ETV Bharat / politics

ମଞ୍ଚରେ ଧର୍ମେନ୍ଦ୍ରଙ୍କୁ ବିକାଶର ହିସାବ ମାଗିଲେ ପ୍ରଣବ - Pranab Targets Dharmendra

author img

By ETV Bharat Odisha Team

Published : Apr 18, 2024, 5:50 PM IST

Pranab Targets Dharmendra: ନିର୍ବାଚନ ପାଇଁ ଜନମତ ଯୋଗାଡ଼ କରିବାରେ ଲାଗିଛି ବିଜେଡି । ଅନୁଗୋଳରେ ଆୟୋଜିତ ଏକ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଅଧିକ ପଢନ୍ତୁ

Pranab Targets Dharmendra
Pranab Targets Dharmendra

Pranab Targets Dharmendra

ଅନୁଗୋଳ: ନିର୍ବାଚନୀ ସଭା ମଞ୍ଚରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ । ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଅନୁଗୋଳ ତୁରଙ୍ଗ ପଡ଼ିଆରୁ କେନ୍ଦ୍ର ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି । ନାଁ ନନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନାହାନ୍ତି ପ୍ରଣବ । ସେ କହିଛନ୍ତି, "କେବଳ ସଂଖ୍ୟାର ରାଜନୀତି କରୁଛନ୍ତି କେନ୍ଦ୍ର ସରକାର । ୧୦ ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହି ଅନୁଗୋଳ, ଢେଙ୍କାନାଳ ଆଉ ସମ୍ବଲପୁର ପାଇଁ କ'ଣ କରିଛନ୍ତି ? କେନ୍ଦ୍ରରେ ଏକ ସରକାର ଅଛି ଯାହାର ଲୋକଙ୍କ ପାଇଁ କାମ ଦରକାର ନାହିଁ ବରଂ ସଂଖ୍ୟା ଦରକାର । ଦୀର୍ଘ ୧୦ବର୍ଷ ହେଲା ଏହି ମାଟିର ଜଣେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ସେ କ'ଣ କରିଛନ୍ତି, ତାହା ଏ ଜାତୀୟ ରାଜପଥର ଅବସ୍ଥା ଦେଖିଲେ ଜଣାପଡୁଛି ।"

ଆଜି ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ତୁରଙ୍ଗଠାରେ ଅନୁଷ୍ଠିତ ୨୫ ଓ ୨୬ ନମ୍ବର ଜୋନର କର୍ମୀ ସମ୍ମିଳନୀରେ ଯୋଗ ଦେବା ଅବସରରେ ଏପରି କହିଛନ୍ତି ପ୍ରଣବ ପ୍ରକାଶ । ସେ ଆହୁରି ମଧ୍ୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ନେତୃତ୍ୱରେ କାମ କରୁଥିବା ସମସ୍ତ ନେତା କେବଳ କାମରେ ବିଶ୍ୱାସ କରନ୍ତି । କଥାରେ ନୁହେଁ । ଯାହା ଆଜି ବିକାଶ ହୋଇଛି ସେଥିରୁ ଏହା ସ୍ପଷ୍ଟ ପ୍ରମାଣିତ ।"

ଏହା ବି ପଢନ୍ତୁ...ଗାଁକୁ ଗାଁ ବୁଲି ଅସନ୍ତୁଷ୍ଟ କର୍ମୀଙ୍କୁ ବୁଝାଇବାକୁୁ ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲିଙ୍କ ପ୍ରୟାସ - Arvind Dhali

ଏହା ବି ପଢନ୍ତୁ...ସମ୍ବଲପୁର ଲୋକସଭା କ୍ଷେତ୍ର ଦଖଲ ନେଇ ବିଜେଡିର ଦୃଢୋକ୍ତି, ଏକ ତରଫା ଜିତିବୁ କହିଲେ ଲେନିନ - Election 2024

ସୂଚନା ଅନୁସାରେ, ସକାଳ ପ୍ରାୟ ୧୧ଟାରେ ପ୍ରଣବ ହଜାର ହଜାର କର୍ମୀଙ୍କ ସହ ଚାଲି ଚାଲି ମଞ୍ଚ ନିକଟରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ମିଶିଥିଲେ । ସଭାରେ ପ୍ରଣବ ଉଦବୋଧନ ଦେବା ପରେ ମଞ୍ଚ ତଳକୁ ଆସି ମହିଳା ଓ ଅନ୍ୟ ଉପସ୍ଥିତ କର୍ମୀମାନଙ୍କ ସହ ଜଣ ଜଣ କରି ମିଶିଥିଲେ । ଆସନ୍ତା ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଆହୁରି ଟାଣ କରିବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା, ତାଳଚେର ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।

ଇଟିଭି ଭାରତ,ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.