ETV Bharat / state

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ବ୍ରହ୍ମପୁର ଲୋକସଭାରୁ ଲଢିବେ ଭୃଗୁ ବକ୍ସିପାତ୍ର - BJD Lok Sabha and MLA candidates

author img

By ETV Bharat Odisha Team

Published : Apr 3, 2024, 6:39 PM IST

Updated : Apr 4, 2024, 7:19 AM IST

BJD Lok Sabha And MLA Candidates: ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା ।

Etv Bharatବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା
ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ବର: ବିଜେଡି ପକ୍ଷରୁ ଆଜି ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣା ହୋଇଛି । ଆଜି ୫ଟି ଲୋକସଭା ଓ ୨୭ଟି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏହି ତାଲିକା ଘୋଷଣା କରିଛନ୍ତି । ବାଲେଶ୍ଵରକୁ ଛାଡି ସମସ୍ତ ଲୋକସଭାରେ ଆସନ ଘୋଷଣା କରିଛି ଦଳ । ସେହିପରି ବିଧାନସଭାରେ ବର୍ତ୍ତମାନ ସୁଦ୍ଧା ୯୯ ଆସନ ଘୋଷଣା ହୋଇଛି ।

ସୁରେନ୍ଦ୍ର ସିଂ ଭୋଇ

ବିଜେଡ଼ି ସଭାପତି ଘୋଷଣା କରିଥିବା ୫ ଲୋକସଭା ଆସନ ହେଉଛି ବଲାଙ୍ଗୀର, ଭଦ୍ରକ, ବରଗଡ଼, ବ୍ରହ୍ମପୁର ଓ କେନ୍ଦୁଝର । ବଲାଙ୍ଗୀରରୁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ସୁରେନ୍ଦ୍ର ସିଂ ଭୋଇ । କିଛିଦିନ ପୂର୍ବରୁ କଂଗ୍ରେସ ଛାଡି ସୁରେନ୍ଦ୍ର ବିଜେଡିରେ ସାମିଲ ହୋଇଥିଲେ । ଗତଥର ଏହି ଆସନରୁ ବିଜେଡି କଳିକେଶ ନାରାୟଣ ସିଂଦେଓଙ୍କୁ ମୈଦାନକୁ ଓହ୍ଲାଇଥିଲା । କିନ୍ତୁ ତାଙ୍କୁ ବିଜେପିର ସଂଗୀତା ସିଂଦେଓ ପରାସ୍ତ କରିଥିଲେ । ତେଣୁ ବିଜେଡି ଏଠାରେ ଏକ ବିକଳ୍ପ ପ୍ରାର୍ଥୀ ସନ୍ଧାନରେ ଥିଲା । ସେହିପରି ଭଦ୍ରକ ଆସନରୁ ବିଜେଡି ମଞ୍ଜୁଲତା ମଣ୍ଡଳଙ୍କୁ ରିପିଟ କରିଛି ।

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବି
ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବି


ବରଗଡ଼ ଲୋକସଭା ଆସନ ଲାଗି ଦଳ ନୂଆ ଚେହେରା ଭାବେ ପରିଣୀତା ମିଶ୍ରଙ୍କୁ ଓହ୍ଲାଇଛି । ସେ ଆଜି ବିଜେଡିରେ ସାମିଲ ହେବା ସହ ଟିକେଟ ନେଇଛନ୍ତି । ପରିଣୀତା ମିଶ୍ର ଜଣେ ସମାଜସେବୀ । ମହିଳା ସଶକ୍ତିକରଣ କ୍ଷେତ୍ରରେ ବରଗଡ଼ ଜିଲ୍ଲାରେ ବେସ ପରିଚିତ । ସେହିପରି ଆଜି ସକାଳେ ବିଜେପି ଛାଡି ବିଜେଡିରେ ମିଶିଥିବା ଭୃଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମପୁରରୁ ପ୍ରାର୍ଥୀ କରିଛି ବିଜେଡି । କେନ୍ଦୁଝର ଲୋକସଭା କ୍ଷେତ୍ର ପାଇଁ ଦଳର ପ୍ରାର୍ଥୀ ହୋଇଛନ୍ତି ଧନୁର୍ଜୟ ସିଦ୍ଧୁ । ଦଳ ଏଠାରେ ପ୍ରାର୍ଥୀ ବଦଳ କରିଛି । ଲୋକସଭାର ସର୍ବ କନିଷ୍ଠ ସାଂସଦ ହୋଇଥିବା ଚନ୍ଦ୍ରାଣୀ ମୁର୍ମୁଙ୍କ ଟିକେଟ କାଟିଦେଇଛି ଦଳ ।

