ETV Bharat / politics

ମହାସମର 2024: ଦ୍ବିତୀୟ ପର୍ଯ୍ୟାୟରେ 13 ରାଜ୍ୟର 88 ଆସନରେ ଭୋଟିଂ; ରାହୁଲ-ହେମାମାଳିନୀ-ଓମ୍ ବିର୍ଲାଙ୍କର ହେବ ଭାଗ୍ୟ ପରୀକ୍ଷା - LOK SABHA ELECTION SECOND PHASE

author img

By ETV Bharat Odisha Team

Published : Apr 24, 2024, 1:00 PM IST

Lok Sabha Election 2024 Second Phase : ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 13 ରାଜ୍ୟର 88 ଆସନରେ ହେବ ଭୋଟିଂ । ମୈଦାନରେ ଅଛନ୍ତି 1,202 ପ୍ରାର୍ଥୀ । ରାହୁଲ ଗାନ୍ଧୀ, ହେମା ମିଳିନୀ, ଓମ ବିର୍ଲା, ଶଶି ଥରୁର ଓ ଅରୁଣ ଗୋଭିଲଙ୍କ ଭଳି ଚର୍ଚ୍ଚିତ ରାଜନେତା ଦେବେ ନିର୍ବାଚନୀ ପରୀକ୍ଷା । ଅଧିକ ପଢନ୍ତୁ

ମହାସମର 2024: ଦ୍ବିତୀୟ ପର୍ଯ୍ୟାରେ 13 ରାଜ୍ୟର 88 ଆସନ, ମୈଦାନରେ ବହୁ ହେଭିଓ୍ବେଟ
ମହାସମର 2024: ଦ୍ବିତୀୟ ପର୍ଯ୍ୟାରେ 13 ରାଜ୍ୟର 88 ଆସନ, ମୈଦାନରେ ବହୁ ହେଭିଓ୍ବେଟ

ହାଇଦ୍ରାବାଦ: 26 ତାରିଖ (ଶୁକ୍ରବାର) ସାଧାରଣ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ହେବାକୁ ଯାଉଛି । ଏଥିରେ 13 ରାଜ୍ୟର 88 ସଂସଦୀୟ ଆସନରେ ମତଦାନ ହେବ । ନିର୍ବାଚନ କମିଶନଙ୍କ ବିଜ୍ଞପ୍ତିରେ ଏହି ପର୍ଯ୍ୟାୟରେ ମୋଟ 89 ଆସନରେ ଭୋଟିଂ ସ୍ଥିରୀକୃତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ମଧ୍ୟ ପ୍ରଦେଶର ବେତୁଲ ଆସନରେ ବିଏସପି ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଭୋଟିଂ ତାରିଖକୁ ତୃତୀୟ ପର୍ଯ୍ୟାୟକୁ ଘୁଞ୍ଚାଯାଇଛି । ତେଣୁ ଚଳିତ ପର୍ଯ୍ୟାୟରେ ମୋଟ 88 ଆସନରେ ଭୋଟିଂ ହେଉଥିବା ବେଳେ କେରଳର ସମସ୍ତ 20 ଆସନରେ ଭୋଟିଂ ହେବ ।

ଦ୍ବିତୀୟ ପର୍ଯ୍ଯାୟ: କେଉଁ ରାଜ୍ୟରେ କେତେ ଆସନ ?

ଚଳିତ ପର୍ଯ୍ୟାୟରେ କଂଗ୍ରେସର ଷ୍ଟାର ନେତା ରାହୁଲ ଗାନ୍ଧୀ, ଶଶୀ ଥରୁର, ବାଚସ୍ପତି ଓମ ବିର୍ଲା ପ୍ରମୁଖ ମୈଦାନରେ ରହିଛନ୍ତି । ଚଳିତ ପର୍ଯ୍ୟାୟରେ କେରଳର ସମସ୍ତ 20 ଆସନ, ଆସାମର 5, ବିହାରର 5, ଛତିଶଗଡ଼ରେ 3, କର୍ଣ୍ଣାଟକରେ 14, ମଧ୍ୟ ପ୍ରଦେଶ 6, ମହାରାଷ୍ଟ୍ର 8, ମଣିପୁର 1,ରାଜସ୍ଥାନ 13, ତ୍ରିପୁରା 1, ଉତ୍ତର ପ୍ରଦେଶ 8, ପଶ୍ଚିମବଙ୍ଗରେ 3 ଓ ଜାମ୍ମୁ କାଶ୍ମୀରରେ ଗୋଟିଏ ଆସନରେ ମତଦାନ ହେବାକୁ ଯାଉଛି ।

