ETV Bharat / politics

ଦୀପାଳି ଦାସଙ୍କ ଶକ୍ତି ପ୍ରଦର୍ଶନ, ଶତାଧିକ ଭୋଟରଙ୍କୁ ନେଇ ମହାସମାବେଶ - Odisha Assembly Election 2024

author img

By ETV Bharat Odisha Team

Published : Apr 28, 2024, 11:50 AM IST

Dipali Das Campaign
Dipali Das Campaign

Dipali Das Campaign: ଝାରସୁଗୁଡାରେ ବିଜେଡି ବିଧାୟିକା ପ୍ରାର୍ଥୀ ଦିପାଳୀ ଦାସଙ୍କ ପ୍ରଚାର କାର୍ଯ୍ୟ ଜୋରଦାର ରହିଛି । ସମାବେଶରେ ବିରୋଧୀଙ୍କୁ ଟାର୍ଗେଟ କଲେ ଦୀପାଳି । ଅଧିକ ପଢନ୍ତୁ

Dipali Das Campaign

ଝାରସୁଗୁଡା: ଗାଁଠୁ ସହର ଜମୁଛି ନିର୍ବାଚନୀ ପ୍ରଚାର । ସଭା ସମିତି, ଶୋଭାଯାତ୍ରା ସମାବେଶ କରି ଭୋଟରଙ୍କୁ ଆକୃଷ୍ଟ କରିବା ପ୍ରୟାସରେ ପ୍ରମୁଖ ଦଳର ପ୍ରାର୍ଥୀମାନେ । ଏହି କ୍ରମରେ ଶନିବାର ଦିନ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ଲଇକେରାଠାରେ ଥିବା ମିନି ଷ୍ଟାଡିୟମରେ ବିଜେଡ଼ି ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ମହିଳା ଭୋଟର ଏହି ସମାବେଶରେ ସାମିଲ ହୋଇଥିବା ବେଳେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଝାରସୁଗୁଡ଼ାରେ ବିଜେଡିର ମିଶ୍ରଣ ପର୍ବ, ଘର ବାହୁଡିଲେ ଦଳ ଛାଡ଼ିଥିବା କର୍ମୀ - BJD Joining Program

ଏହି ଅବସରରେ ଦୀପାଳି ଦାସ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତିକରଣ ଓ ସ୍ଵାବଲମ୍ବୀ, ଚାଷୀ ମୂଲିଆଙ୍କ ପାଇଁ ଉନ୍ନତ ଯୋଜନା ରାଜ୍ୟବାସୀଙ୍କୁ ସଶକ୍ତ କରିଛି । ୬ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟ, ସ୍ଵାସ୍ଥ୍ୟସେବାଠୁ ନେଇ କୀର୍ତ୍ତନ ମଣ୍ଡପ, କଲ୍ୟାଣ ମଣ୍ଡପ, ପୋଖରୀ ଓ ମନ୍ଦିର ରୂପାନ୍ତରୀକରଣ ଦିଗରେ ଲୋକାଭିମୁଖି ବିକାଶ ହୋଇଛି । ବିରୋଧୀ ବିଜେପି ଦଳ ପ୍ରାର୍ଥୀ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଛବି ଓ ସ୍ୱର୍ଗୀୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନୂତନ ଝାରସୁଗୁଡ଼ା ନିର୍ମାଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି । ଲଇକେରା ମାଟି ମୋ ପରିବାର ସହ ଅଛି । ଲୋକେ କହି ଚାଲିଥିବେ ମୁଁ ମୋ କାମ କରି ଚାଲିଥିବି । ବିରୋଧୀଙ୍କୁ ଏଥର କଡା ଜବାବ ଦେବୁ । "

ଏହାମଧ୍ୟ ପଢନ୍ତୁ.. ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବ, ବିରୋଧୀ ଦଳ ନେତାଙ୍କୁ ଘେରିଲେ ଦୀପାଳି - BJD Joining Program In Jharsuguda

ଏଥସହ ମଞ୍ଚରେ ବିଜେପିର ସମ୍ୱଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ଦୀପାଳି । ନବ ଦାସଙ୍କ ପରିବାର ବର୍ଷ ସାରା ଅଞ୍ଚଳବାସୀଙ୍କ ସେବାରେ ନିୟୋଜିତ ଥିଲେ, ଅଛନ୍ତି ଏବଂ ଆସନ୍ତା ସମୟରେ ମଧ୍ୟ ରହିବେ ବୋଲି କହିଛନ୍ତି ଦୀପାଳି ଦାସ । ଶନିବାର ଅନୁଷ୍ଠିତ ଏହି ସମାବେଶରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଷ୍ଣୁ କେଡିଆ, ଜିଲ୍ଳା ସଭାପତି ରବି ସିଂ, ଜିଲ୍ଲା ମହିଳା ନେତ୍ରୀ ରୋଜାଲିନ ପଟେଲ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଳା ପରିଷଦ ସଦସ୍ୟ ତୁଲାବତୀ ମିଞ୍ଜ, ମହିଳା ବ୍ଲକ ସଭାପତି ସବିତା ବାଗ, ଅଞ୍ଜୁକ୍ତା ବେହେରା, କଲିମ ଖାନ, ପ୍ରଦୀପ ଧିମାନ ପ୍ରମୁଖ ମଞ୍ଚାସୀନ ଥିବାବେଳେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ସମାବେଶରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.