ବିଧାନସଭା ପ୍ରାର୍ଥୀ
ବିଧାନସଭା ପ୍ରାର୍ଥୀ

ବ୍ରଜରାଜନଗର ବିଧାନସଭା କ୍ଷେତ୍ରରୁ ପୁନର୍ବାର ମଇଦାନକୁ ଓହ୍ଲାଇଛନ୍ତି ଅଳକା ମହାନ୍ତି । ସ୍ୱାମୀ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ଅଳକା ଉପନିର୍ବାଚନରେ ବିଜୟ ହୋଇଥିଲେ । ସେହିପରି ଝାରସୁଗୁଡାରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ଦୀପାଳି ଦାସ । ତଳସରାରୁ ବିନୟ କୁମାର ଟପ୍ପୋ, ରାଜଗାଙ୍ଗପୁରରୁ ଅନୀଲ ପରବାର ପ୍ରାର୍ଥୀ ହୋଇଛନ୍ତି । ସୁନ୍ଦରଗଡ଼ରେ ଅଭିଜ୍ଞ ଯୋଗେଶ ସିଂ ଓ ବଣାଇରୁ ଭୀମସେନ ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି ଦଳ । ଯଶୀପୁରରୁ ଚକ୍ରଧର ହେମ୍ବ୍ରମ, ଉଦଳାରୁ ଶ୍ରୀନାଥ ସୋରେନ, ବାରିପଦାରୁ ସାନନ୍ଦ ମାରାଣ୍ଡି, ବଡ଼ସାହିରୁ ଅନୁସୂୟା ପାତ୍ର ପ୍ରାର୍ଥୀ ହୋଇଛନ୍ତି । ମୋରଡ଼ାରୁ ପ୍ରିତିନନ୍ଦା କାନୁନଗୋଙ୍କୁ ଭରସା କରିଛି ବିଜେଡି । ବିଧାୟକ ରାଜକିଶୋର ଦାସଙ୍କ ଟିକେଟ କାଟିଛି ଦଳ ।

ଲୋକସଭା ପ୍ରାର୍ଥୀ
ଲୋକସଭା ପ୍ରାର୍ଥୀ


ସୋରରୁ ମାଧବ ଧଡ୍ଡା ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ଦଳ ବିଧାୟକ ପର୍ଶୁରାମ ଧଡ୍ଡାଙ୍କ ଟିକେଟ କାଟି ମାଧବଙ୍କୁ ଭରସା କରିଛି । ସେହିପରି ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଟିକେଟ କାଟିଛି ଦଳ । ତାଙ୍କ ବଦଳରେ ନଳିନୀକାନ୍ତ ପ୍ରଧାନଙ୍କୁ ଦଳ ସେଠାରେ ଟିକେଟ ଦେଇଛି । ଗତ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ି ହାରିଥିଲେ ନଳିନୀ । ବୀରମହାରାଜାପୁରରୁ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ପଦ୍ମନାଭ ବେହେରା ରିପିଟ ହୋଇଛନ୍ତି । ଖରିଆରରେ ଅଧିରାଜ ପାଣିଗ୍ରାହୀଙ୍କୁ ଦଳ ଟିକେଟ ଦେଇଛି । କିଛିଦିନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ । ଫୁଲବାଣୀରୁ ଜୟଶ୍ରୀ କହଁର ବିଜେଡି ପ୍ରାର୍ଥୀ ହୋଇଛି ।