ଦ୍ବିତୀୟ ପର୍ଯ୍ୟାରେ 13 ରାଜ୍ୟର 88 ଆସନ
ଦ୍ବିତୀୟ ପର୍ଯ୍ୟାରେ 13 ରାଜ୍ୟର 88 ଆସନ
ଦ୍ବିତୀୟ ପର୍ଯ୍ୟାରେ 13 ରାଜ୍ୟର 88 ଆସନ
ଦ୍ବିତୀୟ ପର୍ଯ୍ୟାରେ 13 ରାଜ୍ୟର 88 ଆସନ

ରାଜ୍ୟ ଆସନ

କେରଳ- 20

ଆସାମ - 5

ବିହାର - 5

ଛତିଶଗଡ଼- 3

କର୍ଣ୍ଣାଟକ- 14

ମଧ୍ୟ ପ୍ରଦେଶ- 6

ମହାରାଷ୍ଟ୍ର- 8

ମଣିପୁର- 1

ରାଜସ୍ଥାନ- 13

ତ୍ରିପୁରା- 1

ଉତ୍ତର ପ୍ରଦେଶ- 8

ପଶ୍ଚିମବଙ୍ଗ - 3

ଜାମ୍ମୁ କାଶ୍ମୀର - 1

ଦ୍ବିତୀୟ ପର୍ଯ୍ୟାରେ 13 ରାଜ୍ୟର 88 ଆସନ
ଦ୍ବିତୀୟ ପର୍ଯ୍ୟାରେ 13 ରାଜ୍ୟର 88 ଆସନ

88 ଆସନ, 1202 ପ୍ରାର୍ଥୀ

ମୋଟ 88 ଆସନ ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ଭାବେ ମୋଟ 2,633 ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ସେମାନଙ୍କ ମଧ୍ୟରୁ ବିଭିନ୍ନ କାରଣରୁ କିଛି ନାମାଙ୍କନ ଖାରଜ ହେବା ପରେ 1428 ପ୍ରାର୍ଥିତ୍ବ ଚୂଡାନ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଅନ୍ୟ କିଛି ପ୍ରକ୍ରିୟା ଓ ପ୍ରାର୍ଥୀତ୍ବ ପ୍ରତ୍ୟାହାର କାରଣରୁ ବର୍ତ୍ତମାନ ମୋଟ 1,202 ପ୍ରାର୍ଥୀ ମୈଦାନରେ ରହିଛନ୍ତି ।

ଏହି ହେଭିଓ୍ବେଟ ଦେବେ ନିର୍ବାଚନୀ ଭାଗ୍ୟ ପରୀକ୍ଷା
ଏହି ହେଭିଓ୍ବେଟ ଦେବେ ନିର୍ବାଚନୀ ଭାଗ୍ୟ ପରୀକ୍ଷା

ହେଭିୱେଟ ପ୍ରାର୍ଥୀ

ଦ୍ବିତୀୟ ପର୍ଯ୍ୟାରେ 13 ରାଜ୍ୟର 88 ଆସନ
ଦ୍ବିତୀୟ ପର୍ଯ୍ୟାରେ 13 ରାଜ୍ୟର 88 ଆସନ

ରାହୁଲ ଗାନ୍ଧୀ :- ଏହି ପର୍ଯ୍ୟାୟରେ କେରଳର ସମସ୍ତ 20 ଆସନରେ ଭୋଟିଂ ହେଉଛି । କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ଚର୍ଚ୍ଚିତନେତା ରାହୁଲ ଗାନ୍ଧୀ ନିର୍ବାଚନ ଲଢୁଛନ୍ତି । ଏହା ରାହୁଲଙ୍କ ଓ୍ବାଇନାଡ ଆସନରୁ ଦ୍ବିତୀୟ ଥରର ପ୍ରତିଦ୍ବନ୍ଦ୍ବିତା । ବିଜେପି ରାଜ୍ୟ ସଭାପତି କେ.ସୁରେନ୍ଦ୍ରନ ଓ ବମ ଦଳ ପ୍ରାର୍ଥିନୀ ଆନ୍ନି ରାଜାଙ୍କୁ ମୁକାବିଲା କରୁଛନ୍ତି ରାହୁଲ । ଗତଥର ରାହୁଲ ଦୁଇଟି ଆସନରେ ନିର୍ବାଚନ ଲଢିଥିବା ବେଳେ ନିଜ ପାରିବାରିକ ଆସନ ଉତ୍ତର ପ୍ରଦେଶର ଆମେଠୀରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କଠାରୁ ପରାସ୍ତ ହୋଇଥିଲେ । ଓ୍ବାଇନାଡରେ ରାହୁଲ ସିପିଆଇ ପ୍ରାର୍ଥୀ ପିପି.ସୁନିରଙ୍କୁ ପ୍ରାୟ 70 ହଜାର ଭୋଟ ବ୍ୟବଧାନରେ ପରାସ୍ତ କରି ସଂସଦରେ ପହଞ୍ଚିଥିଲେ । ଚଳିତ ଥର ସେ ବିଜେପି ଓ ସିପିଆଇ ପ୍ରାର୍ଥୀଙ୍କୁ ମୁକାବିଲା କରୁଛନ୍ତି ।

