ETV Bharat / politics

ଓଡ଼ିଶାରେ ଜଳକଷ୍ଟ ଉତ୍କଟ ! କେନ୍ଦ୍ର ଜଳ ଆୟୋଗ ତଥ୍ୟ କହୁଛି ଉତ୍ତର ଓଡିଶାର 4 ନଦୀ ଶୁଖି ଯାଇଛି - DRINKING WATE PROBLEM

author img

By ETV Bharat Odisha Team

Published : Apr 9, 2024, 8:23 PM IST

ଜଳ ସଙ୍କଟକୁ ନେଇ ବିଜେପିର ଆକ୍ରମଣ; ଜନତା, ଚାଷୀଙ୍କୁ ନଦେଇ ଶିଳ୍ପକୁ ଜଳ ଯୋଗାଉଛି ସରକାର
ଜଳ ସଙ୍କଟକୁ ନେଇ ବିଜେପିର ଆକ୍ରମଣ; ଜନତା, ଚାଷୀଙ୍କୁ ନଦେଇ ଶିଳ୍ପକୁ ଜଳ ଯୋଗାଉଛି ସରକାର

BJP Press meet On Water Crisis: ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ବିଜେଡି ସରକାରଙ୍କୁ ଟାର୍ଗେଟ । ସରକାରଙ୍କ "ଡ୍ରିଙ୍କ ଫ୍ରମ ଟ୍ୟାପ " ଯୋଜନାର ବିଫଳତା ସହ ଶିଳ୍ପକୁ ପାଣି ଯୋଗାଇବା ପ୍ରାଥମିକତାକୁ କଡା ସମାଲୋଚନା କରିଛି ବିଜେପି । ଅଧିକ ପଢନ୍ତୁ

ଜଳ ସଙ୍କଟକୁ ନେଇ ବିଜେପିର ଆକ୍ରମଣ; ଜନତା, ଚାଷୀଙ୍କୁ ନଦେଇ ଶିଳ୍ପକୁ ଜଳ ଯୋଗାଉଛି ସରକାର

ଭୁବନେଶ୍ବର: ରାଜ୍ୟରେ ଜଳ ସମସ୍ୟାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କଟକ ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ସାମ୍ପ୍ରତିକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଓଡ଼ିଶାରେ ଜଳ କଷ୍ଟ ଉତ୍କଟ ହୋଇଛି । କେନ୍ଦ୍ର ଜଳ ଆୟୋଗ ତଥ୍ୟ ଅନୁସାରେ ଉତ୍ତର ଓଡିଶାର 4 ନଦୀ ଶୁଖି ଯାଇଛି । ଏଡିଶାର ଜୀବନ ରେଖା ମହାନଦୀର ପାଣି ପିଇବା ଯୋଗ୍ୟ ଆଉ ରହି ନାହିଁ । ହୀରାକୁଦରେ ଜଳ ସ୍ତର କ୍ରମାଗତ କମିଛି । ରାଜ୍ୟ ସରକାର ଶିଳ୍ପକୁ ପାଣି ଯୋଗାଇବାକୁ ପ୍ରାଥମିକତା ଦେଉଛନ୍ତି, ମାତ୍ର ପ୍ରଥମେ ପାନୀୟ ଜଳ ପରେ ଚାଷକୁ ଜଳ ଦେଇ ତାପରେ ଯାଇ ଶିଳ୍ପକୁ ପାଣି ଦେବ କଥା । ଏ କ୍ଷେତ୍ରରେ କେନ୍ଦ୍ର ସରକାର 5 ବର୍ଷରେ 10 ହଜାର କୋଟି ଟଙ୍କା " ହର ଘର ନଲ " ଯୋଜନାରେ ଆବଣ୍ଟନ କରିଛନ୍ତି ହେଲେ "ଡ୍ରିଙ୍କ ଫ୍ରମ ଟ୍ୟାପ "ଯୋଜନାରେ ରାଜ୍ୟ ସରକାର ମାତ୍ର 824 କୋଟି ଖର୍ଚ୍ଚ କରିଛନ୍ତି ।

