ETV Bharat / politics

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି - Dharmagarh Assembly Constituency

author img

By ETV Bharat Odisha Team

Published : Apr 28, 2024, 6:33 PM IST

ଧର୍ମଗଡ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି
ଧର୍ମଗଡ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି

Dharmagarh Assembly Constituency: ଦୀର୍ଘ ଦୁଇ ଦଶନ୍ଧି ଧରି ଧର୍ମଗଡ଼ରେ ଉଡୁଛି ବିଜେଡିର ବିଜୟ ଧ୍ବଜା । ତେବେ ଏଥର ମହିଳା ଓ ଜାତି କାର୍ଡ ଖେଳି ବିଜେଡିର ଅଙ୍କ ବିଗାଡିବା ଲକ୍ଷ୍ୟରେ ରହିଛି କଂଗ୍ରେସ । ସେହିପରି ଧର୍ମଗଡ଼ ହାତେଇବାକୁ ବିଜେପି କରୁଛି ଆପ୍ରାଣ ଉଦ୍ୟମ । ଏଥର ଦୋହଲିବ କି ବିଜେଡିର ଗଡ । ଫୁଟିବ ପଦ୍ମ ନା ଉଠିବ ହାତ । ପଢନ୍ତୁ ଧର୍ମଗଡ ନିର୍ବାଚନ ମଣ୍ଡଳୀର ରାଜନୈତିକ ସମୀକରଣ ।

ଧର୍ମଗଡ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି

ଭବାନୀପାଟଣା: ରାଜ୍ୟରେ ଆଗାମୀ ମେ ୧୩ ତାରିଖରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ଣତା ବଢିବାରେ ଲାଗିଛି । ରାଜ୍ୟରେ ଯେଉଁ କେତୋଟି ଅଣକଂଗ୍ରେସ ଗଡ଼ ଭାବେ ନିର୍ବାଚନମଣ୍ଡଳୀ ରହିଛି ସେଥି ମଧ୍ୟରୁ ଧର୍ମଗଡ଼ ଅନ୍ୟତମ । ଗତ ୨୦ ବର୍ଷ ମଧ୍ୟରେ ଏଠାରେ କେବଳ ବିଜେଡିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଶେଷଥର ପାଇଁ କଂଗ୍ରେସ ୧୯୮୫ ମସିହାରେ ଏଠାରେ ଜିତିଥିବା ବେଳେ ଏ ଯାଏଁ ବିଜେପି ଖାତା ଖୋଲି ପାରିନାହିଁ । ଏଠାରେ ବିଜେଡି ନିଜର ଭରସାଯୋଗ୍ୟ ନେତା ତଥା ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଟିକଟ ଦେଇଥିବା ବେଳେ, କଂଗ୍ରେସ ଉଭୟ ମହିଳା ଓ ଯାଦବ କାର୍ଡ ଖେଳି ରଶ୍ମି ରେଖା ରାଉତଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଜେପି ସୁଧୀର ପାଟ୍ଟଯୋଶୀଙ୍କୁ ମୈଦାନକୁ ଓହ୍ଲାଇଛି । ଆସନ୍ତୁ ନଜର ପକାଇବା କଣ ରହିଛି ଧର୍ମଗଡ଼ରେ ରାଜନୈତିକ ସମୀକରଣ ।

