ETV Bharat / international

ରାଷ୍ଟ୍ରପତି ରେସ୍‌ରୁ ନିକ୍କି ଆଉଟ୍, ପୁଣି ଥରେ ଟ୍ରମ୍ପ-ବାଇଡେନ ଟକ୍କର !

author img

By ETV Bharat Odisha Team

Published : Mar 7, 2024, 8:14 AM IST

Updated : Mar 7, 2024, 9:47 AM IST

Republican Nomination
Republican Nomination

US Republican Nomination: ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରେସରୁ ଓହରିଲେ ନିକ୍କି ହାଲି । ଅଧିକ ପଢନ୍ତୁ

ଓ୍ବାଶିଂଟନ: ଚଳିତ ବର୍ଷ ନଭେମ୍ବର ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ସରଗରମ ହୋଇଛି ଆମେରିକା ରାଜନୀତି । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ରିପବ୍ଲିକାନ ଏବଂ ଡେମୋକ୍ରାଟିକ ପାର୍ଟିରେ ନିର୍ବାଚନ ଚାଲିଛି । ଏହାରି ଭିତରେ ନିକ୍କି ହାଲି ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରେସରୁ ଓହରି ଯାଇଛନ୍ତି । ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିର ଏକାମାତ୍ର ପ୍ରାର୍ଥୀ ହୋଇଛନ୍ତି ।

ରାଷ୍ଟ୍ରପତି ରେସରୁ ଓହରିବା ନେଇ ଘୋଷଣା କରି ନିକ୍କି କହିଛନ୍ତି, "ବର୍ତ୍ତମାନ ନିର୍ବାଚନ ଅଭିଯାନ ଶେଷ କରିବାର ସମୟ ଆସିଯାଇଛି । ଆମେରିକୀୟମାନଙ୍କ ସ୍ବର ଶୁଣିବା ପାଇଁ ମୁଁ ଚାହୁଁଥିଲି । ମୁଁ ଏହା କରିସାରିଛି । ଏଥିପାଇଁ ମୋର ଆଉ କୌଣସି ଦୁଃଖ ନାହିଁ ।" ପ୍ରକାଶଥାଉକି ବର୍ମାଟ ବ୍ୟତୀତ ସମସ୍ତ ରାଜ୍ୟରେ ପରାଜୟ ପରେ ନିକ୍କି ହାଲି ଆମେରିକାର ରାଷ୍ଟ୍ରପତି ନିର୍ବାଚନ ରେସ୍‌ରୁ ଓହରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ରେସ୍‌ରୁ ଓହରି ଯାଇଥିଲେ ସୁଦ୍ଧା ଟ୍ରମ୍ପଙ୍କୁ ସମର୍ଥନ କରିବେ ନାହିଁ ବୋଲି ସମ୍ବୋଧନରେ କହିଛନ୍ତି ନିକ୍କି । ବର୍ତ୍ତମାନ ଆମ ଦଳ ତଥା ବାହାର ଭୋଟ ପାଇବା ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ନିର୍ଭର ଏବଂ ମୁଁ ଆଶା କରୁଛି ସେ ତାହା କରିବେ ।

ଏହା ମଧ୍ୟ ପଢନ୍ତୁ: ୱାସିଂଟନ DCରେ ଟ୍ରମ୍ପଙ୍କୁ ଝଟକା, ରିପବ୍ଲିକାନ୍ ପ୍ରାଇମେରୀରେ ବାଜି ମାରିଲେ ନିକ୍କି

ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ରିପବ୍ଲିକାନ ପାର୍ଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 14ଟି ଆସନରେ ବାଜି ମାରିଛନ୍ତି । ଅନ୍ୟପଟେ ପ୍ରତିଦ୍ବନ୍ଦି ପ୍ରାର୍ଥୀ ନିକ୍କି କେବଳ ଗୋଟିଏ ଆସନରେ ଜିତିଥିଲେ । ଏହି ପରାଜୟ ପରେ ନିକ୍କି ନିର୍ବାଚନରୁ ଓହରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଚଳିତମାସରେ ରିପବ୍ଲିକ ନାମାଙ୍କନ ହାସଲ କରିବା ପାଇଁ 1215 ପ୍ରତିନିଧି ଆବଶ୍ୟକ । ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ନିକଟରେ 244 ସମର୍ଥନ ରହିଥିବା ବେଳେ ନିକ୍କି ହାଲିଙ୍କ ସପକ୍ଷରେ ମାତ୍ର 86 ପ୍ରତିନିଧି ରହିଛନ୍ତି ।

ଯଦି ଡେମୋକ୍ରାଟିକ ଦଳ କଥା ଦେଖିବା ତାହେଲେ ଜୋ ବାଇଡେନ ସମସ୍ତ ଦଳ ପକ୍ଷରୁ ବିଜୟୀ ହୋଇଛନ୍ତି । ଡେମୋକ୍ରାଟିକ ଦଳ ପକ୍ଷରୁ ତାଙ୍କ ବିପକ୍ଷରେ ଅନ୍ୟ କୌଣସି ପ୍ରତିଦ୍ବନ୍ଦୀ ନାହାନ୍ତି । ଏଭଳି ପରିସ୍ଥିତିରେ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ ଏବଂ ଟ୍ରମ୍ପଙ୍କ ମଧ୍ୟରେ ପୁଣିଥରେ କଡ୍ଡା ମୁକାବିଲା ଦେଖିବାକୁ ମିଳିବ । ଦେଖିବାକୁ ବାକି ରହିଲା କିଏ ମାରିବ ମାଜି ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 7, 2024, 9:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.