ETV Bharat / politics

ଅପରାଜିତାଙ୍କୁ ମନ୍ମଥଙ୍କ ତେରଚ୍ଛା ବାଣ, 'ସୋସିଆଲ ମିଡ଼ିଆ ଏମପି' କହି କଲେ ଟାର୍ଗେଟ - Manmath Targets MP Aparajita

author img

By ETV Bharat Odisha Team

Published : Apr 4, 2024, 5:36 PM IST

Manmath Targets MP Aparajita: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । ସେ କେବଳ ସୋସିଆଲ ମିଡିଆରେ ନିଜ ପ୍ରଚାର ପ୍ରସାର କରୁଛନ୍ତି ବୋଲି କହିଛନ୍ତି ମନ୍ମଥ । ଅଧିକ ପଢନ୍ତୁ

Manmath Targets Aparajita
Manmath Targets Aparajita

Manmath Targets Aparajita

ଖୋର୍ଦ୍ଧା : ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିଜେଡି ନେତା ମନ୍ମଥ ରାଉତରାୟଙ୍କ ଟାର୍ଗେଟ୍ । ସେ କହିଛନ୍ତି, "ଭୁବନେଶ୍ୱର ବିକାଶରେ ବାଧକ ସାଜିଛନ୍ତି ବର୍ତ୍ତମାନର ସାଂସଦ। ସେ କେବଳ ସୋସିଆଲ ମିଡିଆରେ ନିଜ ପ୍ରଚାର ପ୍ରସାର ଛଡା କୌଣସି କାର୍ଯ୍ୟ କରୁନାହାନ୍ତି ।" ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଆଜି ମନ୍ମଥ ରାଉତରାୟଙ୍କୁ ସ୍ବାଗତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଏପରି କହିଛନ୍ତି । ଖାଲି ଏତିକି ନୁହେଁ, ମନ୍ମଥ ଆହୁରି ମଧ୍ୟ କହିଛନ୍ତି, "ବର୍ତ୍ତମାନର ସାଂସଦ ଅପରାଜିତା ଲିଙ୍ଗରାଜ ମନ୍ଦିର ଆକ୍ଟକୁ ଅଟକାଇ ରଖିଥିବାବେଳେ କ୍ୟାପିଟାଲ ରିଂ ରୋଡ୍ ପ୍ରକଳ୍ପକୁ ଅଟକାଇ ରଖିଛନ୍ତି । ସେହିଭଳି ଆବାସ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜନୀତି କାର୍ଡ ଖେଳିଛନ୍ତି ।"

ସେହିପରି ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ନିରାଶ ହେବା ପରି ମେଟ୍ରୋ ପ୍ରକଳ୍ପକୁ କରୁଥିବା ବିରୋଧର କୌଣସି ପ୍ରଭାବ ପଡ଼ିବନି ବୋଲି କହିଛନ୍ତି ମନ୍ମଥ । "ଅପରାଜିତା ଲୋକଙ୍କ ସାଥୀରେ ନରହି ମନ୍ତ୍ରୀ ହେବା ପାଇଁ ଦିଲ୍ଲୀରେ ରହୁଛନ୍ତି । ପ୍ରତିବର୍ଷ ଦେଉଥିବା ରିପୋର୍ଟ କାର୍ଡରେ ମିଥ୍ୟା ତଥ୍ୟ ଦେଉଛନ୍ତି । ସାଂସଦ କହୁଛନ୍ତି ସେ ୧୨ହଜାର ଅଭିଯୋଗର ଶୁଣାଣି କରିଛନ୍ତି । କିନ୍ତୁ ତା'ର ତଥ୍ୟ ପ୍ରଦାନ କରୁନାହାନ୍ତି କାହିଁକି? କାହା କାହାର ଅଭିଯୋଗ ଶୁଣିଛନ୍ତି । ସେହିଭଳି ଏନଜିଓ କରି ଲୋକଙ୍କୁ ସାହାଯ୍ୟ କରୁଥିବା କହି ବୁଲୁଛନ୍ତି କିନ୍ତୁ ତାର ତଥ୍ୟ ଦେଉନାହାନ୍ତି କାହିଁକି ?" ବୋଲି ପ୍ରଶ୍ନ ଉଠାଇଛନ୍ତି ମନ୍ମଥ ।

ଏହା ମଧ୍ୟ ପଢନ୍ତୁ...ପ୍ରଚାର ମଇଦାନରେ ମନ୍ମଥ, ଲୋକଙ୍କୁ ଆହ୍ୱାନ 'ସମୀକରଣ ବଦଳିଛି ବିଜେଡିର ବିଜୟ ସୁନିଶ୍ଚିତ' - Manmath Routray Campaign

"ଅପରାଜିତାଙ୍କୁ ଲୋକଙ୍କ ସାଂସଦ ନୁହଁ ବରଂ ସୋସିଆଲ ମିଡ଼ିଆ ଏମପି" ବୋଲି କଟାକ୍ଷ କରି କହିଛନ୍ତି ମନ୍ମଥ । ସେହିପରି ବାପା ଓ ତାଙ୍କ ଟିମ୍ ଆପଣଙ୍କୁ ସାହାଯ୍ୟ କରିବ କି? ବୋଲି ଗଣମାଧ୍ୟମ ପ୍ରଶ୍ନରେ ମନ୍ମଥ ଉତ୍ତର ରଖିଛନ୍ତି ଯେ, ବାପାଙ୍କଠାରୁ ବହୁ ଶିକ୍ଷା ପାଇଛି ଏବଂ ମୁଁ ଏବେ ଏକ ଟିମରେ କାର୍ଯ୍ୟ କରୁଛି ଯାହା ମତେ ଜିତାଇବ । ସେହିପରି ବାପା କଂଗ୍ରେସରେ ରହିବେ କିନ୍ତୁ ପୁଅ ପାଇଁ ଥିବା କର୍ତ୍ତବ୍ୟ କରିବେ ବୋଲି କହିଛନ୍ତି ମନ୍ମଥ । ଏହାସହ ସେ କହଛନ୍ତି, "ନିଜ ଦଳର ଭୋଟ ସହ ବିପକ୍ଷ ଦଳର ଭୋଟ କିପରି ମୋ ସମର୍ଥନରେ ଆସିବ ସେନେଇ ପ୍ରସ୍ତୁତି ସରିଛି ଏବଂ ବହୁ ଭୋଟ ବ୍ୟବଧାନରେ ବିଜୁ ଜନତା ଦଳ ଭୁବନେଶ୍ବର ସଂସଦୀୟ କ୍ଷେତ୍ରକୁ ଦଖଲ କରିବ ।"



ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.