ETV Bharat / entertainment

ବାହୁବଳୀ ଏବଂ RRR ସଫଳତା ପରେ 'Made In India' ଘୋଷଣା କଲେ ରାଜାମୌଲି

author img

By ETV Bharat Odisha Team

Published : Sep 19, 2023, 3:39 PM IST

ଓସ୍କାର ବିଜେତା ଚଳଚ୍ଚିତ୍ର RRR ର ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି ତାଙ୍କର ନୂଆ ଚଳଚ୍ଚିତ୍ର 'ମେଡ୍ ଇନ୍ ଇଣ୍ଡିଆ' ଘୋଷଣା କରିଛନ୍ତି। ଏହି ପ୍ରୋଜେକ୍ଟ ହେଉଛି ଭାରତୀୟ ସିନେମାର ଏକ ବାୟୋପିକ। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସେ ଏହି ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

ବାହୁବଳୀ ଏବଂ ଆରଆରଆର ସଫଳତା ପରେ 'Made In India' ଘୋଷଣା କଲେ ରାଜାମୌଲି
ବାହୁବଳୀ ଏବଂ ଆରଆରଆର ସଫଳତା ପରେ 'Made In India' ଘୋଷଣା କଲେ ରାଜାମୌଲି

ହାଇଦ୍ରାବାଦ: 'ବାହୁବଲୀ' ଏବଂ 'ଆରଆରଆର' ସଫଳତା ପରେ ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି। ନିର୍ଦ୍ଦେଶକ ତାଙ୍କ ଆଗାମୀ ଫିଲ୍ମ 'ମେଡ୍ ଇନ୍ ଇଣ୍ଡିଆ' ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଫିଲ୍ମର ଟିଜର ସେୟାର କରି ସେ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି।

ରାଜାମୌଲି ତାଙ୍କ ଏକ୍ସ ଏବଂ ଇନଷ୍ଟା ଆକାଉଣ୍ଟରେ ପ୍ରଶଂସକମାନଙ୍କୁ ତାଙ୍କ ନୂଆ ଫିଲ୍ମର ଖୁସି ଖବର ଦେଇଛନ୍ତି। ଏବଂ ଟିଜର ସେୟାର କରି ସେ ଲେଖିଛନ୍ତି, ଯେତେବେଳେ ମୁଁ ଏହାର କାହାଣୀ ପ୍ରଥମ ଥର ଶୁଣିଲି, ଏହା ମୋତେ ଭାବପ୍ରବଣ କରିଥିଲା। ବାୟୋପିକ୍ ତିଆରି କରିବା କଷ୍ଟସାଧ୍ୟ, କିନ୍ତୁ ଭାରତୀୟ ଇତିହାସ ବିଷୟରେ କଳ୍ପନା କରିବା, ଏହା ଏକ ଚ୍ୟାଲେଞ୍ଜିଂ ଅଟେ। ମୋ ଟିମ ତାହା ପାଇଁ ପ୍ରସ୍ତୁତ, ଗର୍ବର ସହ ମେଡ୍ ଇନ୍ ଇଣ୍ଡିଆ ପ୍ରୋଜେକ୍ଟ କରୁଛି।'

କାହାଣୀ କ’ଣ ହେବ?

ବାୟୋପିକ୍ ମେଡ୍ ଇନ୍ ଇଣ୍ଡିଆରେ ଭାରତୀୟ ସିନେମାର ଇତିହାସ ଏବଂ ଏହାର ଆଜିର ଦିନ ଉପରେ ଧ୍ୟାନ ଦିଆଯିବ। ଭାରତୀୟ ସିନେମାର କାହାଣୀ ଆରମ୍ଭରୁ ଏହାର ସଫଳତା ପର୍ଯ୍ୟନ୍ତ ଏହି ବାୟୋପିକରେ ଦେଖିବାକୁ ମିଳିବ। ରାଜାମୌଲିଙ୍କ ପ୍ରତିନିଧିତ୍ୱ ଅନୁଯାୟୀ ଏହା ଏକ ମ୍ୟାଗନମ୍ ଅପସ୍ ଫିଲ୍ମ ହେବ, ଯାହା ଏକ ବଡ଼ ଆକାରରେ ପ୍ରଭାବ ପକାଇବାକୁ ଯାଉଛି। ତେବେ ରାଜାମୌଲି ଏହି ବାୟୋପିକ୍ ନିର୍ଦ୍ଦେଶନା ଦେବେ ନାହିଁ। 'ମେଡ୍ ଇନ୍ ଇଣ୍ଡିଆ' ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ନିର୍ଦ୍ଦେଶକ ନିତିନ କକ୍କର ନିର୍ଦ୍ଦେଶନା ଦେବେ। ଏବଂ ଏହି ଚଳଚ୍ଚିତ୍ରଟି ରାଜାମୌଲିଙ୍କ ପୁଅ ଏସ୍ କାର୍ତ୍ତିକେୟ ଏବଂ ବରୁଣ ଗୁପ୍ତାଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି।

ଏହା ମଧ୍ୟ ପଢନ୍ତୁ:10 ଭାଗରେ ନିର୍ମିତ ହେବ ଫିଲ୍ମ 'ମହାଭାରତ', ଜାଣନ୍ତୁ କଣ କହିଲେ RRR ନିର୍ଦ୍ଦେଶକ

ସୂଚନା ଥାଉ କି, ନିତିନ ଏହା ପୂର୍ବରୁ ଫିଲ୍ମିସ୍ତାନ୍ (2012), ମିତ୍ରନ୍ (2018), ନୋଟବୁକ୍ (2019) ଏବଂ ଚଳଚ୍ଚିତ୍ର ଜୱାନୀ-ଜାନେମନ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ। ବର୍ତ୍ତମାନ ସେ 'ମେଡ୍ ଇନ୍ ଇଣ୍ଡିଆ' ପ୍ରସ୍ତୁତ କରୁଛନ୍ତି। ସେହିପରି ଏସ୍ ଏସ୍ ରାଜାମୌଲି 2023 ଆରମ୍ଭରୁ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଚଳଚ୍ଚିତ୍ର ବାହୁବଳୀ ବେଶ ହିଟ୍ ହେବା ସହ ଲୋକପ୍ରିୟତା ହାସଲ କରିଥିଲା। ପରେ RRR ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିଥିଲା। ଏହି ଚଳଚ୍ଚିତ୍ର ଓସ୍କାର ଆୱାର୍ଡ ଟାଇଟଲ ହାତେଇଥିଲା। ଫିଲ୍ମର ନାଟୁ ନାଟୁ ଗୀତ ଏକାଡେମୀ ପୁରସ୍କାର 2023 ରେ ଶ୍ରେଷ୍ଠ ମୂଳ ଗୀତ ବର୍ଗରେ ପୁରସ୍କାର ପାଇଥିଲା। କେବଳ ଏତିକି ନୁହେଁ ଏହି ଫିଲ୍ମ 7ରୁ ଅଧିକ ଆନ୍ତର୍ଜାତୀୟ ପୁରସ୍କାର ମଧ୍ୟ ହାସଲ କରି ସଫଳତା ହାସଲ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.