ETV Bharat / international

ବ୍ରାଜିଲରେ ବର୍ଷା ପରେ ପ୍ରଳୟଙ୍କାରୀ ବନ୍ୟା, 54 ମୃତ ଏକାଧିକ ନିଖୋଜ - Brazil floods

author img

By ETV Bharat Odisha Team

Published : May 5, 2024, 10:30 AM IST

Brazil floods: ବ୍ରାଜିଲରେ ଭୟଙ୍କର ବନ୍ୟା । 54 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ରିଓ ଗ୍ରାଣ୍ଡେ ଡେଲ ସୁଲ୍ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା । ଅଧିକ ପଢନ୍ତୁ

torrential rains in Brazil
torrential rains in Brazil (ANI)

ବ୍ରାସିଲିଆ: ବ୍ରାଜିଲରେ ପ୍ରବଳ ବର୍ଷା ପରେ ପ୍ରଳୟଙ୍କାରୀ ବନ୍ୟା ପରିସ୍ଥିତି । ଏବେ ଯାଏଁ 56 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହ ଶହ ଅଞ୍ଚଳ ପାଣିରେ ବୁଡି ରହିଛି । ଏନେଇ ସ୍ଥାନୀୟ ସରକାର ସୂଚନା ଦେଇଛନ୍ତି । ପ୍ରବଳ ବର୍ଷା ପରେ ଭୁଶୁଡି ପଡିଥିବା ଭଙ୍ଗା ଘର ତଳୁ ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି । ଦକ୍ଷିଣ ବ୍ରାଜିଲର ରିଓ ଗ୍ରାଣ୍ଡେ ଡେଲ ସୁଲ୍ ରାଜ୍ୟରେ ପ୍ରବଳ ବର୍ଷା ପରେ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରୁ ଏହିଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟପାଳ ଏଡୁଆର୍ଡୋ ଲେଟ ଏହି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- କେନିଆରେ ଡ୍ୟାମ ଭୁଶୁଡ଼ିବା ପରେ ବନ୍ୟା ପରିସ୍ଥିତି, 45 ମୃତ - Kenya Dam Collapse

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରାଜିଲରେ ବନ୍ୟା ପରିସ୍ଥିତି ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ମଧ୍ୟ ରହିଛି । ବ୍ରାଜିଲ ଇତିହାସରେ ଏହା ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତି । ଆମେ ସବୁଠାରୁ ଭୟଙ୍କର ବିପର୍ଯ୍ୟୟର ମୁକାବିଲା କରୁଛୁ ବୋଲି ରାଜ୍ୟପାଳ ଟ୍ବିଟ୍ କରି କହିଛନ୍ତି । ବନ୍ୟା ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯିବ ବୋଲି ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡି ସିଲ୍ବା ଘୋଷଣା କରିଛନ୍ତି । ସେ ଜନସାଧାରଣଙ୍କୁ ଆଶ୍ବାସନା ଦେଇ କହିଛନ୍ତି ଯେ, ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟାକୁ ଦୂର କରିବା ପାଇଁ ଆମେ ପ୍ରସ୍ତୁତ । ସମସ୍ତଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ।

ବନ୍ୟା ଯୋଗୁଁ 54 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ନିଖୋଜ ଅଛନ୍ତି । 74 ଜଣ ଆହତ ହୋଇଥିବା ଖବର ମିଳିଛି । ବନ୍ୟା ପରେ 265ଟି ପୌରପାଳିକା ପ୍ରଭାବିତ ହୋଇଥିବା ବେଳେ 24 ହଜାରରୁ ଊର୍ଦ୍ଧ୍ବ ଲୋକ ଘର ଛାଡିଛନ୍ତି । ପାଣିରେ ରାସ୍ତାଘାଟ ନଦୀ ଓ ଘର ସବୁ ବୁଡିକି ରହିଛି । ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସରକାରଙ୍କ ପକ୍ଷରୁ ବନ୍ୟା ବିପନ୍ନମାନଙ୍କୁ ରିଲିଫ ଯୋଗାଇ ଦିଆଯାଉଛି । ନଦୀ ଓ ପାହାଡ ପରି ବିପଦସଙ୍କୁଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଅନ୍ୟପେଟ ଇଣ୍ଡୋନେସିଆରେ ପ୍ରବଳ ବର୍ଷା ଯୋଗୁଁ 16 ଜଣଙ୍କର ମୃତ୍ୟୁ ହୋଇଛି । 1800ରୁ ଅଧିକ ଘର ଭୁଶୁଡି ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.