ETV Bharat / politics

ବିଜେପି ଯେତେ ଯାହା କଲେ ଆମେ ଡରିବୁନି: ଅଶୋକ ଗେହଲଟ

author img

By ETV Bharat Odisha Team

Published : Jan 24, 2024, 2:06 PM IST

Ashok Gehlot Targets BJP
ବିଜେପିକୁ ଟାର୍ଗେଟ କଲେ ଅଶୋକ ଗେହଲଟ

Ashok Gehlot Targets BJP: ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ଘଟଣାକୁ ନିନ୍ଦା କଲେ ଅଶୋକ ଗେହଲଟ । କହିଲେ ବିଜେପି ଯେତେ ଚେଷ୍ଟା କଲେ ବି ଆମକୁ ଡରାଇ ପାରିବ ନାହିଁ । ଅଧିକ ପଢନ୍ତୁ

ଜୟପୁର(ରାଜସ୍ଥାନ): ଆସାମରେ ରାହୁଲ ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ ନେଇ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ''ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନିର୍ଦ୍ଦେଶରେ ଏଫଆଇଆର ରୁଜୁ ହୋଇଛି । ଆସାମରେ କଂଗ୍ରେସ ନ୍ୟାୟ ଯାତ୍ରାକୁ ଅଟକାଇବାକୁ ଚେଷ୍ଟା କରାଯାଉଛି । ଦେଶବ୍ୟାପୀ କଂଗ୍ରେସ ନେତାମାନେ ବିଶ୍ବଶର୍ମାଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରୁଛନ୍ତି । ତେବେ ବିଜେପି ଯେତେ ଯାହା ଚେଷ୍ଟା କରୁ ନା କାହିଁକି ନା କଂଗ୍ରେସକୁ ଡରାଇ ପାରିବ ନା ରାହୁଲ ଗାନ୍ଧୀ ଡରିବେ ।'' ଆଜି ଜୟପୁର ବିମାନ ବନ୍ଦରରେ ଗଣମାଧ୍ୟମ ଆଗରେ ଏଭଳି କହିଛନ୍ତି ଗେହଲଟ ।

ଗେହଲଟ ଆହୁରି କହିଛନ୍ତି ଯେ, ଆସାମରେ ନ୍ୟାୟ ଯାତ୍ରା ଅଟକାଇବାକୁ ଯେମିତି ଚେଷ୍ଟା କରାଯାଉଛି, ତାହା ବିଚଳିତ କଲାଭଳି । କାରଣ ସବୁକିଛି ସେଠାକାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଛି । ପୋଲିସକୁ ନିର୍ଦ୍ଦେଶ ଦେଇ କୌଣସି ନେତାଙ୍କ ବିରୋଧରେ ମାମଲା ରୁଜୁ କରିବାର ଅଧିକାର କେଉଁ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କ ନାହିଁ । ଯଦି ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେବାକୁ ଲାଗିବେ, ତାହେଲେ ପ୍ରତିଶୋଧ ନେବାକୁ କେହି ବି ଏମିତି କରିପାରିବେ ।

ଏହା ମଧ୍ୟ ପଢନ୍ତୁ: ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ; ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ

କଂଗ୍ରେସ ନେତା ସିଆରପିସି ପ୍ରାବଧାନଗୁଡିକୁ ଉଲ୍ଲେଖ କରି କହିଛନ୍ତି, ସ୍ଥାନୀୟ ଏସଏଚଓଙ୍କ ଅଧିକାର ଯେ ସେ କୌଣସି ଘଟଣାକୁ ବୁଝି ନିଷ୍ପତ୍ତି ନେବେ । କିନ୍ତୁ ବିଜେପି ଶାସିତ ରାଜ୍ୟ ଏଭଳି କରି ଏକ ନୂଆ ପରମ୍ପରାର ଆରମ୍ଭ କରୁଛି । ଯଦି ଏହାର ଅନୁସରଣ ହୁଏ, ତାହେଲେ ଅଣବିଜେପି ଶାସତ ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଅଥବା ଅନ୍ୟ ବିଜେପି ନେତାଙ୍କ ବିରୋଧରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗେହଲଟ କଂଗ୍ରେସ ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ ଘଟଣାକୁ ନିନ୍ଦା କରି କହିଛନ୍ତି, ବିଜେପି ଯେତେ ଚେଷ୍ଟା କଲେ ବି କଂଗ୍ରେସ କିମ୍ବା ରାହୁଲ ଗାନ୍ଧୀଙ୍କୁ ଡରାଇ ପାରିବନି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡ ନ୍ୟାୟ ଯାତ୍ରାରେ ଭିଡକୁ ଉସକାଇବା ଅଭିଯୋଗ କରି ରାହୁଲଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କର ଅଭିଯୋଗ ଥିଲା ଯେ, ଅନୁମତି ନଥାଇ ମଧ୍ୟ କଂଗ୍ରେସ ନେତା ବାରିକେଡ ଭାଙ୍ଗି ଗୌହାଟୀରେ ପ୍ରବେଶ କରିଥିଲେ । ଅଶୋକ ଗେହଲଟ ବିଶ୍ବଶର୍ମାଙ୍କ କାର୍ଯ୍ୟାନୁଷ୍ଠାନକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.