ETV Bharat / entertainment

ରିଙ୍କୁ ସିଂଙ୍କ ସହ କ୍ରିକେଟ ଖେଳିଲେ କିଙ୍ଗ ଖାନଙ୍କ ଲାଡ୍‌ଲା, ଭିଡିଓ ଭାଇରାଲ - ShahRukh And Abram With Kkr

author img

By ETV Bharat Odisha Team

Published : Apr 29, 2024, 4:43 PM IST

କିଙ୍ଗ ଖାନ ଠାରୁ କମ ନୁହଁ ପୁଅ ଅବରାମ, ରିଙ୍କୁ ସିଂଙ୍କ ସହ ଖେଳିଲେ କ୍ରିକେଟ
କିଙ୍ଗ ଖାନ ଠାରୁ କମ ନୁହଁ ପୁଅ ଅବରାମ, ରିଙ୍କୁ ସିଂଙ୍କ ସହ ଖେଳିଲେ କ୍ରିକେଟ

ShahRukh And Abram With Kkr: କୋଲକାତାରେ ଦିଲ୍ଲୀ ବିପକ୍ଷରେ ନାଇଟ୍ ରାଇଡର୍ସର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ମାଲିକ ଶାହାରୁଖ ଖାନ ଏବଂ ତାଙ୍କ ପୁଅ ଅବରାମ ଟିମର ଟ୍ରେନିଂ ଅଧିବେଶନରେ ଯୋଗ ଦେଇଥିଲେ । ଏହି ସମୟରେ ଉଭୟ ଟିମ ସହ କ୍ରିକେଟ ଖେଳିଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ହାଇଦ୍ରାବାଦ: ଆଇପିଏଲକୁ ନେଇ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ମଧ୍ୟରେ କ୍ରେଜ ଜାରି ରହିଛି । ବଲିଉଡରେ କିଛି ତାରକା ଅଛନ୍ତି, ଯାହାର ନିଜର ଆଇପିଏଲ୍ ଟିମ ଅଛି । ଏଥିରେ ଶାହରୁଖ ଖାନଙ୍କ ନାମ ପ୍ରଥମ । ଯାହାଙ୍କ ଟିମର ନାଁ କୋଲକାତା ନାଇଟ୍ ରାଇଡର୍ସ । ଅଭିନେତା ତାଙ୍କ ଦଳକୁ ସବୁବେଳେ ଚିୟରଅପ କରିବା ପାଇଁ ମ୍ୟାଚରେ ସାମିଲ ହୋଇଆସୁଛନ୍ତି । ତେବେ ଆଜି କୋଲକାତା ନାଇଟ୍ ରାଇଡର୍ସ ସହ ଦିଲ୍ଲୀ କ୍ୟାପିଟାଲ୍ସର ମ୍ୟାଚ ହେବାକୁ ଥିବା ବେଳେ ଏହା ପୂର୍ବରୁ ଚିମର ଜୋରଦାର ଟ୍ରେନିଂ ନେଇଥିଲେ । ଏହି ସମୟରେ କିଙ୍ଗ ଖାନ ତାଙ୍କ ଅବରାମଙ୍କ ସହ ନଜର ଆସିଥିଲେ ଏବଂ କ୍ରିକେଟ୍ ମଧ୍ୟ ଖେଳିଥିଲେ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାଇରାଲ ଭିଡିଓରେ କିଙ୍ଗ ଖାନଙ୍କ ସାନ ନବାବ ଅବରାମ କେକେଆର ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂଙ୍କୁ ବୋଲିଂ କରୁଥିବା ଦେଖିବାକୁ ମିଳିଛି । ଅବରାମ ରିଙ୍କୁଙ୍କୁ ଏକ ହ୍ୱାଇଟ ୟର୍କର ବୋଲିଂ କରିଥିଲେ, ଯାହା ବ୍ୟାଟ୍ସମ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହି ସମୟରେ, ଶାହାରୁଖ ଖାନ ମଧ୍ୟ ବ୍ୟାଟିଂ କରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ଏବଂ ଉଭୟଙ୍କର ପ୍ରଶଂସା କରିଛନ୍ତି । କହିରଖୁଛୁ କି, କେକେଆର ଆଜି ଅର୍ଥାତ୍ ସୋମବାର ଇଡେନ୍ ଗାର୍ଡେନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ପିଚରେ ନାଇଟ୍ ରାଇଡର୍ସ କ୍ରମାଗତ ୮ଟି ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ ସେମାନେ ୫ଟି ଜିତି ୩ଟି ହାରିଛି ।

ଶାହାରୁଖ ଖାନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଶାହାରୁଖ ଜାନୁଆରୀ ୨୦୨୩ରେ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ 'ପଠାନ' ସହ ପରଦାକୁ ଫେରିଥିଲେ, ଯାହା ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଥିଲା । ପଠାନ ପରେ କିଙ୍ଗ ଖାନ ସେପ୍ଟେମ୍ବରରେ 'ଜବାନ' ସହ ପ୍ରେକ୍ଷାଳୟରେ ଜଲୱା ଦେଖାଇଥିଲେ । ଏହି ଫିଲ୍ମ ୧୧୦୦କୋଟିରୁ ଅଧିକ ଆୟ କରି ଇତିହାସ ରଚିଥିଲା । ପରେ ଡିସେମ୍ବରରେ ସେ ରାଜକୁମାର ହିରାନୀଙ୍କ ଫିଲ୍ମ 'ଡଙ୍କି'ରେ ନଜର ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ: କୋଲକାତାକୁ ୨ ୱିକେଟରେ ହରାଇଲା ରାଜସ୍ଥାନ, ଷ୍ଟାଡିୟମରେ କାନ୍ଦିଲେ ଶାହାରୁଖ

ଯଦି ମିଡିଆ ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଶାହାରୁଖଙ୍କୁ 'ଟାଇଗର ଭର୍ସେସ ପଠାନ'ରେ ସଲମାନ ଖାନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଟାଇଗର (ସଲମାନ) ଶାହାରୁଖ ଖାନଙ୍କ ଚରିତ୍ର ପଠାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । କରଣ ଅର୍ଜୁନଙ୍କ ପରେ ଉଭୟଙ୍କୁ ଏହି ଫିଲ୍ମରେ ପୁଣି ଏକାଥରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମ ନେଇ ନିର୍ମାତାଙ୍କ ଅଫିସିଆଲି ଘୋଷଣାକୁ ଅପେକ୍ଷା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.