ETV Bharat / bharat

ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ କଂଗ୍ରେସରୁ ବହିଷ୍କୃତ, କହିଲେ ରାମ ଓ ରାଷ୍ଟ୍ର ସହ ବୁଝାମଣା ନାହିଁ

author img

By ETV Bharat Odisha Team

Published : Feb 11, 2024, 4:11 PM IST

Acharya Pramod Krishnam's strong response after expulsion from Congress: ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ କଂଗ୍ରେସରୁ ବହିଷ୍କୃତ । କହିଲେ ରାମ ଓ ରାଷ୍ଟ୍ର ସହିତ ହେବ ନାହିଁ କୌଣସି ବୁଝାମଣା । ଅଧିକ ପଢନ୍ତୁ

ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣା କଂଗ୍ରେସରୁ ବହିସ୍କୃତ, କହିଲେ ରାମ ଓ ରାଷ୍ଟ୍ର ସହ ବୁଝାମଣା ନାହିଁ
ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣା କଂଗ୍ରେସରୁ ବହିସ୍କୃତ, କହିଲେ ରାମ ଓ ରାଷ୍ଟ୍ର ସହ ବୁଝାମଣା ନାହିଁ

ଲକ୍ଷ୍ନୌ: କଂଗ୍ରେସର ବରିଷ୍ଠ ନେତା ତଥା ଆଧ୍ୟାତ୍ମକ ଗୁରୁ ପ୍ରମୋଦ କ୍ରିଷ୍ଣମଙ୍କୁ ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନହୀନ ମନ୍ତବ୍ୟ କାରଣରୁ ବହିଷ୍କୃତ କରାଯାଇଛି । ତାଙ୍କୁ ଦଳରୁ 6 ବର୍ଷ ପାଇଁ ବହିଷ୍କାର କରିଛନ୍ତି ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ । ଉତ୍ତର ପ୍ରଦେଶ କଂଗ୍ରେସ କମିଟି ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ସୁପାରିଶ ଅଖିଳ ଭାରତୀୟ କଂଗ୍ରେସ କମିଟିକୁ ପଠାଇଥିଲା । ଏହାକୁ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଅନୁମୋଦନ କରିଥିବା ଦଳର ବରିଷ୍ଠ ନେତା ତଥା ଜାତୀୟ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ କହିଛନ୍ତି ।

ଉତ୍ତର ପ୍ରଦେଶ କଂଗ୍ରେସର ଏହି ବିରିଷ୍ଠ ରାଜନେତା ଜଣେ ସନ୍ଥ ହୋଇଥିବା କାରଣରୁ ରାମ ମନ୍ଦିର ଓ ଅନ୍ୟାନ୍ୟ ହିନ୍ଦୁତ୍ବ ପ୍ରସଙ୍ଗରେ ପାର୍ଟିଲାଇନରୁ ବାହାରେ ନଜର ଆସିବା ସହ ବିଜେପି ସପକ୍ଷରେ ମତ ଦେଇଥିବା ଦେଖିବାକୁ ମିଳିଥାଏ । ନିକଟରେ ଶେଷ ହୋଇଥିବା ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ କଂଗ୍ରେସ ବର୍ଜନ କରିଥିଲେ ସୁଦ୍ଧା ଆଚାର୍ଯ୍ୟ ପ୍ରମୋଦ ଏହି କାର୍ଯ୍ୟକ୍ରମର ନିମନ୍ତ୍ରଣ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହା ସହ ବିଭିନ୍ନ ପ୍ରସଙ୍ଗରେ ସେ କଂଗ୍ରେସ ପାର୍ଟି ହ୍ବିପରୁ ମଧ୍ୟ ବାହାରିଯାଇ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିିଳିଥାଏ । ନିକଟରେ ସେ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ଓଡିଆ ସମେତ ୧୩ ଆଞ୍ଚଳିକ ଭାଷାରେ CAPF କନେଷ୍ଟବଳ ପରୀକ୍ଷା

ଦଳୀୟ ଶୃଙ୍ଖଳା ଓ ଆଭିମୁଖ୍ୟରୁ ବାହାରକୁ ଯାଇ ସର୍ବଦା ପାର୍ଟି ବିରୋଧୀ କାର୍ଯ୍ୟକଳାପ କାରଣରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉତ୍ତର ପ୍ରଦେଶ କଂଗ୍ରେସ କମିଟି ପାର୍ଟି ମୁଖ୍ୟାଳୟକୁ ସୁପାରିଶ କରିବା ପରେ ଆଜି ଆଚାର୍ଯ୍ୟ ପ୍ରମୋଦ ଦଳରୁ 6 ବର୍ଷ ପାଇଁ ନିଲମ୍ବିତ ହୋଇଛନ୍ତି । ଏହା ପରେ ତାଙ୍କର ବିସ୍ଫୋରକ ମନ୍ତବ୍ୟ ମଧ୍ୟ ସାମ୍ନାକୁ ଆସିଛି । ରାମ ଓ ରାଷ୍ଟ୍ର ସହ କୌଣସି ବୁଝାମଣା କରାଯାଇ ପାରିବ ନାହିଁ ବୋଲି ଟ୍ବିଟ୍‌ କରିଛନ୍ତି । ଏହି ଟ୍ବିଟରେ ସେ ରାହୁଲ ଗାନ୍ଧୀଙ୍କୁ ଟ୍ୟାଗ କରିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି, 6 ବର୍ଷ ନୁହେଁ ବରଂ 14 ବର୍ଷ ପାଇଁ ବହିଷ୍କୃତ ହେବାକୁ ଚାହାନ୍ତି । ଶ୍ରୀରାମ 14 ବର୍ଷ ବନବାସ ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.