ETV Bharat / politics

ବାଲେଶ୍ବର ଛାତ୍ର ବିଜେଡିରେ ନାହିଁ କୌଣସି ଫାଟ: ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି - Dispute In Student Wing Of BJD

author img

By ETV Bharat Odisha Team

Published : Apr 4, 2024, 10:35 PM IST

No Dispute In Student Wing Of BJD In Balasore: ବାଲେଶ୍ବର ଜିଲ୍ଲାରେ ବିଜୁ ଛାତ୍ର ଜନତା ଦଳରେ କୌଣସି ପ୍ରକାର ମତଭେଦ ନଥିବା କତଆ ସ୍ପଷ୍ଟ କଲେ ଜିଲ୍ଲା ସଭାପତି । ପୂର୍ବରୁ ଦଳୀୟ କାର୍ଯ୍ୟକ୍ରମରୁ ଅଲଗା କରିବାର ଅଭିଯୋଗ ନେଇ ପର୍ଯ୍ୟବେକ୍ଷକଙ୍କୁ ଭେଟିଥିଲେ ଅସନ୍ତୁଷ୍ଟ ଗୋଷ୍ଠୀ । ଅଧିକ ପଢନ୍ତୁ

ବାଲେଶ୍ବର ଛାତ୍ର ବିଜେଡିରେ ନାହିଁ କୌଣସି ଫାଟ: ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି
ବାଲେଶ୍ବର ଛାତ୍ର ବିଜେଡିରେ ନାହିଁ କୌଣସି ଫାଟ: ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି

ବାଲେଶ୍ବର ଛାତ୍ର ବିଜେଡିରେ ନାହିଁ କୌଣସି ଫାଟ: ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି

ବାଲେଶ୍ବର: ଚର୍ଚ୍ଚାରେ ବାଲେଶ୍ବର ଜିଲ୍ଲାରେ ବିଜୁ ଛାତ୍ର ଜନତା ଦଳର ଅନ୍ତ କନ୍ଦଳ । ଦଳର ଗୋଟିଏ ଗୋଷ୍ଠୀ ଏକାକୀ ଦଳୀୟ କାର୍ଯ୍ୟକ୍ରମ କରୁଥିବା ବେଳେ ଅନ୍ୟଟି ଏଥିରୁ ଦୂରରେ ରହିଛି । ତେବେ ଏ ଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସିମନ ଦାସମହାପାତ୍ର । ସେ କହିଛନ୍ତି ଯେ ବାଲେଶ୍ବର ଜିଲ୍ଲାର ବିଜୁ ଛାତ୍ର ଜନତା ଦଳ ମଧ୍ୟରେ କୌଣସି ଫାଟ କିମ୍ବା ମନୋମାଳିନ୍ୟ ନାହିଁ। ସମସ୍ତେ ଏକଜୁଟ ହୋଇ କାମ କରିବା ସହ ଛାତ୍ର ଜନତା ଦଳ ଗୋଟିଏ ଏବଂ ଏଥିରେ କୌଣସି ଦ୍ବିମତ ନାହିଁ ।

ସୂଚନାଯୋଗ୍ୟ ଯେ ଗତ ରବିବାର ବାଲେଶ୍ବର ସହର ସ୍ଥିତ ଭେନିୟା ପାରାଡାଇଜରେ ପର୍ଯ୍ୟବେକ୍ଷକ ପ୍ରଦୋଷ ପରିଡାଙ୍କ ଉପସ୍ଥିତି ଓ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସିମନ ଦାସ ମହାପତ୍ରଙ୍କ ଆବାହକତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ବୈଠକରେ ବାଲେଶ୍ଵର ପୌରପାଳିକା ସମେତ ବିଭିନ୍ନ ବ୍ଲକରୁ ୫୦୦ ରୁ ଉର୍ଦ୍ଧ୍ବ ଛାତ୍ରଙ୍କୁ ସାମିଲ ହୋଇଥିଲେ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଛାତ୍ର ବିଜେଡିର ବୈଠକ ଚାଲିଥିବା ବେଳେ ଛାତ୍ର ବିଜେଡିର ଅନ୍ୟ ଏକ ଗୋଷ୍ଠୀ ଦଳରେ ଅବହେଳିତ ହୋଇ ପଡ଼ିରହିଥିବାର ଅଭିଯୋଗ ଆଣିଥିଲେ ।

