ETV Bharat / opinion

'ସବୁଜ ରାସ୍ତା ପାଇଁ ଶୂନ୍ୟ ନିର୍ଗମନ ଟ୍ରକର ଆବଶ୍ୟକତା ଜରୁରୀ'

author img

By ETV Bharat Odisha Team

Published : Mar 8, 2024, 1:01 PM IST

Zero Emission Trucks
Zero Emission Trucks

Zero Emission Trucks : ଭାରତର ଦ୍ରୁତ ପରିବର୍ତ୍ତନଶୀଳ ପରିବେଶ ଉପରେ ଅଧିକ ପ୍ରଭାବ ପକାଇଥାଏ ଟ୍ରକ । କାରଣ ଏହି ଟ୍ରକ ଗୁଡିକ ଅଧିକ ମାତ୍ରାରେ କାର୍ବନ ଡାଇଅକ୍ସାଇଡ ନିର୍ଗତ କରିଥାଆନ୍ତି । ତେଣୁ ଏବେ ଡିଜେଲ ଇନ୍ଧନ ବଦଳରେ ବୈଦ୍ୟୁତିକ ଟ୍ରକର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଉଛି । କିନ୍ତୁ ଏହାକୁ ଶତପ୍ରତିଶତ କାର୍ଯ୍ୟକାରୀ କରିବାରେ ଅନେକ ଆହ୍ବାନ ରହିଛି । ପଢନ୍ତୁ ଓମାଇ ଫାଉଣ୍ଡେସନର ବୈଦ୍ୟୁତିକ ଯାନ ନୀତି ବିଶେଷଜ୍ଞ ପ୍ରଦୀପ କରୁତୁରୀଙ୍କ ଆଲେଖ୍ୟ

ପ୍ରଦୀପ କରୁତୁରୀ

ବୈଦ୍ୟୁତିକ ଯାନ ନୀତି ବିଶେଷଜ୍ଞ(ଓମାଇ ଫାଉଣ୍ଡେସନ)

ହାଇଦ୍ରାବାଦ: ଭାରତରେ ଟ୍ରକ ପର୍ଯ୍ୟାବରଣ ନେଇ ଅନେକ ବୋର୍ଡ ଲଗାଯାଉଛି । ଏହି ଯାନବାହାନରୁ ଉଭୟ କାର୍ବନ ଡାଇଅକ୍ସାଇଡ CO2 ନିର୍ଗମନ(41 ପ୍ରତିଶତ) ଏବଂ ସୂକ୍ଷ୍ମ କଣିକା(PM) ନିର୍ଗମନର(53 ପ୍ରତିଶତ) ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥାଏ । ଏହାର ପ୍ରଭାବ ବିଶେଷଭାବେ ସାଂଘାତିକ ସ୍ଥିତି ଆଡକୁ ଗତି କରୁଛି । ଯେତେବେଳେ ଅପେକ୍ଷାକୃତ ସର୍ବନିମ୍ନ ଉପସ୍ଥିତି ବିବେଚନା କରାଯାଏ, ତାହା ଉଭୟ ଯାତ୍ରୀବାହୀ ଏବଂ ମାଲ ପରିବହନ ଯାନ ସହିତ ମୋଟ ଯାନବାହାନର 3 ପ୍ରତିଶତରୁ କମ୍ ଅଟେ ।

ଯାନର ଓଜନ, ମାଲ ପରିବହନ ଭାର ଏବଂ ବିଭିନ୍ନ ଗତିବିଧିକୁ ଆଧାର କରି ଟ୍ରକଗୁଡିକର ଗତିବିଧିକୁ ଶ୍ରେଣୀଭୁକ୍ତ କରାଯାଇଥାଏ, ଲାଇଟ୍ ଡ୍ୟୁଟି ଟ୍ରକ(<3.5 ଟନ୍), ମିଡିୟମ ଡ୍ୟୁଟି ଟ୍ରକ(3.5-12 ଟନ୍) ଏବଂ ଭାରୀ ଟ୍ରକ( > 12 ଟନ୍) । ସଡକ ମାଲ୍ ପରିବହନ କ୍ଷେତ୍ରରେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ସତ୍ତ୍ବେ ପ୍ରାୟ 70.5 ମିଲିୟନ୍ ଟନ୍ ତୈଳ ସମକକ୍ଷ(MTOE)ର କଞ୍ଜ୍ୟୁମ କରିଥାଏ । ଏହାସହ ବାର୍ଷିକ 213 ମେଟ୍ରିକ୍ ଟନ୍ CO2 ନିର୍ଗତ ହୋଇଥାଏ । ଟ୍ରକଗୁଡିକ ଆଭ୍ୟନ୍ତରୀଣ ଜାଳେଣି ଇଞ୍ଜିନ୍ (ICE) ଯାନ ଉପରେ ନିର୍ଭର କରେ । ଯାହା ମୁଖ୍ୟତ ଡିଜେଲ ଦ୍ବାରା ଜାଳେଣି ହୋଇଥାଏ । ତେବେ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଦେଶରେ 1 ପ୍ରତିଶତରୁ ମଧ୍ୟ କମ୍ ଇଭି (ବୈଦ୍ୟୁତିକ ଯାନ) ଯାନ ରହିଛି ।

