ETV Bharat / politics

ନାମାଙ୍କନ ଭରିଲେ ପାରଳାଖେମୁଣ୍ଡି ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ - Odisha Assembly Election 2024

author img

By ETV Bharat Odisha Team

Published : Apr 22, 2024, 10:55 PM IST

ପାରଳାଖେମୁଣ୍ଡି ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀଙ୍କ ନାମାଙ୍କନ ଦାଖଲ
ପାରଳାଖେମୁଣ୍ଡି ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀଙ୍କ ନାମାଙ୍କନ ଦାଖଲ

Rupesh Panigrahi File Nomination: ଆଜି ବିଜେଡି ବିଧାୟକ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଶୋଭାଯାତ୍ରା ସହିତ ନିଜର ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ରୂପେଶଙ୍କୁ ପାରଳାଖେମୁଣ୍ଡି ଆସନ ପାଇଁ ଟିକଟ ଦେଇଛି । ଅଧିକ ପଢନ୍ତୁ

ପାରଳାଖେମୁଣ୍ଡି ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀଙ୍କ ନାମାଙ୍କନ ଦାଖଲ

ଗଜପତି: ପାରଳାଖେମୁଣ୍ଡି ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ସେ ଆଜି ସକାଳୁ ହାଇଟେକ ପ୍ଲାଜା ସ୍ଥିତ ନିଜ ବାସଭବନରୁ ହଜାର ହଜାର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ । ଏହି ଅବସରରେ ରୂପେଶ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ବିପୁଳ ଜନମତ ରହିଛି । ବିଧାୟକ ହେଲେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଆଗକୁ ଆଗେଇ ନେବେ । ଏଠାରେ ରେକର୍ଡ ବ୍ୟବଧାନରେ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରୂପେଶ ।

ସାଧାରଣ ଲୋକଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ ଓ ବିଭିନ୍ନ ଲୋକମଙ୍ଗଳକାରୀ ଯୋଜନା ଗୁଡିକୁ ପହଞ୍ଚାଇ ଭୋଟ ଭିକ୍ଷା କରିବୁ । ଏଥର ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହେବା ପାଇଁ ପାରଳାବାସୀ ମନ ସ୍ଥିର କରିସାରିଛନ୍ତି । ତେଣୁ ଏହି ନିର୍ବାଚନରେ ତାଙ୍କ ବିଜୟ ରଥକୁ କେହି ରୋକିପାରିବେ ନାହିଁ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ.. ପାରଳାଖେମୁଣ୍ଡିରେ ବିରାଟ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କଲା ବିଜେଡି - BJD Power Show In Paralakhemundi

ବିଜେଡି ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ଶିଳ୍ପପତି ଡ. ତିରୁପତି ପାଣିଗ୍ରାହୀଙ୍କ ପୁଅ ରୂପେଶ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ । ରୂପେଶ ଓ ଭୃଗୁଙ୍କ ସହ ଉତ୍ସାହୀ ହଜାର ହଜାର ବିଜେଡି କର୍ମୀ ଏକ ବିରାଟ ବାଇକ ଶୋଭାଯାତ୍ରା ବାହାରିଥିଲେ । ଏହି ଶୋଭାଯାତ୍ରା ପାରଳାଖେମୁଣ୍ଡି ସହର ମଧ୍ୟ ପରିକ୍ରମା କରିଥିଲା । ଦଳର ନୂଆ ଓ ପୁରୁଣା ନେତା ଏକାଠି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଆସନ୍ତା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ପ୍ରୟାସ କରିବାକୁ ଆହ୍ବାନ ଜଣାଇଥିଲେ ।

ଏପ୍ରିଲ ୯ ତାରିଖରେ ପ୍ରାର୍ଥୀ ଘୋଷଣା ହେବା ପରେ ଶକ୍ତି ପ୍ରଦର୍ଶନ କରିଥିଲେ ପାରଳାଖେମୁଣ୍ଡି ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ଲୋକସଭା ଆସନର ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ବିଜେଡିର ହଜାର ହଜାର ଉତ୍ସାହୀ ସମର୍ଥକଙ୍କ ଗହଣରେ ଉଭୟ ପ୍ରାର୍ଥୀ ନିର୍ବାଚନ ମଣ୍ଡଳୀରେ ବାଇକ ଶୋଭାଯାତ୍ରା କରିଥିଲେ । ଲାବଣ୍ୟଗଡ ଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ପାରଳାଖେମୁଣ୍ଡିରେ ଶେଷ ହୋଇଥିଲା । ବିଜେଡିର ସବୁ ନୂଆ ଓ ପୁରୁଣା ନେତା ଏକାଠି ହୋଇ ଆସନ୍ତା ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବେ ବୋଲି କହିଥିଲେ ।

ଇଟିଭି ଭାରତ,ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.