ETV Bharat / state

ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବ, ବିରୋଧୀ ଦଳ ନେତାଙ୍କୁ ଘେରିଲେ ଦୀପାଳି - BJD Joining Program In Jharsuguda

author img

By ETV Bharat Odisha Team

Published : Apr 12, 2024, 4:35 PM IST

BJD Joining Program In Jharsuguda: ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଟିତ । ଏହି ଅବସରରେ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରିଛନ୍ତି ଦୀପାଳି ଦାସ । ଅଧିକ ପଢ଼ନ୍ତୁ

ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବ
ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବ

ଝାରସୁଗୁଡାରେ ବିଜେଡିର ମିଶ୍ରଣ ପର୍ବ

ଝାରସୁଗୁଡା: ଆଗକୁ ସାଧାରଣ ନିର୍ବାଚନ ରହିଛି । ଏବେଠାରୁ ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏନେଇ ବିରୋଧୀ ଦଳର ନେତାଙ୍କୁ ଘେରିଛନ୍ତି ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସ । ବିଜେଡି ପକ୍ଷରୁ ଝାରସୁଗୁଡାରେ ଆୟୋଜିତ ହୋଇଥିବା ଏକ ମିଶ୍ରଣ ପର୍ବରେ ଭାରତୀୟ ଜନତା ପାର୍ଟୀର ନେତାମାନଙ୍କୁ ସିଧାସଳଖ ଟାର୍ଗେଟ କରିବା ସହ ବିଜେପି ସରକାରଙ୍କ ଅପାରଗତା ଓ ବୈମାତୃକ ମନୋଭାବ ସତ୍ତ୍ୱେ ଝାରସୁଗୁଡ଼ାର ବିକାଶ ହୋଇଛି ବୋଲି କହିଛନ୍ତି ଦୀପାଳି ।

ତେବେ ଆଜି (ଶୁକ୍ରବାର) ବିଜୁ ଜନତା ଦଳ ପକ୍ଷରୁ ଝାରସୁଗୁଡାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଝାରସୁଗୁଡା କିସାନ ଛକରୁ ବେହେରାମାଲ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ପରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରାୟ 500ରୁ ଉର୍ଦ୍ଧ୍ବ ମହିଳା ଏବଂ ପୁରୁଷ ବିଜେଡିରେ ଯୋଗ ଦେଇଛନ୍ତି । ଝାରସୁଗୁଡା ବିଜେଡି ବିଧାୟିକା ଦୀପାଳି ଦାସ ନୂତନ ଭାବରେ ଯୋଗ ଦେଇଥିବା କର୍ମୀମାନଙ୍କୁ ଦଳରେ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନ ଝାରସୁଗୁଡାରେ ବିଜୁ ଜନତା ଦଳକୁ ଆହୁରି ସଶକ୍ତ କରିଛି ବୋଲି ପ୍ରକାଶ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ, ବିକାଶ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି । ଓଡିଶାବାସୀଙ୍କ ବିଶ୍ୱାସର ପ୍ରତିକ ହେଉଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କ ବିଶ୍ୱାସ ଏବଂ ଭଲପାଇବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରହିଛି l ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ବିଜୟୀ ହେବାସହ ପୁଣି ଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟର ଉନ୍ନତି ଏବଂ ପ୍ରଗତୀ ପାଇଁ କାର୍ଯ୍ୟ କରିବେ ବୋଲି ଦୀପାଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ତୃତୀୟ ଥର ପାଇଁ ତାଳଚେରରୁ ବିଜେଡି ପ୍ରାର୍ଥୀ ହେଲେ ବ୍ରଜକିଶୋର, କହିଲେ ଉନ୍ନତିମୂଳକ କାର୍ଯ୍ୟ କରିବି - Talcher Assembly Constituency

ସେପଟେ ମିଶ୍ରଣ ପର୍ବ ଅବସରରେ ବିରୋଧି ଦଳ ତଥା ଭାରତୀୟ ଜନତା ପାର୍ଟୀ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଦୀପାଳି । ଦୀପାଳି କହିଛନ୍ତି, "ବିରୋଧୀ ସବୁବେଳେ କହୁଛନ୍ତି ଓଡିଶାରେ ବିକାଶ ହେଉନାହିଁ । ଅନ୍ୟମାନଙ୍କ ଭଳି ଆମେ ଭାଷଣରେ ବିଶ୍ବାସ କରୁନାହୁଁ । ଆମେ କାମରେ ବିଶ୍ବାସ କରୁ । ଓଡ଼ିଶାର ନେତା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରହିଛନ୍ତି । ଯଦି ଏତେ ବିକାଶ କରିବାର ଇଚ୍ଛା ଅଛି ତେବେ ଝାରସୁଗୁଡରେ ସରକାରୀ କଲେଜ କରିବାକୁ କଣ ପାଇଁ ଅନୁମତି ଦେଉନାହାନ୍ତି । ଆଗାମୀ ଦିନରେ ଝାରସୁଗୁଡର ବିକାଶ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଭଳି ଚାଲିଥିବ ।"

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.