ବିଧାନସଭା ପ୍ରାର୍ଥୀ
ବିଧାନସଭା ପ୍ରାର୍ଥୀ


ବିବାଦୀୟ ପ୍ରତାପ ଜେନାଙ୍କୁ ଦଳ ଟିକେଟରୁ ବଞ୍ଚିତ କରିଛି । କିନ୍ତୁ ତାଙ୍କ ବଦଳରେ ଦଳ ତାଙ୍କ ପୁଅକୁ ଭରସା କରିଛି । ମାହାଙ୍ଗାରୁ ଏଥର ଅଙ୍କିତ ପ୍ରତାପ ଜେନା ନିର୍ବାଚନ ଲଢ଼ିବେ । ବ୍ୟକ୍ତିଗତ ବ୍ୟାପାର ପାଇଁ ବିବାଦୀୟ ହୋଇଥିବା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଟିକେଟ କାଟି ଦେଇଛି ଦଳ । ତାଙ୍କ ବଦଳରେ ତିର୍ତ୍ତୋଲରୁ ରମାକାନ୍ତ ଭୋଇ ପ୍ରାର୍ଥୀ ହେବେ । ସେହିପରି ଜଗତସିଂହପୁରରୁ ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି ପ୍ରଶାନ୍ତ କୁମାର ମୁଦୁଲି । ଭୁବନେଶ୍ୱର ଉତ୍ତରରୁ ସୁଶାନ୍ତ କୁମାର ରାଉତ ଓ ଭୁବନେଶ୍ୱର ଏକାମ୍ରରୁ ଅଶୋକ କୁମାର ପଣ୍ଡା ରିପିଟ ହୋଇଛନ୍ତି । ସେହିପରି ଖଲ୍ଲିକୋଟରୁ ସୂର୍ଯ୍ୟମଣୀ ବୈଦ ଓ ଆସ୍କାରୁ ମଞ୍ଜୁଳା ସ୍ୱାଇଁ ମଧ୍ୟ ରିପିଟ ହୋଇଛନ୍ତି । ବ୍ରହ୍ମପୁର ବିଧାନସଭା ପାଇଁ ଅଭିଜ୍ଞ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଭରସା କରିଛି ଦଳ । ପାରଳାଖେମୁଣ୍ଡି ରୂପେଶ ପାଣିଗ୍ରାହୀ, ମୋହନାରୁ ଅନ୍ତଯ୍ୟାମୀ ଗମାଙ୍ଗ ଓ ପଟାଙ୍ଗିରୁ ପ୍ରଫୁଲ୍ଲ କୁମାର ପାଙ୍ଗି ପ୍ରାର୍ଥୀ ହୋଇଛନ୍ତି । ଦଳ ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀଙ୍କ ଟିକେଟ କାଟିଦେଇଛି ।

ବିଧାନସଭା ପ୍ରାର୍ଥୀ
ବିଧାନସଭା ପ୍ରାର୍ଥୀ

ବିଧାନସଭା ଆସନ:

ତଳସରା- ବିନୟ କୁମାର ଟପ୍ପୋ
ସୁନ୍ଦରଗଡ-ଯୋଗେଶ ସିଂ
ରାଜଗାଙ୍ଗପୁର-ଅନିଲ ବରୁଆଁ
ବଣାଇ-ଭୀମସେନ ଚୌଧୁରୀ

ଯଶୀପୁର -ଚକ୍ରଧର ହେମ୍ବ୍ରମ
ଉଦଳା- ତ୍ରିନାଥ ସୋରେନ
ବାରିପଦା- ସାନନ୍ଦ ମାରାଣ୍ଡି
ବଡସାହି- ଅନୁସୂୟା ପାତ୍ର
ମୋରଡା- ପ୍ରୀତିନନ୍ଦା କାନୁନଗୋ
ସୋରୋ- ମାଧବ ଧଡ୍ଡା
ଆଠମଲ୍ଲିକ- ନଳୀନିକାନ୍ତ ପ୍ରଧାନ
ବୀରମହାରାଜପୁର- ପଦ୍ମନାଭ ବେହେରା
ଖଡିଆଳ- ଅଧିରାଜ ପାଣିଗ୍ରାହୀ
ଫୁଲବାଣୀ- ଜୟଶ୍ରୀ କହଁର
ମାହାଙ୍ଗା- ଅଙ୍କିତ ପ୍ରତାପ ଜେନା
ତିର୍ତ୍ତୋଲ- ରମାକାନ୍ତ ଭୋଇ
ଜଗତସିଂହପୁର- ପ୍ରଶାନ୍ତ କୁମାର ମୁଦୁଲି
ଭୁବନେଶ୍ବର ଉତ୍ତର- ସୁଶାନ୍ତ ରାଉତ
ଭୁବନେଶ୍ବର ଏକାମ୍ର- ଅଶୋକ ଚନ୍ଦ୍ର ପଣ୍ଡା
ଖଲ୍ଲିକୋଟ - ସୂର୍ଯ୍ୟମଣୀ ବୈଦ୍ୟ
ଆସିକା-ମଞ୍ଜୁଳା ସ୍ବାଇଁ
ବ୍ରହ୍ମପୁର-ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ
ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ
ମୋହନା - ଅନ୍ତର୍ଯ୍ୟାମୀ ଗମାଙ୍ଗ
ପଟ୍ଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ

ବ୍ରଜରାଜନଗର-ଅଳକା ମହାନ୍ତି

ଝାରସୁଗୁଡା- ଦୀପାଳି ଦାସ
ଲୋକସଭା ଆସନ:
ବଲାଙ୍ଗୀର- ସୁରେନ୍ଦ୍ର ସିଂ ଭୋଇ
ଭଦ୍ରକ- ମଞ୍ଜୁଲତା ମଣ୍ଡଳ
ବରଗଡ ପରିଣୀତା ମିଶ୍ର
ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର
କେନ୍ଦୁଝର- ଧନୁର୍ଜୟ ସିଦ୍ଧୁ

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 4, 2024, 7:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.