ଅରୁଣ ଗୋଭିଲ:- 90 ଦଶକର ଲୋକପ୍ରିୟ ପୌରଣିକ ଧାରାବାହିକ ‘ରାମାୟଣ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ସାରା ଦେଶରେ ପରିଚୟ ପାଇଥିବା ଅଭିନେତା ଅରୁଣ ଗୋଭିଲ ଉତ୍ତର ପ୍ରଦେଶର ମିରଟ ଆସନରୁ ଚଳିତଥର ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି । ତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରଚାର କରିସାରିଛନ୍ତି । 2019 ରେ ଏହି ଆସନରେ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଅଗ୍ରଓ୍ବଲ ବିଏସପି ପ୍ରାର୍ଥୀ ହାଜି ମହମ୍ମଦ ୟାକୁବଙ୍କୁ ରେକର୍ଡ ସଂଖ୍ଯକ 5 ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ଏଥର ମଧ୍ୟ ଏହି ବ୍ୟବଧାନ ସହ ଅରୁଣଙ୍କୁ ବିଜୟୀ କରିବା ପାଇଁ ଦଳ ରୋଡମ୍ୟାପ ପ୍ରସ୍ତୁତ କରିଛି ।

ହେମାମାଳିନୀ: ଲୋକପ୍ରିୟ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀ ମଧ୍ୟ ପୂର୍ବ ଥରି ପରି ଏଥର ଉତ୍ତର ପ୍ରଦେଶର ମଥୁରା ଆସନରୁ ନିର୍ବାଚନ ଲଢୁଛନ୍ତି । 2014ରେ ନିର୍ବାଚନୀ ଏଣ୍ଟ୍ରି ମାରିଥିବା ହେମାମାଳିନୀ 2019 ରେ ମଧ୍ୟ ଏହି ଆସନରେ ବିଜୟ ଲାଭ କରିଥିଲେ । ଏହା ତାଙ୍କର ମଥୁରାରୁ ତୃତୀୟ କ୍ରମାଗତ ପ୍ରତିଦ୍ବନ୍ଦ୍ବିତା । 209 ରେ ସେ ଆରଏଲଡି ପ୍ରାର୍ଥୀ କନଓ୍ବାର ନରେନ୍ଦ୍ର ସିଂଙ୍କୁ ପ୍ରାୟ 3 ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।

ଶଶୀ ଥରୁର:କଂଗ୍ରେର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶୀ ଥରୁର ଏହି ପର୍ଯ୍ୟାୟରେ ରହିଛନ୍ତି । ସେ ନିଜ ପାରମ୍ପରିକ ଆସନ କେରଳ ରାଜଧାନୀ ଥିରୁଅନନ୍ତପୁରମରୁ ଲଢୁଥିବା ବେଳେ ପ୍ରତିଦ୍ବନ୍ଦ୍ବୀ ଭାବେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ସାମ୍ନା କରୁଛନ୍ତି । ଉଭୟଙ୍କ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଶଶୀଙ୍କ ପଲ୍ଲା ଭାରି ରହିଥିବା ଚର୍ଚ୍ଚା ହେଉଛି ।


ଓମ ବିର୍ଲା: ବିଜେପି ବରିଷ୍ଠ ନେତା ତଥା ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଏହି ପର୍ଯ୍ୟାୟରେ ଅଛନ୍ତି । ସେ ନିଜ ପାରମ୍ପରିକ ଆସନ କୋଟାରୁ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରହ୍ଲାଦ ଗୁଞ୍ଜଲଙ୍କୁ ମୁକାବିଲା କରୁଛନ୍ତି । ସେହିପରି ଅନ୍ୟ ଚର୍ଚ୍ଚିତ ନେତାଙ୍କ ମଧ୍ୟରେ ପୂର୍ବତନ ଛତିଶଗଡ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଭୂପେଶ ବଘେଲ ରାନନନ୍ଦଗାଓଁରୁ ନିର୍ବାଚନ ଲଢୁଥିବା ବେଳେ ବିଜେପି ପଶ୍ଚିମବଙ୍ଗ ରାଜ୍ୟ ମୁଖ୍ୟ ସୁକାନ୍ତ ମଜୁମଦାର ବାଲୁରଘାଟ, ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ସେଖାଓ୍ବାତ ପ୍ରମୁଖ ରହିଛନ୍ତି ।

