କର୍ମୀ

BJD JOINING PROGRAM: ବିଜେଡିର ମିଶ୍ରଣ ପର୍ବରେ ନୟାଗଡ଼ ଜିଲ୍ଲାର ବହୁ ନେତା ଓ କର୍ମୀ ଦଳରେ ଯୋଗଦାନ କରିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

ବିଜେଡିର ମିଶ୍ରଣ ପର୍ବ: ଦଳରେ ସାମିଲ ହେଲେ ନୟାଗଡର ବରିଷ୍ଠ ନେତା ଓ କର୍ମୀ

ଭୁବନେଶ୍ବର: ଆଜି ବିଜେଡିର ଏକ ବଡ ଧରଣର ମିଶ୍ରଣ ପର୍ବ ଆୟୋଜିତ ହୋଇଛି । ବିଜେଡିରେ ସାମିଲ ହୋଇଛନ୍ତି ନୟାଗଡ଼ ଜିଲ୍ଲା ସମବାୟ ସମିତିର ନିର୍ଦ୍ଦେଶକ ସନ୍ନ୍ୟାସୀ ପ୍ରଧାନ ଓ ତାଙ୍କ ସମର୍ଥକ । ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରତିନିଧି ସ୍ମିତା ସିଂ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଉପସ୍ଥିତିରେ ସେମାନେ ବିଜେଡ଼ିରେ ଯୋଗ ଦେଇଛନ୍ତି ।

ବିଜେଡିରେ ସାମିଲ ହୋଇଥିବା ସନ୍ନ୍ୟାସୀ ପ୍ରଧାନ ହେଉଛନ୍ତି ଓଡ଼ଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ । ସେ ବର୍ତ୍ତମାନ ନୟାଗଡ଼ ଜିଲ୍ଲା ସମବାୟ ସମିତିର ନିର୍ଦ୍ଦେଶକ ଅଛନ୍ତି । ସନ୍ନ୍ୟାସୀ ଓ ତାଙ୍କ ସହ ବିଜେଡିରେ ସାମିଲ ହୋଇଥିବା ନେତା ଓ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦଳକୁ ସ୍ବାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ନୟାଗଡ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ସନ୍ନ୍ୟାସୀ ପ୍ରଧାନ ଓ ଅନ୍ୟମାନେ ମିଶିବାରୁ ରଣପୁର ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ ବିଜେପି ଗଡ଼ ଧ୍ବଂସ ହୋଇଛି । ଜିଲ୍ଲାରେ ଆହୁରି ବଡ଼ ମିଶ୍ରଣ ହେବ ।

ଏହା ମଧ୍ୟ ପଢନ୍ତୁ ... ଷଷ୍ଠ ପର୍ଯ୍ୟାୟରେ 9ପ୍ରାର୍ଥୀ ଦେଲା BJD: ବଡଚଣାରୁ ବର୍ଷା, ଚମ୍ପୁଆରୁ ସନାତନ, କେନ୍ଦ୍ରାପଡ଼ାରୁ ଗଣେଶ୍ବର - BJD CANDIDATE LIST

ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି ଯେ, ଆଜି ଏକ ପବିତ୍ର ଦିନ । ରଣପୁର ବିଜେଡି ପରିବାର ଦୃଢ଼ ହୋଇଛି । ସମସ୍ତଙ୍କୁ ସାଥିରେ ନେଇ ବିଜେଡିକୁ ଜୟଯୁକ୍ତ କରିବାକୁ ଚେଷ୍ଟା ଚାଲିଛି । ରଣପୁର ଆଜି ବିଜେଡି ଗଡ଼ ହୋଇଛି । ଏଠାରେ ଯୋଡି ଶଙ୍ଖ ଜିତିବ । ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ କହିଛନ୍ତି ଯେ, ସନ୍ନ୍ୟାସୀ ବାବୁଙ୍କ ବିଷୟରେ ବହୁତ ଶୁଣିଥିଲି । ନୟାଗଡ ଓ ରଣପୁର ଉପରେ ମୁଁ ମୁଣ୍ଡ ଖେଳାଉ ନାହିଁ । ସେଠାରେ ଅରୁଣ ସାହୁ ଓ ସତ୍ୟ ନାରାୟଣ ପ୍ରଧାନଙ୍କ ପ୍ରଭାବ ଅଛି । ସବୁ ଶ୍ରେୟ ଓ ଧନ୍ୟବାଦ କାରଣ ଉଭୟ ବିଧାୟକ । ଏହା ପୁରୀ ଲୋକସଭା ଓ ବିଜେଡି ପାଇଁ ବଡ଼ ସଫଳତା ।

ସନ୍ନ୍ୟାସୀ ପ୍ରଧାନ କହିଛନ୍ତି ଯେ, ମୁଁ ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶତ ଶତ ପ୍ରଣାମ ଜଣାଉଛି । ବିଜେପି ଛାଡି ଆଜି ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛି । ଦଳ କିପରି ସୁଦୃଢ ହେବ କାମ କରିବି । ଆମେ ବି ଡବଲ ଇଂଜିନ କରିବୁ । ବିଜେଡି ବିଧାୟକ ଓ ସାଂସଦ ଜିତାଇବୁ । ମୁଖ୍ୟମନ୍ତ୍ରୀ ନୂତନ ଅଧ୍ୟୟ ସୃଷ୍ଟି କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ସନ୍ୟାସୀ ପ୍ରଧାନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.