ETV Bharat / politics

ଗାଁକୁ ଗାଁ ବୁଲି ଅସନ୍ତୁଷ୍ଟ କର୍ମୀଙ୍କୁ ବୁଝାଇବାକୁୁ ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲିଙ୍କ ପ୍ରୟାସ - Arvind Dhali

author img

By ETV Bharat Odisha Team

Published : Apr 18, 2024, 10:43 AM IST

BJP candidate Arvind Dhali election campaign: ଗାଁକୁ ଗାଁ ବୁଲୁଛନ୍ତି ଅରବିନ୍ଦ ଢାଲି । ସମର୍ଥକ ଓ ଅସନ୍ତୁଷ୍ଟ ଗୋଷ୍ଠୀକୁ ବୁଝାଇବା ପାଇଁ କରୁଛନ୍ତି ପ୍ରୟାସ । ଡବଲ ଇଞ୍ଜିନ ସରକାର କଥା କହି ମାଗୁଛନ୍ତି ଭୋଟ । ଅଧିକ ପଢନ୍ତୁ

ଗାଁ କୁ ଗାଁ ବୁଲି ଅସନ୍ତୁଷ୍ଟ କର୍ମୀଙ୍କୁ ବୁଝାଇବାକୁୁ ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲିଙ୍କ ପ୍ରୟାସ
ଗାଁ କୁ ଗାଁ ବୁଲି ଅସନ୍ତୁଷ୍ଟ କର୍ମୀଙ୍କୁ ବୁଝାଇବାକୁୁ ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲିଙ୍କ ପ୍ରୟାସ

ଗାଁକୁ ଗାଁ ବୁଲି ଅସନ୍ତୁଷ୍ଟ କର୍ମୀଙ୍କୁ ବୁଝାଇବାକୁୁ ବିଜେପି ପ୍ରାର୍ଥୀ ଅରବିନ୍ଦ ଢ଼ାଲିଙ୍କ ପ୍ରୟାସ

ଖୋର୍ଦ୍ଧା: ବିଜେଡି ଛାଡି ବିଜେପିରୁ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଅଧୀନ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହୋଇଥିବା ଅରବିନ୍ଦ ଢାଲି ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଦଳରେ ବିଦ୍ରୋହୀଙ୍କୁ ସନ୍ତୁଷ୍ଟ କରି ପୁଣି ଥରେ ନିର୍ବାଚନୀ ସମର୍ଥନ ହାସଲ କରିବା ଏବଂ ବିଜେପି କର୍ମୀଙ୍କୁ ନେଇ ନିଜ ଆସନରେ ଦଳକୁ ସଂଗଠିତ କରିବା ଉଦ୍ଦେଶ୍ୟରେ ଅଭିଯାନ ଜାରି ରଖିଛନ୍ତି ଅରବିନ୍ଦ । ସମର୍ଥକଙ୍କୁ ଧରି ବିଭିନ୍ନ ସାହି, ଗାଁ ଓ ଗଳି ବୁଲୁଛନ୍ତି । ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । ମୋଦି ସରକାରଙ୍କ ବିକାଶ ଭିଜନ କଥା କହି ଭୋଟ ମାଗୁଛନ୍ତି ।


ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ଥିବା ଓ ପରବର୍ତ୍ତୀ ସମୟରେ ଦଳବଦଳ କାରଣରୁ ସଭ୍ୟପଦରୁ ବିଦା ହୋଇଥିବା ଅରବିନ୍ଦ ଢ଼ାଲି ଏବେ ବିଜେପି ଟିକେଟରେ ବିଧାନସଭା ନିର୍ବାଚନ ଲଢୁଛନ୍ତି । କିନ୍ତୁ ଅରବିନ୍ଦଙ୍କ ପ୍ରାର୍ଥିତ୍ବକୁ ନେଇ ଜୟଦେବ ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ଦାୟିତ୍ବରେ ଥିବା କିଛି ବିଜେପି କାର୍ଯ୍ୟକର୍ତ୍ତା ବିରୋଧ କରିବା ସହ ଅଣ୍ତାମାଡ ମଧ୍ୟ କରିଥିଲେ । ଏପରିକି ଅରବିନ୍ଦ ଢ଼ାଲିଙ୍କ ପ୍ରାର୍ଥିତ୍ବ ପରିବର୍ତ୍ତନ କରିବା ପାଇଁ ମଧ୍ୟ ନିର୍ବାଚନ ମଣ୍ଡଳୀର ଦୁଇଗୋଷ୍ଠୀ ରାଜ୍ୟ ବିଜେପି କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ କରିଥିବା ଦେଖାଯାଇଥିଲା । ବିରୋଧ ସତ୍ତ୍ୱେ ଅରବିନ୍ଦ ନିଜ ସମର୍ଥକଙ୍କୁ ଧରି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ‘ବାହାର ଲୋକଙ୍କୁ ଗ୍ରହଣ କରିବେନି କଣ୍ଟାବାଞ୍ଜିବାସୀ’: ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ବକୁ ସାଲୁଜାଙ୍କ ଖୋଲା ଚ୍ୟାଲେଞ୍ଜ - Santosh Singh Saluja

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଆମଣାକୁଦ, ନରିଶୋ ଏବଂ ଦେଉଳଧରପୁର ପଞ୍ଚାୟତର ଗାଁ,ଗଣ୍ଡାରେ ପହଞ୍ଚି ବିଜେପି ନେତା, କର୍ମୀ ଏବଂ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ନିକଟତର ହେବା ପାଇଁ ଉଦ୍ଯମ କରିଛନ୍ତି । ବିଶେଷ କରି ଅରବିନ୍ଦ ଢ଼ାଲି ବିଜେଡି ଦଳରୁ ଦୁଇଥର ବିଧାୟକ ହୋଇଥିବାରୁ, ନିଜର ପୁରୁଣା ସହଯୋଗୀ ବିଜେଡି କର୍ମୀମାନଙ୍କୁ ଏବେ ବିଜେପିରେ ସାମିଲ କରିବା ପାଇଁ ଉଦ୍ଯମ କରୁଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁଶାସନ ଓ ଡବଲ ଇଞ୍ଜିନ ସରକାର ଗଠନ ହେଲେ ରାଜ୍ୟରେ ବିକାଶ ସମ୍ଭବ ବୋଲି ସେ ଲୋକଙ୍କୁ ବୁଝାଉଥିବାର ଦେଖିବାକୁ ମିଳିଛି । ଦେଶରେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦୃଢ ସରକାର ଓ ରାଜ୍ୟରେ ମଧ୍ୟ ବିଜେପି ସରକାର ଗଠନ କରିବା ପାଇଁ ବିଜେପିକୁ ଭୋଟ ଦେବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.