ଧର୍ମଗଡ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି
ଧର୍ମଗଡ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ: ୧୯୫୭ ମସିହାରେ ସ୍ଥାପିତ ଏହି ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ବେଶ୍ ଗୁରୁତ୍ବ ବହନ କରୁଥିବା ବେଳେ ଚଳିତ ନିର୍ବାଚନକୁ ନେଇ ଏହି ନିର୍ବାଚନ ମଣ୍ଡଳୀରେ ହେବ ତ୍ରିମୁଖୀ ଲଢେ଼ଇ । କୋକସରା ବ୍ଲକର ୨୨ ଓ ଜୟପାଟଣା ବ୍ଲକର ୪ ଟି ପଞ୍ଚାୟତ, କଲମପୁର ବ୍ଲକର ୧୧ ଟି ପଞ୍ଚାୟତ ସମେତ ଧର୍ମଗଡ ବ୍ଲକର ୨୪ ଟି ପଞ୍ଚାୟତ ସହ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀ ୨୦୦୦ ମସିହା ଠାରୁ ବିଜେଡିର ଗଡ ରହି ଆସିଛି । ଏହି ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୩୧ ହଜାର ୪୫୨ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧ ଲକ୍ଷ ୨୯ ହଜାର ୩୬୨ ଜଣ ମହିଳା ଭୋଟର ରହିଛନ୍ତି ସେହିପରି ୫୬୭ ଜଣ ନୂଆ ଭୋଟର ଓ ୬ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ତେବେ ୨୦୦୦ ମସିହାରୁ ଏହି ନିର୍ବାଚନ ମଣ୍ଡଳୀ ବିଜେଡିର କବଜାରେ ରହିଆସିଥିବା ବେଳେ ୨୦୦୦ ଓ ୨୦୦୪ରେ ବୀର ସିପକା, ୨୦୦୯ ଓ ୨୦୧୪ରେ ପୁଷ୍ପେନ୍ଦ୍ର ସିଂଦେଓ ଏବଂ ୨୦୧୯ରେ ମୌଶଧି ବାଗ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଛନ୍ତି ।

୨୦୨୪ ନିର୍ବାଚନର ପ୍ରାର୍ଥୀଙ୍କ ପ୍ରୋଫାଇଲ :

ଧର୍ମଗଡ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି
ଧର୍ମଗଡ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି

ବିଜେଡି: ଏଥର ବିଜେଡି ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ପ୍ରାର୍ଥୀ କରିଛି । ତେବେ ଧର୍ମଗଡ ପୁଷ୍ପେନ୍ଦ୍ରଙ୍କ ପାଇଁ ଜମା ବି ନୂଆଁ ନୁହଁ । ପୁଷ୍ପେନ୍ଦ୍ର ସିଂଦେଓ ବିଜେଡି ସରକାରର ବିକାଶକୁ ମୁଦ୍ଦା କରି ଲଢିବାକୁ ଲକ୍ଷ୍ୟ ରଖିଥିବା ବେଳେ ୨ ଦଶନ୍ଧି ଧରି କଳାହାଣ୍ଡି ତଥା ଧର୍ମଗଡ଼ର ବିକାଶ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଓ ସହଯୋଗରୁ ସମ୍ଭବ ବୋଲି କହିଛନ୍ତି ପୁଷ୍ପେନ୍ଦ୍ର । ଏହା ସହ ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ଯେ ବିଜେପି ଲୋକମାନଙ୍କୁ ଦରଦାମ ହ୍ରାସ, ଡିଜେଲ ପେଟ୍ରୋଲ ଦର ହ୍ରାସ, ନିଯୁକ୍ତି ପ୍ରଦାନ ଭଳି ବିଭିନ୍ନ ମିଥ୍ୟା ପ୍ରତିଶୃତି ଦେଇଛି, ଯେଉଁଥିପାଇଁ ସେମାନେ ଲୋକଙ୍କ ଆସ୍ଥା ହରାଇଛନ୍ତି । ଧର୍ମଗଡ଼ର ଜନତାଙ୍କ ବିଜେଡି ପ୍ରତି ଭରସା ରହିଛି ଓ ଏଥର ବିଜେଡି ଜିତିବ ବୋଲି ଆଶା ପ୍ରକଟ କରିଛନ୍ତି ପୁଷ୍ପେନ୍ଦ୍ର ।

