ETV Bharat / entertainment

OTTରେ ଧୁମ୍ ମଚାଇବ ରାଜାମୌଲିଙ୍କ 'ବାହୁବଳୀ କ୍ରାଉନ ଅଫ ବ୍ଲଡ' - Baahubali Crown of Blood

author img

By ETV Bharat Odisha Team

Published : May 1, 2024, 10:29 AM IST

ପୁଣି ଫେରିଲା 'ବାହୁବଳୀ', ଏସଏସ ରାଜାମୌଲି 'ବାହୁବଳୀ କ୍ରାଉନ ଅଫ ବ୍ଲଡ' କଲେ ଘୋଷଣା
ପୁଣି ଫେରିଲା 'ବାହୁବଳୀ', ଏସଏସ ରାଜାମୌଲି 'ବାହୁବଳୀ କ୍ରାଉନ ଅଫ ବ୍ଲଡ' କଲେ ଘୋଷଣା

Baahubali Crown of Blood: ନିର୍ଦ୍ଦେଶକ ଏସଏସ ରାଜାମୌଲି ଏପ୍ରିଲ ୩୦ରେ ତାଙ୍କ ପ୍ରଶଂସକଙ୍କୁ ଏକ ବଡ ଉପହାର ଦେଇଛନ୍ତି । ବାହୁବଳୀ ଏବଂ ବାହୁବଳୀ ୨ ପରେ ତାଙ୍କର ଆଗାମୀ ପ୍ରକଳ୍ପ ଘୋଷଣା କରିଛନ୍ତି । 'ବାହୁବଳୀ: କ୍ରାଉନ ଅଫ ବ୍ଲଡ' ର ଆନିମେଟେଡ୍ ସିରିଜ ସହ ପୁଣି ଫେରୁଛନ୍ତି ରାଜାମୌଲି ।

ହାଇଦ୍ରାବାଦ: 'ବାହୁବଳୀ', 'ବାହୁବଳୀ ୨' ଏବଂ 'ଆରଆରଆର' ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ଦେବା ପରେ ଫ୍ୟାନ୍ସ ଏବଂ ଦର୍ଶକ ନିର୍ଦ୍ଦେଶକ ଏସ ଏସ ରାଜାମୌଲିଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ବର୍ତ୍ତମାନ ସେହି ଅପେକ୍ଷାର ଅନ୍ତ ହୋଇଛି । ଏପ୍ରିଲ ୩୦ରେ ନିର୍ଦ୍ଦେଶକ ତାଙ୍କ ଆଗାମୀ ପ୍ରକଳ୍ପ ଘୋଷଣା କରିଛନ୍ତି । ବର୍ତ୍ତମାନ ରାଜାମୌଲି ଫିଲ୍ମ ନୁହଁ 'ବାହୁବଳୀ' ସିରିଜ ସହ ଧମାକା କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏହାର ଝଲକ ଦେଖାଇବା ସହ ସିରିଜର ଟାଇଟଲ 'ବାହୁବଳୀ: କ୍ରାଉନ ଅଫ ବ୍ଲଡ' ବୋଲି ପ୍ରକାଶ କରିଛନ୍ତି ।

