ETV Bharat / politics

ଜୟପୁର ପାଇଁ ପୁଣି ଗୌତମ ସାମନ୍ତରାୟଙ୍କୁ ପ୍ରାର୍ଥୀ କଲା ବିଜେପି - Odisha Assembly Election 2024

author img

By ETV Bharat Odisha Team

Published : Apr 21, 2024, 8:32 PM IST

Updated : Apr 21, 2024, 9:31 PM IST

BJP Candidate
BJP Candidate

BJP Candidate: କୋରାପୁଟ ଜିଲ୍ଲା ଜୟପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଗୌତମ ସାମନ୍ତରାୟଙ୍କ ଉପରେ ପୁଣି ଭରସା କରିଛି ଦଳ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: କୋରାପୁଟ ଜିଲ୍ଲା ଜୟପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବ ନିର୍ବାଚନରେ ଦଳରୁ ପ୍ରାର୍ଥୀ ହୋଇଥିବା ଗୌତମ ସାମନ୍ତରାୟଙ୍କ ଉପରେ ପୁଣି ଭରସା କରିଛି ଦଳ । ଗୌତମ ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ପ୍ରାର୍ଥୀ ଜୟପୁରରୁ ଭାବେ ନିର୍ବାଚନ ଲଢ଼ିଥିଲେ । ହେଲେ କେବଳ ୩୩,୮୦୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ଗୌତମ । ଏଥର ଦଳ ତାଙ୍କ ଉପରେ ପୁଣିଥରେ ଭରସା କରି ଟିକଟ ଦେଇଛି ।

୨୦୧୪ ଓ ୨୦୧୯ ନିର୍ବାଚନରେ ଜୟପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଗୌତମ ସାମନ୍ତରାୟ । ସେ ୨୦୧୪ରେ ଏହି ଆସନରୁ ଓଡ଼ିଶା ଜନ ମୋର୍ଚ୍ଚା ଦଳରୁ ଲଢ଼ି କେବଳ ୧୦୧୩ ଖଣ୍ଡ ଭୋଟ ପାଇଥିଲେ । ଏହାପରେ ବିଜେପିରେ ସାମିଲ ହୋଇଥିଲେ ଗୌତମ । ସେ ୨୦୧୯ ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ ହୋଇ ୩୩,୮୦୫ ଖଣ୍ଡ ଭୋଟ ପାଇଥିଲେ । ଏହି ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେଡି ପ୍ରାର୍ଥୀ ରବି ନାରାୟଣ ନନ୍ଦଙ୍କୁ ୫,୪୫୧ ଭୋଟରେ ହରାଇ ଥିଲେ । ୨୦୧୪ ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ ହୋଇଥିବା ଭୃଗୁ ବକ୍ସିପାତ୍ର ୧୪,୪୬୨ ଭୋଟ ପାଇଥିଲେ । ତେବେ ୨୦୧୪ ଅପେକ୍ଷା ୨୦୧୯ ନିର୍ବାଚନରେ ଗୌତମଙ୍କ ନେତୃତ୍ବରେ ବିଜେପିର ଭୋଟ ପ୍ରତିଶତ ବେଶ ବଢ଼ିଥିବାରୁ ଏଥର ପୁଣିଥରେ ଗୌତମଙ୍କୁ ଭରସା କରିଛି ଦଳ ।

ଏହା ମଧ୍ୟ ପଢ଼ନ୍ତୁ...ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସମସ୍ତେ ପଦ୍ମ ପୋଖରୀରେ ସାମିଲ ହୁଅନ୍ତୁ: ପ୍ରଦୀପ - Pradeep Panigrahi Press Meet

ପୂର୍ବରୁ ବିଜେପି ରାଜ୍ୟର ସମସ୍ତ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ବିଜେପି ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନରେ ମଧ୍ୟ ପ୍ରାର୍ଥୀ ଘୋଷଣା କରିସାରିଥିଲା । ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ୨ଟି ଆସନରେ ପ୍ରାର୍ଥୀ ବଦଳାଇବା ସହ ୧୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଭାରତୀୟ ଜନତା ପାର୍ଟି । ଏହିଭଳି ଦୁଇଟି ପର୍ଯ୍ୟାୟରେ ଦଳ ସମୁଦାୟ ୧୩୧ ବିଧାନସଭା ଆସନରେ ଏହାର ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ଆଜି ଜୟପୁରରୁ ଗୌତମ ସାମନ୍ତରାୟଙ୍କ ନାଁରେ ମୋହର ବାଜିବା ପରେ ଦଳର ମୋଟ ପ୍ରାର୍ଥୀ ସଂଖ୍ୟା ୧୩୨ ହୋଇଛି । ଏବେ ମଧ୍ୟ ୧୫ ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 21, 2024, 9:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.