ETV Bharat / bharat

ଲୋକସଭା ନିର୍ବାଚନ 2024: ଏହି ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଶେଷ ହେଲା ଭୋଟିଂ - Voting process conclude

author img

By ETV Bharat Odisha Team

Published : Apr 19, 2024, 10:11 PM IST

Updated : Apr 19, 2024, 11:03 PM IST

Voting process conclude in First Phase
Voting process conclude in First Phase

Voting process conclude in First Phase: ଲୋକସଭା ନିର୍ବାଚନ 2024ର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି । ମୋଟ 21ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ 8ଟି ରାଜ୍ୟ ଓ 3ଟି କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟରେ ହିଁ ମତଦାନ ଶେଷ ହୋଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । 17 ରାଜ୍ୟ ଓ 4ଟି କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନମଣ୍ଡଳୀରେ ପଡିଥିଲା ଭୋଟ । କିଛି ରାଜ୍ୟରେ ଏକାଧିକ ପର୍ଯ୍ୟାୟରେ ମତଦାନ ହେବାକୁ ଅଛି । ଆମ ରାଜ୍ୟ ଓଡ଼ିଶା କଥା ଆଲୋଚନା କଲେ ରାଜ୍ୟରେ 5ଟି ପର୍ଯ୍ୟାୟରେ ମତଦାନ ହେବ । କିନ୍ତୁ ଆଜି 17 ରାଜ୍ୟ ମଧ୍ୟରୁ ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବାସୀ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀ ଲାଗି ଏକାଥରେ ମତଦାନ କରିଥିଲେ । ଏହାରି ସହିତ ମୋଟ 8ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟରେ ହିଁ ମତଦାନ ସମ୍ପୂର୍ଣ୍ଣ ଶେଷ ହୋଇଛି । ତାମିଲନାଡୁରେ ସର୍ବାଧିକ 39ଟି ଲୋକସଭା ଆସନରେ ଭୋଟ ପଡ଼ିଥିଲା ।

ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ
ରାଜ୍ୟ ମୋଟ ଲୋକସଭା ଆସନ
ତାମିଲନାଡୁ39
ଉତ୍ତରାଖଣ୍ଡ5
ମେଘାଳୟ2
ମଣିପୁର2
ନାଗାଲାଣ୍ଡ1
ସିକ୍କିମ1
ମିଜୋରାମ1
ଅରୁଣାଚଳ ପ୍ରଦେଶ2

ଏହା ବି ପଢନ୍ତୁ- ଲୋକସଭା ନିର୍ବାଚନ 2024: ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ, EVMରେ ସିଲ୍‌ 1625 ପ୍ରାର୍ଥୀଙ୍କ ଭାଗ୍ୟ

ଏହା ବି ପଢନ୍ତୁ- ଲୋକସଭା ନିର୍ବାଚନ; ସନ୍ଧ୍ୟା 7ଟା ସୁଦ୍ଧା 60.03% ମତଦାନ ରେକର୍ଡ; ବଙ୍ଗରେ ସର୍ବାଧିକ-ବିହାରରେ ସର୍ବନିମ୍ନ

କେନ୍ଦ୍ରଶାସିତ ଅଞ୍ଚଳମୋଟ ଲୋକସଭା ଆସନ
ଲାକ୍ଷାଦ୍ବୀପ1
ଆଣ୍ଡାମାନ ନିକୋବର1
ପୁଡୁଚେରୀ1

ବିଧାନସଭା ନିର୍ବାଚନ 2024:- ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି (ଶୁକ୍ରବାର) ଉଭୟ ଅରୁଣାଚଳ ପ୍ରଦେଶ ଓ ସିକ୍କିମରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅରୁଣାଚଳ ପ୍ରଦେଶର 60ଟି ଓ ସିକ୍କିମର 32ଟି ବିଧାନସଭା ଆସନରେ ପଡ଼ିଥିଲା ଭୋଟ । ଅରୁଣାଚଳ ପ୍ରଦେଶ ତାର 2ଟି ସଂସଦୀୟ କ୍ଷେତ୍ର ଅରୁଣାଚଳ ପ୍ରଦେଶ (ପୂର୍ବ), ଅରୁଣାଚଳ ପ୍ରଦେଶ (ପଶ୍ଚିମ) ପାଇଁ ଭୋଟ ଦେଇଥିବା ବେଳେ ସିକ୍କିମ ମଧ୍ୟ ଗୋଟିଏ ଲୋକସଭା ଆସନ 'ସିକ୍କିମ' ପାଇଁ ଭୋଟ ଦେଇଥିଲା । ଅରୁଣାଚଳ ପ୍ରଦେଶରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ମୈଦାନକୁ ଓହ୍ଲାଇଥିବା ମୋଟ 147 ପ୍ରାର୍ଥୀଙ୍କ ଭାଗ୍ୟ ନିରୀକ୍ଷଣ କରିଥିଲେ 8 ଲକ୍ଷ 92ହଜାର 694 ଭୋଟର । ସେହିପରି ସିକ୍କିମରେ ପ୍ରାୟ 4.64 ଲକ୍ଷ ଭୋଟର ଆଜି ମତଦାନ କରିଛନ୍ତି । ଏହି 2ଟି ରାଜ୍ୟରେ ସକାଳ 7ଟାରେ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟାରେ ମତଦାନ ପ୍ରକ୍ରିୟା ଶେଷ ହୋଇଥିଲା ।

ସେହିପରି ସିକ୍କିମରେ 70.39 ପ୍ରତିଶତ ମତଦାନ ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶରେ 69.44 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଅରୁଣାଚଳ (ପୂର୍ବ) 63.90 ପ୍ରତିଶତ ମତଦାନ ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶ (ପଶ୍ଚିମ)ରେ 65.28 ପ୍ରତିଶତ ଭୋଟ ପଡ଼ିଛି । ସେପଟେ ସିକ୍କିମ ରାଜଧାନୀ ଗାଙ୍ଗଟକରେ 63.33 ପ୍ରତିଶତ ମତଦାନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 19, 2024, 11:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.