ETV Bharat / state

ଅଭିଯୋଗ ପରେ ଆକ୍ସନ ! ସିଏମଓ ୱେବସାଇଟରୁ ହଟିଲା ପାଣ୍ଡିଆନଙ୍କ ନାଁ - VK PANDIAN

author img

By ETV Bharat Odisha Team

Published : Apr 9, 2024, 3:58 PM IST

Updated : Apr 9, 2024, 5:42 PM IST

Pandians Name Removed From CMO Officials List: ପାଣ୍ଡିଆନକୁ ନେଇ ବିଜେପିର ଟାର୍ଗେଟ ପରେ ଆକ୍ସନ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରୁ ହଟିଲା ପାଣ୍ଡିଆନଙ୍କ ନାମ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରୁ ହଟିଲା ପାଣ୍ଡିଆନଙ୍କ ନାଁ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରୁ ହଟିଲା ପାଣ୍ଡିଆନଙ୍କ ନାଁ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରୁ ହଟିଲା ପାଣ୍ଡିଆନଙ୍କ ନାଁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରୁ ହଟିଲା ଭିକେ ପାଣ୍ଡିଆନଙ୍କ ନାମ । ଏନେଇ ରାଜ୍ୟ ବିଜେପି ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଛି । ୫-ଟି ଅଧ୍ୟକ୍ଷ ନାମରେ ଏକ ସରକାରୀ ଅଧିକାରୀ କ୍ଷମତାକୁ ମାଡି ବସିଥିଲେ ଭିକେ ପାଣ୍ଡିଆନ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ପ୍ରକାଶଥାଉକି, ଗତ ଏପ୍ରିଲ 4 ତାରିଖରେ ଏହି ଅଭିଯୋଗ ଆଣିଥିଲା ବିଜେପି ।

ଏହା ମଧ୍ୟ ପଢନ୍ତୁ: ପାଣ୍ଡିଆନ ଅଫିସର ନାଁ ନେତା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ: ବିଜେପି - BJP TARGETS VK PANDIAN

ସୂଚନା ଅନୁସାରେ, ବିଜୁ ଜନତା ଦଳରେ ପ୍ରତ୍ୟକ୍ଷ ଭାବରେ ରାଜନୀତି କରୁଥିବା ଭିକେ ପାଣ୍ଡିଆନଙ୍କ ନାଁ କିଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରେ ରହିଛି ବୋଲି ବିଜେପି ଅଭିଯୋଗ କରିଥିଲା । ପାଣ୍ଡିଆନ ଯଦି ଜଣେ ନେତା ତେବେ ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କିଭଳି କାମ କରିପାରିବେ ବୋଲି ଗତ ଏପ୍ରିଲ ୪ ତାରିଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଆପତ୍ତି ଉଠା ଯାଇଥିଲା । ଏନେଇ ସି-ଭିଜିଲ ଆପରେ ଅଭିଯୋଗ କରାଯାଇଥିଲା । ଏହା ପରେ ପାଣ୍ଡିଆନଙ୍କୁ ହଟାଯାଇଥିବା ବିଜେପି ପକ୍ଷରୁ କୁହାଯାଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ଉଲ୍ଲଂଘନ କରୁଥିବା ବିଜେପି ଅଭିଯୋଗ ଆଣିଥିଲା ।

ଏହା ମଧ୍ୟ ପଢନ୍ତୁ: ପାଣ୍ଡିଆନଙ୍କ ଦୃଢୋକ୍ତି, ରେକର୍ଡ ମାର୍ଜିନ ସହ ତିନି ଚତୁର୍ଥାଂଶ ଆସନରେ ଜିତିବ ବିଜେଡି - V K Pandian Reaction

ସୂଚନା ଥାଉକି, ସିଏମଓ ୱେବସାଇଟ ଅଫିସର ଲିଷ୍ଟରେ ଭିକେ ପାଣ୍ଡିଆନଙ୍କ ନିମ ପୂର୍ବରୁ ଥିଲା । ବିଜେପି ପକ୍ଷରୁ ଅଭିଯୋଗ କରି କୁହାଯାଇଥିଲା, "ପାଣ୍ଡିଆନ ସବୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି, ପ୍ରାର୍ଥୀଙ୍କୁ ଟିକେଟ ଦେଉଛନ୍ତି ଏବଂ ଦଳ ପରିଚାଳନା କରୁଛନ୍ତି । ଭି.କେ. ପାଣ୍ଡିଆନ ନେତା ନା ଅଫିସର ? ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଅଫିସର ଲିଷ୍ଟରେ ବିଜେଡ଼ି ନେତା ପାଣ୍ଡିଆନ ରହିପାରିବେ କି ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଟିକେଟ ବାଣ୍ଟିବା କିମ୍ବା ଦଳୀୟ ସଭାରେ ଭାଷଣ ଦେବା କେବେ ଦେଖା ଯାଏ ନାହିଁ । ପାଣ୍ଡିଆନ ଅଫିସର ନାଁ ନେତା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ମୁଖ୍ୟ ଶାସନ ସଚିବଙ୍କ ଠାରୁ ଉତ୍ତର ମାଗିଥିଲେ ଦଳ ।"


ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 9, 2024, 5:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.