ETV Bharat / politics

ପାରଳାଖେମୁଣ୍ଡିରେ ବିରାଟ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କଲା ବିଜେଡି - BJD Power Show In Paralakhemundi

author img

By ETV Bharat Odisha Team

Published : Apr 9, 2024, 4:36 PM IST

Updated : Apr 10, 2024, 9:53 AM IST

ପାରଳାଖେମୁଣ୍ଡି ବିଧାନସଭା ଆସନ
ପାରଳାଖେମୁଣ୍ଡି ବିଧାନସଭା ଆସନ

BJD Power Show In Paralakhemundi Assembly Constituency: ପାରଳାଖେମୁଣ୍ଡି ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ଲୋକସଭା ଆସନର ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ଶକ୍ତି ପ୍ରଦର୍ଶନ । ପାରଳାଖେମୁଣ୍ଡିରେ ବିରୋଟ ଶୋଭାଯାତ୍ରା । ଅଧିକ ପଢ଼ନ୍ତୁ

ପାରଳାଖେମୁଣ୍ଡି ବିଧାନସଭା ଆସନ

ପାରଳାଖେମୁଣ୍ଡି: ପ୍ରାର୍ଥୀ ଘୋଷଣା ହେବା ପରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପାରଳାଖେମୁଣ୍ଡି ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରୂପେଶ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ଲୋକସଭା ଆସନର ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ବିଜେଡିର ହଜାର ହଜାର ଉତ୍ସାହୀ ସମର୍ଥକଙ୍କ ଗହଣରେ ଉଭୟ ପ୍ରାର୍ଥୀ ନିର୍ବାଚନ ମଣ୍ଡଳୀରେ ବାଇକ ଶୋଭାଯାତ୍ରା କରିଛନ୍ତି । ଲାବଣ୍ୟଗଡ ଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ପାରଳାଖେମୁଣ୍ଡିରେ ଶେଷ ହୋଇଥିଲା । ବିଜେଡିର ସବୁ ନୂଆ ଓ ପୁରୁଣା ନେତା ଏକାଠି ହୋଇ ଆସନ୍ତା ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବେ ବୋଲି କହିଛନ୍ତି ।

ବିଜେଡି ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ଶିଳ୍ପପତି ଡ.ତିରୁପତି ପାଣିଗ୍ରାହୀଙ୍କ ପୁଅ ରୂପେଶ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଏହାକୁ ନେଇ ସ୍ଥାନୀୟ ବିଜେଡି କର୍ମୀମାନେ ଉତ୍ସାହିତ ହୋଇ ପଡିଛନ୍ତି । ରୂପେଶ ଓ ଭୃଗୁଙ୍କ ସହ ଉତ୍ସାହୀ ହଜାର ହଜାର ବିଜେଡି କର୍ମୀ ଲାବଣ୍ୟଗଡ ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରା ବାହାରିଥିଲେ । ଏହି ଶୋଭାଯାତ୍ରା ପାରଳାଖେମୁଣ୍ଡି ସହର ମଧ୍ୟ ପରିକ୍ରମା କରିଥିଲା । ଦଳର ନୂଆ ଓ ପୁରୁଣା ନେତା ଏକାଠି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଆସନ୍ତା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ପ୍ରୟାସ କରିବାକୁ ଆହ୍ବାନ ଜଣାଇଥିଲେ ।

ଆଜିର କାର୍ଯ୍ୟକ୍ରମରେ ଜନସମୁଦ୍ରକୁ ଦେଖି ଉଭୟ ରୂପେଶ ଏବଂ ଭୃଗୁ ଉତ୍ସାହିତ ହୋଇପଡିଥିବା ବେଳେ ଲୋକେ ବିଜେଡି ପ୍ରତି କେତେ ଆକୃଷ୍ଟ ତାହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି । ତେଣୁ ଏଥର ଉଭୟଙ୍କ ବିଜୟ ସୁନିଶ୍ଚିତ ବୋଲି ସେମାନେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି ଏବଂ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନାରେ ଲୋକେ ଉପକୃତ ହୋଉଥିବାରୁ ବିଜେଡିକୁ ପୁଣିଥରେ ଶାସନ ଭାର ଦେବାକୁ ଲୋକେ ମନ ବଳାଇଛନ୍ତି ବୋଲି ଉଭୟେ ରୂପେଶ ଓ ଭୃଗୁ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ଶକ୍ତି ପ୍ରଦର୍ଶନ, ପାରଳାଖେମୁଣ୍ଡିରେ ବିଜୟଙ୍କ ବିରାଟ ଶୋଭାଯାତ୍ରା - Paralakhemundi Assembly


ଆଜିର କାର୍ଯ୍ୟକ୍ରମରେ ବହୁ ବିଜେଡି ନେତା ସାମିଲ ହୋଇଥିଲେ । ଏପରିକି ଦଳର ଅସନ୍ତୁଷ୍ଟ ବୋଲି କୁହାଯାଉଥିବା ନେତାମାନେ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇ ସେମାନେ ଦଳ ସହ ରହିଥିବା ସୂଚନା ଦେଇଥିଲେ । ପାରଳାଖେମୁଣ୍ଡିରୁ ରୂପେଶ ଏବଂ ବ୍ରହ୍ମପୁରରୁ ଭୃଗୁଙ୍କ ଭଳି ବ୍ୟକ୍ତିତ୍ବଙ୍କୁ ସୁଯୋଗ ଦେବା ଏହି ଅଞ୍ଚଳ ପାଇଁ ନିଶ୍ଚିତ ଭାବେ ଏକ ଆଶୀର୍ବାଦ । ତେଣୁ ଏଥର ସେମାନଙ୍କୁ ବିଜୟୀ କରାଇବା ପାଇଁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ଏବଂ ଗଜପତି ଜିଲାର ଉନ୍ନତି ପାଇଁ ଏଭଳି ବ୍ୟକ୍ତିତ୍ବମାନେ ଜନ ପ୍ରତିନିଧୀ ହେବା ନିହାତି ଆବଶ୍ୟକ ବୋଲି କର୍ମୀମାନେ କହିଛନ୍ତି ।

ଇଟିଭି ଭାରତ, ଗଜପତି

Last Updated :Apr 10, 2024, 9:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.