ଭାରୀ ଏବଂ ମଧ୍ୟମ ଡ୍ୟୁଟି ଟ୍ରକ୍ (HDT ଏବଂ MDT) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଟ୍ରକ ସଂଖ୍ୟା 2022 ମସିହାରେ 4 ମିଲିୟନ ରହିଥିବା ବେଳେ 2050 ସୁଦ୍ଧା ଏହା 17 ମିଲିୟନକୁ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି । ଭାରତରେ ଲଜିଷ୍ଟିକ୍ସର ମୂଲ୍ୟ, ଯାହା ଜିଡିପିର ପ୍ରାୟ 14 ପ୍ରତିଶତ ଅଟେ । ସମକକ୍ଷ ଦେଶମାନଙ୍କ ତୁଳନାରେ ଏହା 8 ରୁ11 ପ୍ରତିଶତ ଅଧିକ ଅଟେ ।

ଏହା ମଧ୍ୟ ପଢନ୍ତୁ: ବୈଦ୍ୟୁତିକ ଯାନ ପୁନଃ ନିର୍ମାଣର ସଶକ୍ତିକରଣ ଜରୁରୀ

ଲଜିଷ୍ଟିକ୍ସ କ୍ଷେତ୍ରର ଅପରିହାର୍ଯ୍ୟ ଭୂମିକାକୁ ଦୃଷ୍ଟିରେ ରଖି ଭାରତର ଜିଡିପିରେ 5 ପ୍ରତିଶତ ଯୋଗଦାନ ଏବଂ 22 ନିୟୁତରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇ ଟ୍ରକର ପରିବେଶ ପ୍ରଭାବକୁ ସମାଧାନ କରିବା ଜରୁରୀ । ମାଲବାହୀ ଯାନଗୁଡିକର ବିଦ୍ୟୁତିକରଣ କଷ୍ଟସାଧ୍ୟ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡୁଛି । ମଧ୍ୟମ ଏବଂ ଭାରୀ ଯାନ (MHDVs) ଗୁଡିକ ଅଧିକ ବିଜୁଳିର ଆବଶ୍ୟକ କରିଥାଏ । ଇ-ଟ୍ରକ ଗୁଡିକ ସାଧାରଣ ଡିଜେଲ ତୁଳନାରେ ପ୍ରାୟ 3-4 ଗୁଣ ଅଧିକ ଅଟେ ।

ଭାରତର ଟ୍ରାକିଂ ବଜାର ଅନେକ ଛୋଟଛୋଟ ଅପରେଟରଙ୍କ ଦ୍ବାରା ପ୍ରାଧାନ୍ୟ ବିସ୍ତାର କରିଥାଏ । ଇଲେକ୍ଟ୍ରିକ ଟ୍ରକ ପ୍ରତି ଗ୍ରାହକଙ୍କ ମଧ୍ୟରେ ବ୍ୟବହାରୀକ ପରିବର୍ତ୍ତନ ଆବଶ୍ୟକ । ଭାରତରେ ଜିରୋ ଏମିଶନ ଟ୍ରକ୍ (ZET)ର ବ୍ୟାପକ ଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସାମଗ୍ରିକ ଏବଂ ସହଯୋଗୀ ଆଭିମୁଖ୍ୟ ଆବଶ୍ୟକ । ଜାତୀୟ ଡିକାର୍ବୋନାଇଜେସନ୍ ପ୍ରୟାସ ସହିତ ଶିଳ୍ପ ପ୍ରୟାସକୁ ଆଲାଇନ୍ କରିବା ଦିଗରେ ଭାରତର ରୋଡମ୍ୟାପ୍ ଆବଶ୍ୟକ ।