କଂଗ୍ରେସ: ଧର୍ମଗଡ଼ରେ ଗତ ୨ଟି ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଆସିଛି । ତେଣୁ କଂଗ୍ରେସ ଚଳିତ ନିର୍ବାଚନରେ ମହିଳା ସହିତ ଯାଦବ କାର୍ଡ ଖେଳି ରଶ୍ମିରେଖା ରାଉତଙ୍କୁ ପ୍ରାର୍ଥୀ କରିଛି । ନିଜକୁ ଧର୍ମଗଡ଼ ଅଞ୍ଚଳର ଝିଅ ଓ ବୋହୂ ଭାବେ ଉପସ୍ଥାପିତ କରି ଏଥର ନିର୍ବାଚନକୁ ସ୍ବାଭିମାନର ଲଢେଇ ବୋଲି କହିଛନ୍ତି ରଶ୍ମି ରେଖା । ସେ କହିଛନ୍ତି, 'କଂଗ୍ରେସର ଗ୍ୟାରେଣ୍ଟିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବି । ବିଜେପି ଓ ବିଜେଡି ସରକାରଙ୍କ ଦୁର୍ନୀତି ଓ ଗଣତନ୍ତ୍ର ବିରୋଧୀ କାର୍ଯ୍ୟକଳାପ ବିରୋଧରେ ଲଢେଇ କରିବି ।' ବିଶେଷ କରି ସବୁ ସ୍ତରରେ ମହିଳାଙ୍କ ପ୍ରତି ହେଉଥିବା ଅବହେଳାକୁ ଲୋକଙ୍କ ସମ୍ମୁଖରେ ରଖିବେ ବୋଲି କହିଛନ୍ତି ରଶ୍ମି ରେଖା ।

ବିଜେପି: ବିଜେପି ସୁଧୀର ପାଟ୍ଟଯୋଶୀଙ୍କୁ ଧର୍ମଗଡ଼ ପାଇଁ ପ୍ରାର୍ଥୀ ଭାବେ ଟିକଟ ଦେଇଛି । ବିଧାୟକ ପ୍ରାର୍ଥୀ ସୁଧୀର ଅଞ୍ଚଳର ଚାଷୀ ମାନଙ୍କ ସମସ୍ୟା ଖାସ କରି ମଣ୍ଡି ଓ ଜଳସେଚନ, ଯୁବବର୍ଗଙ୍କୁ ନିଯୁକ୍ତି ଦେବାରେ ବିଫଳତା, ଦାଦନ ସମସ୍ୟା ତଥା ଶିକ୍ଷା ଓ ସ୍ବାସ୍ଥ୍ୟର ସ୍ଥିତି ଭୁଶୁଡ଼ି ଯାଇଥିବା କଥା କହିଛନ୍ତି । ୨୫ ବର୍ଷ ଧରି ଏହି ଅଞ୍ଚଳକୁ ଅଣଦେଖା କରାଯାଉଥିବାର ଅଭିଯୋଗ କରିଛନ୍ତି ସୁଧୀର । ତେଣୁ ଲୋକଙ୍କ ମନ ପରିବର୍ତ୍ତନ ହୋଇ ବିଜେପି ଆଡକୁ ଢଳିଛି ବୋଲି କହିବା ସହ ମୋଦିଙ୍କ ବିକଶିତ ଭାରତ ଜରିଆରେ ବିଜୟୀ ହେବ ବୋଲି କହିଛନ୍ତି ସୁଧୀର ।

ପୂର୍ବ ନିର୍ବାଚନ ଫଳାଫଳ:

୨୦୧୯ ବିଧାନସଭା ନିର୍ବାଚନ:

ଧର୍ମଗଡ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି
ଧର୍ମଗଡ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି

୨୦୧୯ରେ ବିଜେଡି ପ୍ରାର୍ଥୀ ମୌଶଧି ବାଗ ନିଜର ନିକଟତମ ପ୍ରାର୍ଥୀ ବିଜେପିର ଅନନ୍ତ ପ୍ରତାପ ଦେଓଙ୍କୁ ୧୬,୧୫୮ ଖଣ୍ଡ ଭୋଟରେ ହରାଇଥିଲେ । ମୌଶଧି ୬୮,୨୯୧ ଖଣ୍ଡ ଭୋଟ ଓ ଅନନ୍ତ ୫୨,୧୯୩ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଦିଗମ୍ବର ଦୁରିଆ ୪୨,୫୯୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

