ETV Bharat / state

ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସମସ୍ତେ ପଦ୍ମ ପୋଖରୀରେ ସାମିଲ ହୁଅନ୍ତୁ: ପ୍ରଦୀପ - Pradeep Panigrahi Press Meet

author img

By ETV Bharat Odisha Team

Published : Apr 21, 2024, 6:58 AM IST

Pradeep Panigrahi Press Meet
Pradeep Panigrahi Press Meet

Pradeep Panigrahi Press Meet: ସାମ୍ବାଦିକ ସମ୍ମିଳନୀ କରି ପୁଣି ବିଜେଡି ଉପରେ ବର୍ଷିଲେ ବ୍ରହ୍ମପୁରରୁ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହି । ବିଜେପିକୁ ଭୋଟ ଦେବାକୁ ସମସ୍ତଙ୍କୁ କଲେ ଆହ୍ବାନ । ଅଧିକ ପଢ଼ନ୍ତୁ

Pradeep Panigrahi Press Meet

ବ୍ରହ୍ମପୁର: ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ସରଗରମ ହୋଉଛି ବ୍ରହ୍ମପୁର ରାଜନୀତି । ବିଶେଷ କରି ବିଜେଡିକୁ ପ୍ରଦୀପଙ୍କ ବାରମ୍ବାର ଆଟାକ୍‌ ଜାରି ରହିଛି । ଏହି କ୍ରମରେ ଶନିବାର ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଥିବା ସମସ୍ତ ବିଧାନସଭା କ୍ଷେତ୍ରର ଭୋଟରଙ୍କୁ ବିଜେପିକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ପ୍ରଦୀପ । ଓଡ଼ିଶାରେ ସାମ୍ପ୍ରତିକ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସମସ୍ତେ ପଦ୍ମ ଫୁଲ ପୋଖରୀରେ ସାମିଲ ହୁଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ପ୍ରଦୀପ ।

ବ୍ରହ୍ମପୁର ଲୋକସଭା ଆସନରୁ ପ୍ରଦୀପ କୁମାର ପାଣିଗ୍ରାହୀ ବିଜେପି ପ୍ରାର୍ଥୀ ହେବା ପରେ ଏହି ଆସନ ଉପରେ ଏବେ ସାରା ରାଜ୍ୟବାସୀଙ୍କ ନଜର ରହିଛି । ବିଶେଷ କରି ବରିଷ୍ଠ ବିଜେଡି ନେତା ଭୃଗୁ ବକ୍ସିପାତ୍ର ବିଜେଡିରେ ସାମିଲ ହୋଇ ଏହି ଆସନରୁ ପ୍ରାର୍ଥୀ ହେବା ପରେ ବ୍ରହ୍ମପୁର ଫାଇଟ୍‌ ଅଧିକ ରୋଚକ ହୋଇଛି । ତେବେ ପ୍ରତିଦିନ ନିର୍ବାଚନୀ ପ୍ରଚାର ହେଉ ବା ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ସମୟରେ ପ୍ରଦୀପ ଲଗାତାର ଭାବେ ବିଜେଡି ଓ ନବୀନ ସରକାରକୁ ଟାର୍ଗେଟ କରୁଛନ୍ତି । ଶନିବାର ପ୍ରଦୀପ ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୯ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବା କ'ଣ ମିଛ କି ବୋଲି ପ୍ରଶ୍ନ କରିଛନ୍ତି । ଏହା ସହିତ ଗତ ୧୦ ବର୍ଷରେ ଯଦି ମୋଦି ସରକାର ଓଡ଼ିଶାର ଅର୍ଥନୀତିରେ ଉନ୍ନତି କରିବାରେ ସହାୟକ ହୋଇଛନ୍ତି, ତାହେଲେ ଆମେ ତାଙ୍କ ହାତ ମୁଠାକୁ ଟାଣ କରିବାର ଆବଶ୍ୟକତା ନାହଁ କି ବୋଲି ସେ ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧିନରେ ଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଗୋପାଳପୁରରେ ବିଜେପିର ବୁଥ ବିଜୟ ଅଭିଯାନ, ପ୍ରଦୀପ କହିଲେ ଆମଦାନୀ ନେତାଙ୍କ ପ୍ରଭାବ ପଡ଼ିବନି - BJP Booth level Meeting

ପ୍ରଦୀପ କହିଛନ୍ତି, "ପ୍ରଧାନମନ୍ତ୍ରୀ ଯଦି ସହଯୋଗ କରୁଛନ୍ତି, ତେବେ ଆମର ମଧ୍ୟ ତାଙ୍କୁ ସହଯୋଗର ଆବଶ୍ୟକତା ରହିଛି । ଦେଶର ସୁରକ୍ଷାଠାରୁ ଆରମ୍ଭ କରି ଶାସନ ବ୍ୟବସ୍ଥାରେ ସୁଧାର ଆଣିବାକୁ ପ୍ରଧାନମନ୍ତ୍ରୀ ପ୍ରୟାସ କରୁଛନ୍ତି ।" ସେହିପରି ଶାସକ ଦଳର ନିର୍ବାଚନ ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ କରାଯାଇଥିବାବେଳେ ତାଙ୍କ ବିନା ପାଣ୍ଡିଆନ ଦଳୀୟ ଇସ୍ତାହାରର ପ୍ରଚାର ପ୍ରସାର କରୁଥିବା ନେଇ ପରୋକ୍ଷରେ ଟାର୍ଗେଟ କରିଛନ୍ତି ପ୍ରଦୀପ । ତେବେ ଆଗାମୀ ନିର୍ବାଚନରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ତାଙ୍କୁ ସମସ୍ତେ ସହଯୋଗ କରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଶ୍ରେଷ୍ଠ ଲୋକସଭା କ୍ଷେତ୍ର ହେବାକୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ବର୍ତ୍ତମାନ ନିର୍ବାଚିତ ପ୍ରତିନିଧିମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ନାହିଁ ବୋଲି ସେ କହିଛନ୍ତି । ଏହାକୁ ନେଇ ଜନସାଧାରଣ ସଜାଗ ହେବାକୁ ସେ ଆହ୍ବାନ କରିଛନ୍ତି । ଗଣତନ୍ତ୍ରକୁ ସୁଦୃଢ କରିବାକୁ ପରିବର୍ତ୍ତନ ଆଣି ଓଡ଼ିଶାରେ ସୁଶାସନ ପ୍ରତିଷ୍ଠା କରିବାକୁ ଅନୁରୋଧ କରିଛନ୍ତି ପ୍ରଦୀପ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.