ହାଇପ୍ରୋଫାଇଲ ନିର୍ବାଚନ ମଣ୍ଡଳୀ

ଦ୍ବିତୀୟ ପର୍ଯ୍ଯାୟ ଲୋକସଭା ନିର୍ବାଚନରେ 88 ଆସନରେ ପଡ଼ିବ ଭୋଟ୍। ଏହି ପର୍ଯ୍ୟାୟରେ ରହିଛି ଏକାଧିକ ହାଇପ୍ରୋଫାଇଲ୍ ଆସନ। ସେଗୁଡ଼ିକ ମଧ୍ଯରେ ରହିଛି କେରଳର ୱାଇନାଡ଼ ଏବଂ ଥିରୁଅନନ୍ତପୁରମ । ୱାଇନାଡ଼ରୁ କଂଗ୍ରେସ ଯୁବରାଜ ରାହୁଲ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ, ଥିରୁଅନନ୍ତପୁରମରୁ କଂଗ୍ରେସ ଟିକେଟରେ ଲଢ଼ୁଛନ୍ତି ଶଶୀ ଥରୁର୍। ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସିଟ୍ ହେଉଛି ରାଜସ୍ଥାନର କୋଟା। ଏଠାରୁ ନିର୍ବାଚନ ଲଢ଼ୁଛ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଉତ୍ତର ପ୍ରଦେଶରେ ଦୁଇ ପ୍ରମୁଖ ଆସନ ହେଉଛି ମଥୁରା ଏବଂ ମିରଟ । ମଥୁରାରୁ ପୁଣି ଥରେ ମୈଦାନକୁ ଓହ୍ଲାଇଛନ୍ତି ହେମାମାଳିନୀ । ଅନ୍ୟପକ୍ଷରେ ମଥୁରା ବିଜେପି ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି ‘ରାମାୟଣ’ରେ ମୁଖ୍ୟ ଚରିତ୍ର ରାମ ଭୂମିକାରେ ଅଭିନୟ କରିସାରିଥିବା ଅରୁଣ ଗୋଭିଲ। ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି।

ଏହାମଧ୍ଯ ପଢନ୍ତୁ-ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ଲଢେଇ, 21 ରାଜ୍ୟର 102 ଆସନରେ ଭୋଟିଂ - Phase 1 Voting

ଏହାମଧ୍ଯ ପଢନ୍ତୁ- ଲୋକସଭା ନିର୍ବାଚନ 2024: ଏହି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଶେଷ ହେଲା ଭୋଟିଂ - Voting Process Conclude

ପ୍ରଥମ ପର୍ଯ୍ୟାୟର ଭୋଟିଂ ପ୍ରତିଶତ:-

ମୋଟ 7 ପର୍ଯ୍ୟାୟରେ ଶେଷ ହେବାକୁ ଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଚଳିତ 19 ତାରିଖରେ ଶେଷ ହୋଇଛି । ଏଥିରେ 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 102 ଆସନରେ ଭୋଟିଂ ହୋଇଥିଲା । ଏଥିରେ ଦେଶର ସାମଗ୍ରିକ ଭୋଟିଂ ହାସ ପ୍ରାୟ 62 ପ୍ରତିଶତ ଥିଲା । କେବଳ ମଣିପୁର ଓ ପଶ୍ଚିମବଙ୍ଗର କିଛ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ମଣିପୁରର ପ୍ରାୟ 11ଟି କେନ୍ଦ୍ରରେ ସାନି ମତଦାନ ମଧ୍ୟ ଗତକାଲି ଶେଷ ହୋଇଛି । ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟରେ ଦେଶର 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 88 ଆସନରେ ଜନତା ଜନାର୍ଦ୍ଦନ ନିଜର ସମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ଏଥିପାଇଁ ପ୍ରଶାସନିକ ବନ୍ଦୋବସ୍ତ ମଧ୍ୟ ଆରମ୍ଭ ହୋଇଛି । ଜୁନ ପହିଲାରେ ସମସ୍ତ 7 ପର୍ଯ୍ୟାୟରେ ଭୋଟିଂ ଶେଷ ହେବା ପରେ ଜୁନ 4 ତାରିଖରେ 4 ରାଜ୍ୟର ବିଧାନସଭା ଓ ସମସ୍ତ ଲୋକସଭା ଆସନ ପାଇଁ ଏକକାଳୀନ ଭୋଟଗଣତି ଓ ଫଳାଫଳ ପ୍ରକାଶ ହେବ ।

ଦ୍ବିତୀୟ ପର୍ଯ୍ୟାରେ 13 ରାଜ୍ୟର 88 ଆସନ
ଦ୍ବିତୀୟ ପର୍ଯ୍ୟାରେ 13 ରାଜ୍ୟର 88 ଆସନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.