ETV Bharat / international

ୱାସିଂଟନ DCରେ ଟ୍ରମ୍ପଙ୍କୁ ଝଟକା, ରିପବ୍ଲିକାନ୍ ପ୍ରାଇମେରୀରେ ବାଜି ମାରିଲେ ନିକ୍କି

author img

By ETV Bharat Odisha Team

Published : Mar 4, 2024, 10:55 AM IST

Updated : Mar 4, 2024, 11:00 AM IST

Trump Defeated in Washington DC Primary in Republican Presidential Contest: ବର୍ତ୍ତମାନ ସୁଦ୍ଧା ଅନୁଷ୍ଠିତ ହୋଇଥିବା ପ୍ରାଥମିକ ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପ ଏକପାଖିଆ ଜିତିଥିଲେ । କିନ୍ତୁ କଲମ୍ବିଆରେ ପଲା ଭାରି କଲେ ନିକ୍କି । ଅଧିକ ପଢନ୍ତୁ,

Republican Presidential Contest
Republican Presidential Contest

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ୍ ଏବଂ ଡେମୋକ୍ରାଟିକ ପାର୍ଟିରେ ପ୍ରାର୍ଥୀଙ୍କ ଚୟନ ପାଇଁ ନିର୍ବାଚନ ଜାରି ରହିଛି । କେତେବେଳେ ରିପବ୍ଲିକାନ୍ ପାର୍ଟି ତରଫରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପଲା ଭାରି ହେଉଥିବା ବେଳେ ଆଉ କେତେବେଳେ ନିକ୍କି ହାଲିଙ୍କ ପଲା ଭାରି ହେଉଛି । 3ଟି ପ୍ରଦେଶରେ ଅନୁଷ୍ଠିତ ନିର୍ବାଚନରେ ଟ୍ରମ୍ପ ବିଜୟୀ ହୋଇଥିବା ବେଳେ ନିକି ତାଙ୍କ ବିରୋଧରେ ଗୋଟିଏ ମଧ୍ୟ ନିର୍ବାଚନ ଜିତି ନାହାନ୍ତି । ଏହାରି ଭିତରେ ଆଜି ଆମେରିକା ରାଷ୍ଟ୍ରପତି ପ୍ରତିଦ୍ବନ୍ଦ୍ବୀ ନିକ୍କି ହାଲି କଲମ୍ବିଆ ଜିଲ୍ଲାରେ ରିପବ୍ଲିକାନ ପ୍ରାଇମେରୀର ନିର୍ବାଚନରେ ବାଜି ମାରିଛନ୍ତି । ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ସହ ଜଡିତ 2024 ନିର୍ବାଚନ କ୍ୟାମ୍ପେନିଂରେ ଏହା ତାଙ୍କର ପ୍ରଥମ ବଡ ବିଜୟ ଅଟେ । ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ବାଜି ମାରିଛନ୍ତି ।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମିଳିତ ଜାତିସଂଘ(UN)ରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ରହିଆସିଥିବା ନିକ୍କି ହାଲି 62.9 ପ୍ରତିଶତ ଭୋଟ ପାଇଛନ୍ତି । କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କୁ କେବଳ 33.2 ପ୍ରତିଶତ ଭୋଟ ମିଳିଛି । ରିପବ୍ଲିକାନ ପ୍ରାଇମେରୀର ନିର୍ବାଚନ ବାଜି ମାରିବାରେ ଆମେରିକା ଇତିହାସରେ ପ୍ରଥମ ମହିଲା ହେଉଛନ୍ତି ନିକ୍କି ।

ଏହା ମଧ୍ୟ ପଢନ୍ତୁ: ନ୍ୟୁ ହାମ୍ପସାୟାର ରିପବ୍ଲିକାନ ପ୍ରାଇମେରୀରେ ଟ୍ରମ୍ପଙ୍କ ବାଜିମାତ, ବାଇଡେନଙ୍କ ସହ ହୋଇପାରେ ଟକ୍କର

ଯଦି ଦେଖିବା ନିକ୍କି ହାଲିଙ୍କର ଏହି ବିଜୟ କଲମ୍ବିଆରେ ଟ୍ରମ୍ପଙ୍କୁ ଝଟକା ଦେଇଥାଇପାରେ କିନ୍ତୁ ରାଷ୍ଟ୍ରପତି ରେସରେ ଟ୍ରମ୍ପ ଏବେ ମଧ୍ୟ ଆଗରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଟ୍ରମ୍ପ ପ୍ରାଥମିକ ନିର୍ବାଚନରେ ​​ଏକପାଖିଆ ଭାବେ ବିଜୟୀ ହୋଇଥିବାବେଳେ ନିକ୍କି ହାଲିଙ୍କୁ କୋରୋଲାନିରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ତେବେ 2024 ନଭେମ୍ବର ମାସରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ, ଡେମୋକ୍ରାଟ ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସାମ୍ନା କରିପାରନ୍ତି । ତେବେ ମଙ୍ଗଳବାର 16ଟି ରାଜ୍ୟରେ ପ୍ରାଥମିକ ନିର୍ବାଚନ ଅନୁଷ୍ଠିତ ହେବ । ମଙ୍ଗଳବାର ଦିନ ଟ୍ରମ୍ପ ଏବଂ ନିକ୍କି ହାଲିଙ୍କ ମଧ୍ୟରେ ପ୍ରତିଯୋଗିତାର ପରିସ୍ଥିତି ସୃଷ୍ଟି ହୋଇପାରେ । ଅନେକ ଥର ପରାଜୟ ସତ୍ତ୍ବେ ମଧ୍ୟ ନିକ୍କି ରାଷ୍ଟ୍ରପତି ନିର୍ବାଚନରୁ ଓହରିବା ପାଇଁ ମନା କରିଦେଇଛନ୍ତି । ବର୍ତ୍ତମାନ ପ୍ରଥମ ବିଜୟ ନିଶ୍ଚିତ ଭାବରେ ତାଙ୍କ ଅଭିଯାନ ଦଳକୁ ନୂତନ ଶକ୍ତି ଦେବ । କଲମ୍ବିଆରେ ନିକ୍କିଙ୍କୁ 19 ପ୍ରତିନିଧୀଙ୍କ ସମର୍ଥନ ମିଳିଥିଲା ।

ଏହାପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରିବା ବିଷୟରେ ନିକ୍କି ହାଲି କହିଥିଲେ, " ବର୍ତ୍ତମାନର ରାଷ୍ଟ୍ରପତି ଜୋ ବିଡେନଙ୍କୁ ଡୋନାଲ୍ଡ ଟ୍ରମ୍ପ ପରାସ୍ତ କରିପାରିବେ ନାହିଁ । ଏଭଳି ପରିସ୍ଥିତିରେ ମୁଁ ରେସରେ ପଛକୁ ଫେରିବି ନାହିଁ । ମୁଁ ଏହି ରେସରେ ରହିଥିବାରୁ ଲୋକମାନେ ଭଲ ବିକଳ୍ପ ପାଇବେ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 4, 2024, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.