ETV Bharat / politics

ଗୋପାଳପୁରରେ ବିଜେପିର ବୁଥ ବିଜୟ ଅଭିଯାନ, ପ୍ରଦୀପ କହିଲେ ଆମଦାନୀ ନେତାଙ୍କ ପ୍ରଭାବ ପଡ଼ିବନି - BJP Booth level Meeting

author img

By ETV Bharat Odisha Team

Published : Apr 11, 2024, 10:12 PM IST

BJP holds booth level Meeting: ଗଞ୍ଜାମ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ବୁଥ ବିଜୟ ଅଭିଯାନ । କୌଣସି ଆମଦାନୀ ନେତାଙ୍କ ପ୍ରଭାବ ପଡି଼ବ ନାହିଁ ବୋଲି କହିଲେ ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢନ୍ତୁ

BJP Booth level Meeting
BJP Booth level Meeting

ଗୋପାଳପୁରରେ ବିଜେପିର ବୁଥ ବିଜୟ ଅଭିଯାନ, ପ୍ରଦୀପ କହିଲେ ଆମଦାନୀ ନେତାଙ୍କ ପ୍ରଭାବ ପଡ଼ିବନି

ବ୍ରହ୍ମପୁର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିରେ ଆୟୋଜିତ ହୋଇଯାଇଛି ବୁଥ ବିଜୟ ଅଭିଯାନ କାର୍ଯ୍ୟକ୍ରମ । ରାଜ୍ୟ ସରକାର କିଭଳି ବିଫଳ ହୋଇଛନ୍ତି ତାହାକୁ ଅବଗତ କରାଇବାକୁ କର୍ମୀ ମାନଙ୍କୁ ପ୍ରତ୍ସୋହିତ କରିବା ସହିତ ସାଧାରଣ ଜନତା ଯେପରି ନିରପେକ୍ଷ ଭାବରେ ମତଦାନ କରିବେ ସେ ନେଇ ବୁଥସ୍ତରୀୟ କର୍ମକର୍ତ୍ତାଙ୍କୁ ସକ୍ରିୟ ହେବା ପାଇଁ ଏଥିରେ ଆହ୍ବାନ କରିଛନ୍ତି ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ।

ଏହା ବି ପଢନ୍ତୁ- ଗଞ୍ଜାମ ବିଜେଡିରେ ବଢୁଛି ଅସନ୍ତୋଷ, ଦଳ ଛାଡିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏବଂ ବରିଷ୍ଠ ନେତା ଟି.ଗୋପି

ଏହି ବୁଥ ବିଜୟ ଅଭିଯାନରେ ବ୍ରହ୍ମପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ଗୋପାଳପୁର ବିଧାନସଭା ପ୍ରାର୍ଥୀ ବିଭୂତି ଭୂଷଣ ଜେନା ଯୋଗ ଦେଇଛନ୍ତି । ବୈଠକରେ ଯୋଗ ଦେଇ ପ୍ରଦୀପ କିଭଳି ଆଗାମୀ ସାଧାରଣ ନିର୍ବାଚନରେ ବୁଥ ସ୍ତରରେ ନିର୍ବାଚନ ପରିପ୍ରେକ୍ଷୀରେ କିଭଳି ଭାବରେ ନିର୍ବାଚନରେ ଲଢିବା, ଦଳର କାର୍ଯ୍ୟକ୍ରମକୁ ଆଗେଇ ନେବା , ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ସାଧାରଣ ଜନତାଙ୍କୁ ସତ୍ୟ ସୂଚନା ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସେମାନେ ଉପକୃତ ହୋଇଛନ୍ତି ଏବଂ ରାଜ୍ୟ ସରକାର କିଭଳି ବିଫଳ ହୋଇଛନ୍ତି ତାହାକୁ ଅବଗତ କରାଇବାକୁ କର୍ମୀ ମାନଙ୍କୁ ପ୍ରତ୍ସୋହିତ କରିବା ସହିତ ସାଧାରଣ ଜନତା ଯେପରି ନିରପେକ୍ଷ ଭାବରେ ମତଦାନ କରିବେ ସେ ନେଇ ବୁଥସ୍ତରୀୟ କର୍ମକର୍ତ୍ତାଙ୍କୁ ସକ୍ରିୟ ହେବା ପାଇଁ ଏଥିରେ ଆହ୍ବାନ କରାଯାଇଥିଲା ।

ଏହା ବି ପଢନ୍ତୁ- ଛତ୍ରପୁରରେ ବିଜେପିର ଶକ୍ତିପ୍ରଦର୍ଶନ, ପ୍ରଦୀପଙ୍କ କହିଲେ ଗଞ୍ଜାମରୁ ଦେଖାଦେବ ରାଜ୍ୟର ଅରେଞ୍ଜ ସୁନାମି

ଏପରିକି ନିର୍ବାଚନର ମତଦାନ ସମୟରେ ବୁଥ ଦଖଲ ହେବ ନାହିଁ ତାହାକୁ ଦୃଷ୍ଟି ଦେବା ସହିତ ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ପ୍ରଭାବିତକୁ କୌଣସି ଭୃକ୍ଷପ ନକରିବାକୁ ଆହ୍ବାନ କରାଯାଇଥିଲା । ସେପଟେ ବୁଥ ବିଜୟ ଅଭିଯାନରେ ଦଳ ଭୋଟରଙ୍କ ପାଖରେ କିଭଳି ପହଞ୍ଚିବେ ରଣନୀତି କଣ ରହିବ ଏବଂ ଗୋପାଳପୁରରେ ମାଟିର ପୁଅକୁ ଛାଡି କୌଣସି ଆମଦାନୀ ନେତାଙ୍କ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଗଣମାଧ୍ୟମକୁ ନିଜର ବିବୃତ୍ତି ସମାଲୋଚନା କରି ସୂଚନା ଦେଇଛନ୍ତି ଗୋପାଳପୁର ବିଧାନସଭାରୁ ପ୍ରାର୍ଥୀ ହୋଇଥିବା ବିଭୂତି ଭୂଷଣ ଜେନା ।

ଭୋଟରମାନଙ୍କ ପାଖରେ ପହଞ୍ଚିବାକୁ ବିଜେପି ପ୍ରାର୍ଥୀମାନେ ଗୋଟିଏ ପରେ ଗୋଟିଏ ସ୍ଥାନରେ ରୋଡସୋ, ପଦଯାତ୍ରା, ମୋଟର ସାଇକେଲ ଶୋଭାଯାତ୍ରା ଭଳି କାର୍ଯ୍ୟକ୍ରମ କରୁଥିବା ଦେଖିବାକୁ ମିଳୁଛି । ସେହିପରି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ପହଞ୍ଚି ଜନାତଙ୍କୁ ଆହ୍ୱାନ ଦେଉଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.