ETV Bharat / international

ସ୍ବାମୀ କେଉଁଠି ପଚାରି କଟାକ୍ଷ କଲେ ଟ୍ରମ୍ପ, ପାଲଟା ଟାର୍ଗେଟ କଲେ ଭାରତୀୟ ବଂଶଜ ନିକ୍କି ହାଲି

author img

By ETV Bharat Odisha Team

Published : Feb 11, 2024, 5:09 PM IST

ଟ୍ରମ୍ପଙ୍କୁ ଟାର୍ଗେଟ କଲେ ଭାରତୀୟ ବଂଶଜ ନିକ୍କ ହାଲି
ଟ୍ରମ୍ପଙ୍କୁ ଟାର୍ଗେଟ କଲେ ଭାରତୀୟ ବଂଶଜ ନିକ୍କ ହାଲି

Nikki Haley attacks trump after he mocks her military husband: ଟ୍ରମ୍ପଙ୍କୁ ଟାର୍ଗେଟ କଲେ ଭାରତୀୟ ବଂଶଜ ନିକ୍କ ହାଲି । ନିକ୍କିଙ୍କ ସ୍ବାମୀଙ୍କୁ କଟାକ୍ଷ କରିଥିଲେ ଟ୍ରମ୍ପ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଚଳିତ ବର୍ଷ ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ରାଜନୈତିକ ଆରୋପ-ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଗଲାଣି । ଭାରତୀୟ ବଂଶଜ ତଥା ରିପବ୍ଲିକାନ ପାର୍ଟିର ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହାଲିଙ୍କୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଟାକ୍ଷ କରିଛନ୍ତି । ହାଲିଙ୍କ ସ୍ବାମୀ ମିଚେଲ ହାଲି ଆମେରିକାର ସେନାର ଜଣେ ବରିଷ୍ଠ ଅଧିକାରୀ । ସେ ଏବେ ଏକ ବିଦେଶୀ ସାମରିକ ମିଶନର ନେତୃତ୍ବ ନେଉଛନ୍ତି । ଏକ ନିର୍ବାଚନୀ ସଭାରେ ଏହି ପ୍ରସଙ୍ଗ ଉଠାଇ ନିକ୍କିଙ୍କୁ ଟ୍ରମ୍ପ ସମାଲୋଚନା କରିଥିଲେ । ତାଙ୍କ ସ୍ବାମୀ କେଉଁଠି ବୋଲି ବାରମ୍ବାର ଟ୍ରମ୍ପ ପ୍ରଶ୍ନ କରିଥିଲେ ।

ଏହି କଟାକ୍ଷରେ ଆଜି ହାଲି ଟ୍ରମ୍ପଙ୍କୁ ପ୍ରତିଆକ୍ରମଣ କରିଛନ୍ତି । ନିକ୍କି କହିଛନ୍ତି, ଟ୍ରମ୍ପ ତାଙ୍କ ସ୍ବାମୀ କମାଣ୍ଡର ମିଚେଲ ହାଲିଙ୍କ ସମ୍ପର୍କରେ କ’ଣ ଜାଣନ୍ତି । ସେ ଏବେ ବିଦେଶରେ ସେନାର ନେତୃତ୍ବ ନେଉଛନ୍ତି । ସେ ଦେଶସେବାରେ ଲାଗିଛନ୍ତି । ଯେଉଁ ବ୍ୟକ୍ତିଙ୍କର ସୈନିକ ପରିବାର ସଦସ୍ୟଙ୍କ ପ୍ରତି ସମ୍ମାନ ନାହିଁ ସେ କ’ଣ ସେନାର ସର୍ବୋଚ୍ଚ କମାଣ୍ଡର (ରାଷ୍ଟ୍ରପତି) ହେବାକୁ ଇଚ୍ଛା ରଖୁଛନ୍ତି ।

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକ୍କି ହାଲି ହେଉଛନ୍ତି ଭାରତୀୟ ବଂଶଜ । ତାଙ୍କ ପୂର୍ବଜମାନେ ଭାରତରୁ ଆମେରିକା ଯାଇଥିଲେ । ନିକ୍କିଙ୍କ ଜନ୍ମ ସେଠାରେ ହୋଇଛି । ସେ ଆମେରିକାର ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଜଣେ କୂଟନୀତିଜ୍ଞ ଅଧିକାରୀ ଭାବେ କାର୍ଯ୍ୟ କରିବାର ଅନୁଭବ ରଖିଛନ୍ତି । ସେ ଆମେରିକାକୁ ଜାତିସଂଘରେ ମଧ୍ୟ ପ୍ରତିନିଧିତ୍ବ କରିଛନ୍ତି । ନିକ୍କିଙ୍କ ସ୍ବାମୀ କମାଣ୍ଡର ମିଚେଲ ହାଲି ଆମେରିକା ସେନାରେ ଜଣେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ଗତବର୍ଷ ସେ ଏକ ଅନ୍ତର୍ଜାତୀୟ ସାମରିକ ମିଶନରେ ଆଫ୍ରିକାରେ ନିୟୋଜିତ ହୋଇଛନ୍ତି । ଚଳିତ ରାଷ୍ଟ୍ରପତି ନିର୍ବାଚନରେ ନିକ୍କି ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି । ରିପବ୍ଲିକାନ ପାର୍ଟି ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଯାଉଛି । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ଯ ଚଳିତ ନିର୍ବାଚନରେ ରିପବ୍ଲିକାନ ପାର୍ଟିରୁ ଲଢିବାକୁ ଇଚ୍ଛା ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ କଂଗ୍ରେସରୁ ବହିଷ୍କୃତ, କହିଲେ ରାମ ଓ ରାଷ୍ଟ୍ର ସହ ବୁଝାମଣା ନାହିଁ

ଦ୍ବିଦଳୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ଦେଶ ଆମେରିକାରେ ବର୍ଷ 2020 ରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଗତ ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ.ବାଇଡେନ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ତଥା ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ପରାଜିତ କରିଥିଲେ । ବାଇଡେନ ହେଉଛନ୍ତି, ଆମେରିକା ଇତିହାସରେ ସର୍ବାଧିକ ବୟସ୍କ ରାଷ୍ଟ୍ରପତି । ତେଣୁ ସେ ଏଥର ପ୍ରତିଦ୍ବନ୍ଦ୍ବିତା କରି ନପାରନ୍ତି । ଅନ୍ୟପଟେ ବିରୋଧୀ ରିପବ୍ଲିକାନ ପାର୍ଟିରୁ ନିକ୍କି ହାଲି ପ୍ରାର୍ଥୀ ହେବାକୁ ଯାଉଥିବା ସୂଚନା ମିଳିଥିଲେ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପାର୍ଟି ଟିକେଟରେ ନିର୍ବାଚନ ଲଢିବାକୁ ଇଚ୍ଛୁକ ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.