ବିଜୁ ଛାତ୍ର ଜନତା ଦଳର ଅନ୍ୟ ଏକ ସକ୍ରିୟ ଗୋଷ୍ଠୀ ଫକୀର ମୋହନ ମହାବିଦ୍ୟାଳୟର ପ୍ରାକ୍ତନ ସଭାପତି ତଥା ଉତ୍ତର ଓଡିଶା ଜୋନର ସଭାପତି ଶୁଭମ ସାଇ ମହାପାତ୍ରଙ୍କ ନେତୃତ୍ବରେ ଛାତ୍ର ନେତା ଅଭିଜିତ ବିଶ୍ବାଳ, ବିଭୁଦତ୍ତ ପରିଡ଼ା, ଦୁଷ୍ମନ୍ତ ପଣ୍ଡାଙ୍କ ସହ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ର ପର୍ଯ୍ୟବେକ୍ଷକ ପ୍ରଦୋଷ ପରିଡ଼ାଙ୍କୁ ଭେଟି ଥିଲେ । ଛାତ୍ର ବିଜେଡିର ପାଖାପାଖି ୨୦୦ରୁ ଉର୍ଦ୍ଧ୍ବ ଅସନ୍ତୁଷ୍ଟ ଛାତ୍ର ଗୋଷ୍ଠୀ ପ୍ରଶିକ୍ଷଣ ବୈଠକରେ ଡକା ଯାଇନଥିବା ବେଳେ ଦଳରେ ଅବହେଳିତ ହେଉଥିବା କଥା ଉଠିଥିଲା । ଦୀର୍ଘ ଦଶବର୍ଷ ହେବ ବିଜୁ ଛାତ୍ର ଜନତା ଦଳରେ ଜଣେ ହିଁ ସଭାପତି ଭାବେ ରହିଛନ୍ତି । ଶିକ୍ଷା ଏବଂ କଳାର ଏ ମାଟିରେ ନେତୃତ୍ବ କରିବାକୁ କଣ ଛାତ୍ରନେତାଙ୍କ ଅଭାବ ଅଛି ବୋଲି ମଧ୍ୟ ଏହି ଯୁବଗୋଷ୍ଠୀ ମାନେ ପ୍ରଶ୍ନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ବ୍ରହ୍ମପୁର ଲୋକସଭାରୁ ଲଢିବେ ଭୃଗୁ ବକ୍ସିପାତ୍ର - BJD Lok Sabha And MLA Candidates

ଅପର ପକ୍ଷରେ ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ର ଏଭଳି ଅସନ୍ତୋଷ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି କି, ସେ ଏଭଳି ବୈଠକ ସମ୍ପର୍କରେ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ, ଯୁବ ଜନତା ଦଳ ଜିଲ୍ଲା ସଭାପତି, ବ୍ଲକ, ଏନ ଏ ସି, ପୌର ପାଳିକା ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କୁ ଆମନ୍ତ୍ରଣ କରିଥିଲେ । ଯେଉଁ ମାନେ ଦଳକୁ ଭଲ ପାଆନ୍ତି ସେମାନଙ୍କୁ ଆମନ୍ତ୍ରଣ ହୋଇ ନଥିଲେ ମଧ୍ୟ ସେମାନେ ଆସିଥିଲେ । ଯେଉଁ ମାନେ କହୁଛନ୍ତି ଯେ ସେମାନଙ୍କୁ ଆମନ୍ତ୍ରଣ କରାଯାଇନଥିଲେ ମଧ୍ୟ ସେମାନେ ଆସିଥିଲେ ଯେ, ବୈଠକ ଗୃହରୁ ତଡି ଦିଆ ଯାଇ ନ ଥାନ୍ତା ।

ସେମାନେ ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଯଦି ଭଲ ପାଉଛନ୍ତି, ତେବେ ଏହି ବୈଠକରେ ଯୋଗଦେବାର ଥିଲା । ସ୍ବଳ୍ପ ସମୟ ମଧ୍ୟରେ ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ଆଲୋଚନା ପାଇଁ ଏମିତି ବୈଠକର ଆୟୋଜନ କରାଯାଇଥିଲା । ଦଳର ପଦ ପଦବୀ ପାଇଁ ଆଶା କରିବା ଉଚିତ ମାତ୍ର ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବା ବି ଜରୁରୀ ବୋଲି ସିମନ କହିଛନ୍ତି । ଏହାସହ ଯେଉଁମାନେ ଏଭଳି ଅଭିଯୋଗ ଆଣିଛନ୍ତି ସେମାନେ ଦଳର ବରିଷ୍ଠ ନେତାମାନଙ୍କ ନିର୍ଦ୍ଦେଶରେ ହେଉଥିବା କାର୍ଯ୍ୟକ୍ରମ ବାବଦରେ ଅଭିଯୋଗ ଆଣିବା ଶୁଭଙ୍କର ନୁହେଁ ବୋଲି କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.