ଦକ୍ଷତା ବିକାଶ ଏବଂ ଦକ୍ଷତା ନିର୍ମାଣ, ଉତ୍ପାଦନ ପ୍ରକ୍ରିୟା ଠାରୁ ଆରମ୍ଭ କରି ବ୍ୟାଟେରୀ ସଞ୍ଚାଳନକୁ ନେଇ ଡ୍ରାଇଭର ତାଲିମ ପର୍ଯ୍ୟନ୍ତ ବିଭିନ୍ନ ଦିଗକୁ ଆଚ୍ଛାଦନ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଭାରତର ପରିବହନ ଶିଳ୍ପକୁ ବ୍ୟାପକ ରୂପାନ୍ତରିତ କରି ଭାରତର ମାଲ ପରିବହନ ଶିଳ୍ପରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ZET ବଜାର ପରିବର୍ତ୍ତନକୁ ଉତ୍ସାହିତ କରିବା, ZET ଲକ୍ଷ୍ୟ ସ୍ଥିର କରିବା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଗତି କାର୍ଯ୍ୟକାରୀ କରିବା ପାଇଁ ନୀତି ତନ୍ତ୍ରର ଉପଯୋଗ କରୁଛନ୍ତି । ଭବିଷ୍ୟତରେ ଏହାର ଆବଶ୍ୟକତା ମଧ୍ୟ ରହିଛି । କାଲିଫର୍ଣ୍ଣିଆର ଆଡଭାନ୍ସଡ କ୍ଲିନ୍ ଟ୍ରକ୍ (ACT) ନିୟମକୁ ଗ୍ରହଣ କରାଯାଇଛି । ଇଲେକ୍ଟ୍ରିକ ଟ୍ରକ ବିକ୍ରି ପାଇଁ 2024ରେ 6 ପ୍ରତିଶତରୁ ଆରମ୍ଭ କରି 2025 ସୁଦ୍ଧା 63 ପ୍ରତିଶତକୁ ବୃଦ୍ଧି ଏବଂ 2045 ସୁଦ୍ଧା 100 ପ୍ରତିଶତ ହାସଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଫଳସ୍ବରୂପ 2040 ସୁଦ୍ଧା କାର୍ଲିଫର୍ଣ୍ଣିଆରେ 5 ଲକ୍ଷ ଇଲେକ୍ଟ୍ରିଟ୍ରକ ରହିବା ନେଇ ଆକଳନ କରାଯାଉଛି । ତେବେ ଭାରତରେ 50 ପ୍ରତିଶତ ମାଲବାହୀ ଯାନ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କାଣ୍ଡଲା, କୋଚି ଏବଂ କୋଲକାତା ସଂଯୋଗ କରୁଥିବା ସାତୋଟି ପ୍ରମୁଖ କରିଡର ଦେଇ ହୋଇଥାଏ ।

ପରିବହନ ଖର୍ଚ୍ଚ, ଯାହା ସମୁଦାୟ ଲଜିଷ୍ଟିକ୍ ଖର୍ଚ୍ଚର 62 ପ୍ରତିଶତ ଏବଂ ଭାରତର ଜିଡିପିର 14 ପ୍ରତିଶତ । ତେବେ ZET ଗ୍ରହଣ କରି ଏହା ବହୁ ପରିମାଣରେ ହ୍ରାସ କରାଯାଇପାରେ । ଯାହା ଭାରତର ଅର୍ଥନୀତି ଉପରେ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପକାଇପାରେ । ZET ଆପଣାଇବା ଦ୍ବାରା ଇନ୍ଧନ ମୂଲ୍ୟରେ ପ୍ରାୟ 46 ପ୍ରତିଶତ ହ୍ରାସ ହୋଇପାରେ । ନୀତି ଆୟୋଗ ରିପୋର୍ଟରେ ଇଭି ସମେତ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାର ସମ୍ଭାବ୍ୟ ଅର୍ଥନନୈତିକ ଏବଂ ପରିବେଶ ଲାଭ ବିଷୟରେ ବର୍ଣ୍ଣନା କରାଯାଇଛି । ଏଭଳି ଟେକ୍ନୋଲୋଜି ଆପଣାଇବା ଦ୍ବାରା ଜିଡିପିର 4 ପ୍ରତିଶତ ପର୍ଯ୍ୟନ୍ତ ଭାରତର ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ ହୋଇପାରେ ଏବଂ 2030 ସୁଦ୍ଧା 10 ଗିଗାଟୋନ୍ ଏବଂ ସିଓଟୁ ନିର୍ଗମନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇପାରିବ । ଏହା କେବଳ ଟେକ୍ନୋଲୋଜିର ପରିବର୍ତ୍ତନ ନୁହେଁ, ବରଂ ଏହା ଉଭୟ ଅର୍ଥନୀତି ଏବଂ ପରିବେଶ ଉପରେ ମଧ୍ୟ ସୁପ୍ରଭାବ ପକାଇବାରେ ସହାୟକ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.