ଜଳ ସଂରକ୍ଷଣ ଓ ବିନିଯୋଗ ରାଜ୍ୟ ସରକାର କରିବାରେ ବିଫଳ ହୋଇଛନ୍ତି । ମହାନଦୀ ଉଭୟ ପଟେ ବାସ କରୁଥିବା କଟକ ଜିଲ୍ଲାବାସୀ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସମ୍ବଲପୁରରେ କଲେରା ଓ କଟକରେ ଜଣ୍ଡିସ ବ୍ୟାପିବା ସୂଚାଇଛି ଯେ ଶାସନ ଠିକ ରୂପେ ଚାଲୁନି । ରାଜ୍ୟ ସରକାର ଏହି ସମସ୍ୟାକୁ ଗୁରୁତର ସହ ନେବା ଦରକାର ବୋଲି କହିଛି ବିଜେପି । ଭର୍ତ୍ତୃହରି କହିଛନ୍ତି ଯେ ରାଜ୍ୟ ସରକାର ଏହି ସମସ୍ୟାକୁ ଗୁରୁତର ସହ ନେବା ଦରକାର । ଓଡିଶାରେ ଜଳ କଷ୍ଟ କେତେ ଉତ୍କଟ ହୋଇଛି ତାହା ଗଣମାଧ୍ୟମ ଜରିଆରେ ଆମେ ଦେଖିଛୁ । ମୁଁ ଗଣମାଧ୍ୟମ ଜରିଆରେ ଦେଖିଲି ଯେ ବିଗତ ୧୫ ଦିନ ଭିତରେ ଯାହା ସମସ୍ୟା ରହିଛି ତାକୁ ଗୋଟାଏ ପୃଷ୍ଠାରେ ପରିପ୍ରକାଶ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ...ଅଭିଯୋଗ ପରେ ଆକ୍ସନ ! ସିଏମଓ ୱେବସାଇଟରୁ ହଟିଲା ପାଣ୍ଡିଆନଙ୍କ ନାଁ - VK PANDIAN

କଟକ, ଖଣ୍ଡପଡ଼ା, ବାଙ୍କୀ, ଆଠଗଡ଼, ବାରଙ୍ଗ ଏସବୁ ଅଞ୍ଚଳରେ ଜଳ ସମସ୍ୟା ସୃଷ୍ଟି ହେଉଛି । ସ୍ଥାନୀୟ ଲୋକେ ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି । ତେବେ କାହିଁକି ଦୀର୍ଘ ମିଆଦି ଯୋଜନାରେ ଟଙ୍କା ଖର୍ଚ୍ଚ ହେଉନି ବୋଲି ବିଜେପି ପ୍ରଶ୍ନ ଉଠାଇଛି । ଓଡ଼ିଆର ରାଜସ୍ବ ଅଢେଇ ଲକ୍ଷ କୋଟିରେ ପହଞ୍ଚିଲାଣି କିନ୍ତୁ ଏଠାରେ ଜଳ ସମସ୍ୟା ଉତ୍କଟ l କେଉଁ ଅସୁବିଧାର ପାଇଁ ଜଳ ସମସ୍ୟା ଆଜି ହୋଇଛି ? ସହରାଞ୍ଚଳରେ ୩୧ ପ୍ରତିଶତ ଲୋକ ସ୍ବଚ୍ଛ ପାନୀୟ ପାଇ ପାରୁନାହାନ୍ତି । ୨୪ ବର୍ଷରେ କଣ କରିଛନ୍ତି ରାଜ୍ୟ ସରକାର ? ଚଳିତ ଥର ଏହି ମୁଦ୍ଦା କୁ ନେଇ ଲୋକଙ୍କ ପାଖରେ ପହଁଞ୍ଚିବ ବୋଲି ଭାରତୀୟ ଜନତା ପାର୍ଟି ସୂଚନା ଦେଇଛି l

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.