ETV Bharat / state

ପାଣ୍ଡିଆନ ଅଫିସର ନାଁ ନେତା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ: ବିଜେପି - BJP TARGETS VK PANDIAN

author img

By ETV Bharat Odisha Team

Published : Apr 4, 2024, 10:53 PM IST

ପାଣ୍ଡିଆନ ଅଫିସର ନାଁ ନେତା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ:ବିଜେପି
ପାଣ୍ଡିଆନ ଅଫିସର ନାଁ ନେତା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ:ବିଜେପି

BJP TARGETS VK PANDIAN: ସିଏମଓ ୱେବସାଇଟ ଅଫିସର ଲିଷ୍ଟରେ ଭିକେ ପାଣ୍ଡିଆନଙ୍କ ନାଁ ପ୍ରଥମେ ରହିଛି । ତେଣୁ ପାଣ୍ଡିଆନକୁ ଟାର୍ଗେଟ କଲା ବିଜେପି । ସେ ସରକାରୀ କର୍ମଚାରୀ ନାଁ ଦଳୀୟ କର୍ମୀ ବୋଲି ପ୍ରଶ୍ନ କଲା ଦଳ । ଅଧିକ ପଢନ୍ତୁ

ପାଣ୍ଡିଆନ ଅଫିସର ନାଁ ନେତା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ:ବିଜେପି

ଭୁବନେଶ୍ବର: ବିଜେଡ଼ି ନେତା ଭିକେ ପାଣ୍ଡିଆନକୁ ଘେରିଲା ବିଜେପି । ସେ ସରକାରୀ କର୍ମଚାରୀ ନାଁ ଦଳୀୟ କର୍ମୀ ବୋଲି କଲା ପ୍ରଶ୍ନ । ସିଏମଓ ୱେବସାଇଟ ଅଫିସର ଲିଷ୍ଟରେ ଏକ ନମ୍ବର ତାଲିକାରେ ଅଛନ୍ତି ଭି.କେ. ପାଣ୍ଡିଆନ । ପାଣ୍ଡିଆନ ସବୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି, ପ୍ରାର୍ଥୀଙ୍କୁ ଟିକେଟ ଦେଉଛନ୍ତି ଏବଂ ଦଳ ପରିଚାଳନା କରୁଛନ୍ତି । ଭି.କେ. ପାଣ୍ଡିଆନ ନେତା ନା ଅଫିସର ବୋଲି ପ୍ରଶ୍ନ କଲା ବିଜେପି । ପାଣ୍ଡିଆନଙ୍କୁ ତୁରନ୍ତ 5ଟି ଅଧ୍ୟକ୍ଷ ପଦରୁ ବହିଷ୍କାର କରିବା ପାଇଁ ଦାବି କଲା ବିଜେପି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ଶାସନ ସଚିବ ଏବଂ ନିର୍ବାଚନା ଅଧିକାରୀଙ୍କୁ ଅବଗତ କରାଇଲା ଦଳ ।

ତେବେ ବିଜେପି ଅଭିଯୋଗ କରିଛି ଯେ, ସିଏମଓ ୱେବସାଇଟ ଅଫିସର ଲିଷ୍ଟରେ ଏକ ନମ୍ବର ତାଲିକାରେ ଅଛନ୍ତି ଭି.କେ. ପାଣ୍ଡିଆନ । ପାଣ୍ଡିଆନ ସବୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି, ପ୍ରାର୍ଥୀଙ୍କୁ ଟିକେଟ ଦେଉଛନ୍ତି ଏବଂ ଦଳ ପରିଚାଳନା କରୁଛନ୍ତି । ଭି.କେ. ପାଣ୍ଡିଆନ ନେତା ନା ଅଫିସର ? ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଅଫିସର ଲିଷ୍ଟରେ ବିଜେଡ଼ି ନେତା ପାଣ୍ଡିଆନ ରହିପାରିବେ କି ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଫିସର ଟିକେଟ ବାଣ୍ଟିବା କିମ୍ବା ଦଳୀୟ ସଭାରେ ଭାଷଣ ଦେବା କେବେ ଦେଖା ଯାଏ ନାହିଁ । ପାଣ୍ଡିଆନ ଅଫିସର ନାଁ ନେତା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିବା ସହ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଉତ୍ତର ମାଗିଛି ଦଳ ।

ଏହା ମଧ୍ୟ ପଢନ୍ତୁ..... ଅପରାଜିତାଙ୍କୁ ମନ୍ମଥଙ୍କ ତେରଚ୍ଛା ବାଣ, 'ସୋସିଆଲ ମିଡ଼ିଆ ଏମପି' କହି କଲେ ଟାର୍ଗେଟ - Manmath Targets MP Aparajita

ସେହିପରି ବିଜେପି କିଛିଦିନ ତଳେ ସିଇଓଙ୍କୁ ଭେଟିଥିଲେ ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି ପୋଲିସ । ବିଜୁ ଜନତା ଦଳର ଜଣେ ସାଧାରଣ କର୍ମୀ, ତାଙ୍କ ପାଇଁ କାହିଁକି ଏତେ ସୁରକ୍ଷା ବ୍ୟବସ୍ଥା, ରାଜ୍ୟ ରାଜକୋଷରୁ କାହିଁକି ଏତେ ଟଙ୍କା ସୁରକ୍ଷା ପାଇଁ ତାଙ୍କୁ ଦିଆଯାଉଛି ,ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେପି । ବାର୍ଷିକ ୩ କୋଟି ଟଙ୍କା ତାଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଖର୍ଚ୍ଚ କରାଯାଉଛି ଯାହା ଆଇନର ଉଲଂଘନ ।

ସେହିଭଳି ଆରଟିଆଇ କର୍ମୀମାନେ ପାଣ୍ଡିଆନଙ୍କ ସୁରକ୍ଷା ନେଇ ଗଣମାଧ୍ୟମ ଆଗରେ ତଥ୍ୟ ରଖିଥିଲେ । ଏହା ଉପରେ ପାଣ୍ଡିଆନ ଏବେ ଯାଏଁ ପ୍ରତିକ୍ରିୟା ଦେଇନାହାନ୍ତି । ପ୍ରେସମିଟ କରିବା ପାଇଁ ଓଡ଼ିଶା ପୋଲିସକୁ କିଏ ଚାପ ପକାଇଲା ? ଓଡ଼ିଶା ପୋଲିସ ବିଜେଡ଼ି ନିର୍ବାଚନ ଜିତିବା ପାଇଁ ଦାୟିତ୍ଵ ନେଇ କାମ କରୁଛି ବୋଲି ଅଭିଯୋଗ ଆଣିଲା ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.