ETV Bharat / sports

କୋଲକାତାକୁ ୨ ୱିକେଟରେ ହରାଇଲା ରାଜସ୍ଥାନ, ଷ୍ଟାଡିୟମରେ କାନ୍ଦିଲେ ଶାହାରୁଖ - SRK Emotional After KKR Loss Match

author img

By ETV Bharat Odisha Team

Published : Apr 17, 2024, 2:25 PM IST

Updated : Apr 17, 2024, 5:20 PM IST

SRK Gets Emotional After KKR Loss Match: ଗତକାଲି କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଇପିଏଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କୋଲକାତାକୁ ୨ ୱିକେଟରେ ହରାଇ ରାଜସ୍ଥାନ ବିଜୟ ହାସଲ କରିଛି । ତେବେ ନିଜ ଟିମ ହାରିବା ଦେଖି ଭାବବିହ୍ୱଳ ହୋଇଛନ୍ତି ଶାହାରୁଖ ଖାନ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

କୋଲକାତାକୁ ୨ ୱିକେଟରେ ହରାଇଲା ରାଜସ୍ଥାନ, ଭାବବିହ୍ୱଳ ହେଲେ କିଙ୍ଗ ଖାନ
କୋଲକାତାକୁ ୨ ୱିକେଟରେ ହରାଇଲା ରାଜସ୍ଥାନ, ଭାବବିହ୍ୱଳ ହେଲେ କିଙ୍ଗ ଖାନ

ହାଇଦ୍ରାବାଦ: ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କ ଆଇପିଏଲ ଦଳ କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମଙ୍ଗଳବାର କଡା ମୁକାବିଲା ହୋଇଥିଲା । ଏହି ମ୍ୟାଚ ଦେଖିବା ପାଇଁ ଶାହାରୁଖ ଖାନ ନିଜେ ଇଡେନ ଗାର୍ଡେନ ଷ୍ଟାଡିୟମରେ ପହଞ୍ଚିଥିଲେ । ହେଲେ ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିଜୟ ଲାଭ କରିଥିବା ବେଳେ ଶାହାରୁଖଙ୍କ ଟିମ୍ କୋଲକାତା ନାଇଟ୍ ରାଇଡର୍ସ ମାତ୍ର ୨ ୱିକେଟରେ ହାରିଛି । ମ୍ୟାଚ ହାରିବା ଦେଖି କିଙ୍ଗ ଖାନ ବେଶ ଭାବବିହ୍ୱଳ ହୋଇଥିଲେ । ଷ୍ଟାଡିୟମରେ ଶାହାରୁଖ ଖାନଙ୍କ କାନ୍ଦିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ ଏବେ ତାଙ୍କ ଦଳର ପରାଜୟକୁ ନେଇ ଶାହାରୁଖ ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ଭାଇରାଲ ହେଉଥିବା ଭିଡିଓରେ ଶାହାରୁଖ ଖାନ କାନ୍ଦୁଥିବାର ନଜର ଆସିଛନ୍ତି । ମ୍ୟାଚ ହାରିବା ଦେଖି ସେ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଷ୍ଟାଡିୟମରେ ବସି ପଡିଥିଲେ ଏବଂ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ପ୍ରଶଂସକମାନେ କିଙ୍ଗ ଖାନ ଏବଂ ଚକ ଦେ ଇଣ୍ଡିଆ'ରେ ତାଙ୍କ କୋଚ କବୀରଙ୍କ ଚରିତ୍ର ସମାନ କରି ଏକ ଫଟୋ ସେୟାର କରିଛନ୍ତି । ତେବେ ଶାହାରୁଖ ଖାନଙ୍କୁ ଏପରି ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହୋଇଥିଲେ ।

ଏହାପରେ ତାଙ୍କ ଦଳର ପରାଜୟକୁ ନେଇ ଶାହାରୁଖ ଖାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହି ଭିଡିଓ ସହ ସେ ନିଜ ଟିମର ଆତ୍ମବିଶ୍ୱାସ ବଢାଉଥିବା ନଜର ଆସିଛନ୍ତି । କିଙ୍ଗ ଖାନ କହିଛନ୍ତି, ''ଏମିତି କିଛି ଦିନ ଅଛି ଯେତେବେଳେ ଆମେ ଜିତିବାକୁ ଯୋଗ୍ୟ ନୁହଁ, କିନ୍ତୁ କିଛି ଜିନିଷ ଅଛି ଯାହା ଜିନିଷ ବଦଳାଇଥାଏ । ମୁଁ ଭାବୁଛି ଆଜି ଆମେ ହାରିବାକୁ ଯୋଗ୍ୟ ନଥିଲୁ । ତୁମେ ସମସ୍ତେ ବହୁତ ଭଲ ଖେଳିଲ । ଆମେ ନିଜ ପାଇଁ ବହୁତ ଗର୍ବିତ ହେବା ଉଚିତ୍ । ଦୟାକରି ଦୁଃଖିତ କିମ୍ବା ନିରାଶ ହୁଅନ୍ତୁ ନାହିଁ । ଆମେ ଶୀର୍ଷ ପ୍ରଦର୍ଶନ କରୁଛୁ ଏବଂ ଏହାକୁ ବଜାୟ ରଖ । ଏହି ମ୍ୟାଚ ପାଇଁ ଭଗବାନଙ୍କ ଏହି ଯୋଜନା ଥିଲା । ନିରାଶ ହୁଅନି, ଆମେ ଆଗାମୀ ଦିନରେ ନିଶ୍ଚୟ ବିଜୟ ହାସଲ କରିବା ।''

ଏହା ମଧ୍ୟ ପଢନ୍ତୁ: ଚିନ୍ନାସ୍ବାମୀରେ ହାଇଦ୍ରାବାଦ ବ୍ୟାଟରଙ୍କ ଆତଙ୍କ, 25 ରନରେ ହାରିଲା

ମ୍ୟାଚ୍ ବିଷୟରେ କହିବାକୁ ଗଲେ କୋଲକାତା ୨୦ ଓଭରରେ ୬ଟି ୱିକେଟ୍ ହରାଇ ୨୨୩ ରନ୍ ସଂଗ୍ରହ କରିଥିଲା । ସେପଟେ ରାଜସ୍ଥାନ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୨୨୪ ରନ୍ ସଂଗ୍ରହ କରି ଦୁଇଟି ୱିକେଟ୍ ନେଇ ମ୍ୟାଚ୍ ଜିତିଥିଲା ।

Last Updated : Apr 17, 2024, 5:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.