'ବାହୁବଳୀ: କ୍ରାଉନ ଅଫ ବ୍ଲଡ'ହେଉଛି ଏକ ଆନିମେଟେଡ୍ ସିରିଜ । ଟାଇଟଲ ଘୋଷଣା କରିବା ସହ ରାଜାମୌଲି ଏହା ମଧ୍ୟ କହିଛନ୍ତି ଯେ ସେ ଖୁବଶୀଘ୍ର ଏହାର ଟ୍ରେଲର ରିଲିଜ୍ କରିବେ। ନିର୍ଦ୍ଦେଶକ ଏକ୍ସରେ ଏକ ଭିଡିଓ ସେୟାର କରି ଏହାର ଝଲକ ଦେଖାଇ ଏହାର ସୂଚନା ଦେଇଛନ୍ତି । ଏହି ଭିଡିଓର ପୃଷ୍ଠଭୂମିରେ, ଲୋକମାନେ 'ବାହୁବଳୀ'ର ସ୍ଲୋଗାନ ଦେଉଥିବାର ଶୁଣିବାକୁ ମିଳୁଛି । ଏହି ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, "ଯେତେବେଳେ ଲୋକମାନେ ମହିଷ୍ମତିଙ୍କ ନାମ ଜପ କରନ୍ତି, ସେତେବେଳେ ବ୍ରହ୍ମାଣ୍ଡର କୌଣସି ଶକ୍ତି ତାଙ୍କୁ ଫେରିବାରେ ରୋକି ପାରିବେ ନାହିଁ। ବାହୁବଳୀର ଟ୍ରେଲର: କ୍ରାଉନ ଅଫ ବ୍ଲଡ, ଏକ ଆନିମେଟେଡ୍ ସିରିଜ୍ ଶୀଘ୍ର ଆସିବ ।"

ଆନିମେଟେଡ୍ ସିରିଜର ଅଭିନେତା କିଏ ହେବେ କିମ୍ବା ଏହାର କାହାଣୀ କ’ଣ ହେବ? ରାଜାମୌଲି ଏପର୍ଯ୍ୟନ୍ତ ଏ ବିଷୟରେ କିଛି ପ୍ରକାଶ କରିନାହାଁନ୍ତି। ତେବେ ଭିଡିଓ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ଅଧିକାଂଶ ଫ୍ୟାନ୍ସ ଲେଖିଛନ୍ତି ଯେ ଆମେ ସମସ୍ତେ ଉତ୍ସାହର ସହ ଏହାକୁ ଅପେକ୍ଷା କରିଛୁ । ଜଣେ କହିଛନ୍ତି, ସୁପର ବାହୁବଳୀ । ସେହିପରି ଆଉ ଜଣେ ଲେଖିଛନ୍ତି, ଏହା ନେଟଫ୍ଲିକ୍ସରେ ଆସିବ କି?

ଏହା ମଧ୍ୟ ପଢନ୍ତୁ: ବାହୁବଳୀ ଏବଂ RRR ସଫଳତା ପରେ 'Made In India' ଘୋଷଣା କଲେ ରାଜାମୌଲି

ସୂଚନା ଥାଉ କି, ରାଜାମୌଲି ୨୦୧୫ରେ ପ୍ରଭାସଙ୍କ ସହ 'ବାହୁବଳୀ: ଦ ବିଗନିଙ୍ଗ' ରିଲିଜ କରିଥିଲେ । ଏଥିରେ ଅନେକ ସୁପରଷ୍ଟାର ନଜର ଆସିଥିବା ବେଳେ ଫିଲ୍ମଟି ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା । କେବଳ ଦେଶରେ ନୁହେଁ ଏହାର ଜାପାନ, ଚୀନ୍ ଏବଂ ଅନେକ ୟୁରୋପୀୟ ଦେଶ ମଞ୍ଚରେ ରେକର୍ଡ ଭାଙ୍ଗିଛି । ଚଳଚ୍ଚିତ୍ରର ଅଦମ୍ୟ ସଫଳତା ପରେ ନିର୍ମାତାମାନେ ୨୦୧୭ରେ 'ବାହୁବଲୀ ୨' ସହ ପୁଣି ପରଦାରେ ଧମାକା କରିଥିଲେ । ଯାହା ସମୁଦାୟ ୧,୮୧୦ କୋଟି ଟଙ୍କା ରୋଜଗାର କରିଥିଲା ​​ଏବଂ ଭାରତୀୟ ବକ୍ସ ଅଫିସରେ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଇତିହାସ ରଚିଥିଲା । ବର୍ତ୍ତମାନ ରାଜାମୌଲି ବାହୁବଳୀଙ୍କୁ ଏକ ଆନିମେଟେଡ ସିରିଜ ସହ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.