ETV Bharat / politics

କଂଗ୍ରେସ ବିଧାୟକ ଟିକଟ ପାଇବାକୁ ହେଲେ ୪୦ ଲକ୍ଷ ଟଙ୍କା ଦେବାକୁ ପଡିବ: ଶରତ ଚନ୍ଦ୍ର ବୁରୁଦା - BRIBE FOR MLA TICKET IN CONGRESS

author img

By ETV Bharat Odisha Team

Published : Apr 3, 2024, 10:31 PM IST

କଂଗ୍ରେସ ବିଧାୟକ ଟିକଟ ପାଇବାକୁ ହେଲେ ୪୦ ଲକ୍ଷ ଟଙ୍କା ଦେବାକୁ ପଡିବ : ଶରତ ଚନ୍ଦ୍ର ବୁରୁଦା
କଂଗ୍ରେସ ବିଧାୟକ ଟିକଟ ପାଇବାକୁ ହେଲେ ୪୦ ଲକ୍ଷ ଟଙ୍କା ଦେବାକୁ ପଡିବ : ଶରତ ଚନ୍ଦ୍ର ବୁରୁଦା

Bribe For Ticket In Congress: ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ନାଁ ରେ ମାଲକାନଗିରି କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା ଆଣିଛନ୍ତି ଅଭିଯୋଗ । ଚିତ୍ରକୋଣ୍ଡା ସିଟରେ ପାର୍ଟି ଟିକେଟ ବଦଳରେ ୪୦ ଲକ୍ଷ ମାଗିଥିବା ଅଭିଯୋଗ ଆଣିଛନ୍ତି ଶରତ । ଅଧିକ ପଢନ୍ତୁ

କଂଗ୍ରେସ ବିଧାୟକ ଟିକଟ ପାଇବାକୁ ହେଲେ ୪୦ ଲକ୍ଷ ଟଙ୍କା ଦେବାକୁ ପଡିବ : ଶରତ ଚନ୍ଦ୍ର ବୁରୁଦା

ମାଲକାନଗିରି: ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା । ପାର୍ଟି ଟିକେଟ ବଦଳରେ ଟଙ୍କା ମଗାଯାଇଛି ବୋଲି ଆସିଛି ଅଭିଯୋଗ । ସୂଚନାଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ଗତକାଲି ପ୍ରାର୍ଥୀ ଘୋଷଣା ସରିଛି । ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ମାଲା ମାଢିଙ୍କ ନାମ ଘୋଷଣା ହୋଇଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ମଙ୍ଗୁ ଖିଲଙ୍କ ନାମ ଘୋଷଣା କରାଯାଇଛି ।

ତେବେ ଚିତ୍ରକୋଣ୍ଡାରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ପ୍ରଥମ ଦାବିଦାର ଭାବେ ଶରତ ଚନ୍ଦ୍ର ବୁରୁଦା ରହିଥିଲେ । ତେବେ ଶରତଙ୍କୁ ଟିକଟ ନମିଳିବା ପରେ ସେ ଗଣମାଧ୍ୟମ ଆଗରେ ଓଡିଶା ପ୍ରଭାରୀ ଅଜୟ କୁମାର ତାଙ୍କୁ ଟିକଟ ପାଇଁ ୪୦ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଗତ ମାସ ୨୮ ତାରିଖ ସନ୍ଧ୍ୟାରେ ପ୍ରଭାରୀଙ୍କ ଷ୍ଟାଫ୍ ତାଙ୍କୁ ହୋଟେଲକୁ ଡାକି ପ୍ରଗମନ ଆପ ପାଇଁ ମନୋନୟନ ପାଇଁ ୪୦ ଲକ୍ଷ ଟଙ୍କା ଦରକାର ବୋଲି କହିଥିଲେ । ଏପରିକି ସେମାନଙ୍କ ଖିଆପିଆ ଖର୍ଚ୍ଚ ବାବଦକୁ ୮ ହଜାର ଟଙ୍କା ନେଇଥିଲେ । ଏସମ୍ପର୍କରେ ସମସ୍ତ ଉପରିସ୍ଥ ନେତୃ ମଣ୍ଡଳୀ ମାନଙ୍କୁ ଜଣାଇବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଗଲା ନାହିଁ ।

ଏହା ମଧ୍ୟ ପଢନ୍ତୁ... 8 ଲୋକସଭା, 47 ବିଧାନସଭା ଆସନ ସହ ଖାତା ଖୋଲିଲା କଂଗ୍ରେସ: ନୂଆପଡାରୁ ଶରତ, ନର୍ଲାରୁ ଭକ୍ତ ଓ ପାରାଳାଖେମୁଣ୍ଡିରୁ ବିଜୟ - Congress Candidates For Ls Poll

ତେବେ ଏହି ଅଭିଯୋଗକୁ ମିଥ୍ୟା ଏବଂ ଖଣ୍ଡନ କରିଛି ଜିଲ୍ଲା କଂଗ୍ରେସ । ଆଜି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ସାମ୍ବାଦିକ ସମ୍ମିଳନୀରେ ଶରତ ଚନ୍ଦ୍ର ବୁରୁଦାଙ୍କ ଏହି ଅଭିଯୋଗ ଭିତ୍ତିହୀନ ବୋଲି କହିଛି । କଂଗ୍ରେସ ପାର୍ଟିରେ କେବେ ମଧ୍ୟ ଟଙ୍କା ନେଇ ଟିକଟ ବଣ୍ଟାଯାଉନଥିବା ସେ କହିଥିଲେ । ଏକ ଶୃଙ୍ଖଳିତ କର୍ମୀ ହୋଇ ଏଭଳି ଅଭିଯୋଗ ଆଣିବା ଦଳ ପାଇଁ ହାନିକାରକ ହେବ ବୋଲି କହିଥିଲେ । ଏଭଳି କୌଣସି କଂଗ୍ରେସ କର୍ମୀ ନିର୍ବାଚନ ସମୟରେ କଂଗ୍ରେସ ଦଳକୁ କିମ୍ବା ଭିତ୍ତିହୀନ ମନ୍ତବ୍ୟ ଦିଅନ୍ତି ତେବେ ମୁଁ ଜିଲ୍ଲା ସଭାପତି ଭାବେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ସେ ଚେତାବନୀ ଦେଇଥିଲେ ।

ଏହା ସହ ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ପ୍ରାର୍ଥୀ ମଙ୍ଗୁ ଖିଲ ଟିକେଟ୍ ପାଇ ଖୁସି ସାବ୍ୟସ୍ତ କରିବା ସହ ପିସିସି ସଭାପତି , ଓଡିଶା ପ୍ରଭାରୀ , ଜିଲ୍ଲା ସଭାପତି ଙ୍କ ସମେତ ସମସ୍ତ କଂଗ୍ରେସ କର୍ମୀଙ୍କୁ ଓ ଚିତ୍ରକୋଣ୍ଡା ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଟିକେଟ୍ ପାଇଁ ଟଙ୍କା ମାଗିବା ଘଟଣାକୁ ଖଣ୍ଡନ କରିଛନ୍ତି ମଙ୍ଗୁ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.