୨୦୧୪ ବିଧାନସଭା ନିର୍ବାଚନ:

ଧର୍ମଗଡ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି
ଧର୍ମଗଡ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି

୨୦୧୪ରେ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂ ଦେଓ ନିଜର ନିକଟତମ ପ୍ରାର୍ଥୀ ବିଜେପିର ରବିନ୍ଦ୍ର ପାଟ୍ଟଯୋଶୀଙ୍କୁ ୧୬,୧୫୮ ଖଣ୍ଡ ଭୋଟରେ ହରାଇଥିଲେ । ପୁଷ୍ପେନ୍ଦ୍ର ୫୯,୯୩୧ ଖଣ୍ଡ ଭୋଟ ଓ ରବିନ୍ଦ୍ର ୩୭,୩୦୭ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ତୁଷାର ରଞ୍ଜନ ପାଟ୍ଟଯୋଶୀ ୩୩,୫୬୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

୨୦୦୯ ବିଧାନସଭା ନିର୍ବାଚନ:

ଧର୍ମଗଡ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି
ଧର୍ମଗଡ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି

୨୦୦୯ରେ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂ ଦେଓ ନିଜର ନିକଟତମ ପ୍ରାର୍ଥୀ କଂଗ୍ରେସର ରାହାସ ବିହାରୀ ବେହେରାଙ୍କୁ ୨୨,୯୦୬ ଖଣ୍ଡ ଭୋଟରେ ହରାଇଥିଲେ । ପୁଷ୍ପେନ୍ଦ୍ର ୫୬,୪୭୦ ଖଣ୍ଡ ଭୋଟ ଓ ରାହାସ ବିହାରୀ ୩୩,୫୬୪ ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ଜନାର୍ଦ୍ଦନ ପଣ୍ଡା ୩୧,୫୭୩ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

ଧର୍ମଗଡ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି
ଧର୍ମଗଡ ନିର୍ବାଚନ ମଣ୍ଡଳୀ: ବିଜେଡିର ପାରମ୍ପରିକ ଆସନକୁ ଦୋହଲାଇବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି

ରାଜନୈତିକ ସମୀକ୍ଷକଙ୍କ ମତରେ ଏଥର କଂଗ୍ରେସ ଜାତିବାଦ କାର୍ଡ ଖେଳିବା ଦ୍ବାରା ବିଜେଡିର କେତେକାଂଶ ଭୋଟ ହରାଇବାର ସମ୍ଭାବନା ରହିଛି । ତେଣୁ ଏଥର ବିଜେଡି ସହ ମୁଖ୍ୟତଃ କଂଗ୍ରେସର ଟକ୍କର ହୋଇପାରେ ବୋଲି ଆଶା କରାଯାଉଛି । ତେବେ ୧୯୯୦ ପର ଠାରୁ ଏହି ଆସନ ପ୍ରଥମେ ଜନତା ଦଳ ଓ ୨୦୦୦ ପର ଠାରୁ ବିଜେଡି ଅକ୍ତିଆରରେ ରହିଆସିଛି । ଧର୍ମଗଡକୁ ନେଇ ବିଜେଡି ନିଜର ବିଜୟକୁ ନେଇ ବେଶ ଆତ୍ମବିଶ୍ବାସୀ ଥିବା ବେଳେ କଂଗ୍ରେସର ମହିଳା ଟ୍ରମ୍ପକାର୍ଡ ନିର୍ବାଚନୀ ଫଳାଫଳକୁ ରୋଚକ ମୋଡକୁ ଆଣି ପାରିବାର ସାମର୍ଥ୍ୟ ରଖିଛି । ବିଜେପି ମଧ୍ୟ କଡା ଟକ୍କର ଦେବ ବୋଲି ଦୃଢୋକ୍ତି ପ୍ରକାଶ କରିଛି । ତେବେ ଧର୍ମଗଡରେ କାହାର କେତେ ଦମ୍ ତାହା ଜୁନ ୪ରେ ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.