ETV Bharat / entertainment

'ଡନ' ପରେ 'ରାକ୍ଷସ' ହେବେ ରଣଭୀର, ଏହି ନିର୍ଦ୍ଦେଶକଙ୍କ ସହ କରିବେ କାମ - Ranveer Singh New Film

author img

By ETV Bharat Odisha Team

Published : Apr 29, 2024, 6:02 PM IST

'ଡନ' ପରେ 'ରାକ୍ଷସ' ହେବେ ରଣଭୀର, ଏହି ନିର୍ଦ୍ଦେଶକଙ୍କ ସହ କରିବେ କାମ
'ଡନ' ପରେ 'ରାକ୍ଷସ' ହେବେ ରଣଭୀର, ଏହି ନିର୍ଦ୍ଦେଶକଙ୍କ ସହ କରିବେ କାମ

Ranveer Singh New Film: ରଣଭୀର ସିଂ 'ଡନ' ପରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରାକ୍ଷସ'ରେ ସାଇନ କରିଥିବା ଜଣାପଡିଛି । ଏହି ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମାଙ୍କ ଦ୍ୱାରା ନିର୍ଦ୍ଦେଶନା ଦେବେ ।

ହାଇଦ୍ରାବାଦ: ଲୋକପ୍ରିୟ ଅଭିନେତା ରଣଭୀର ସିଂ ବଲିଉଡ ପରେ ଏବେ ସାଉଥରେ ଜଲୱା ଦେଖାଇବାକୁ ଯାଉଛନ୍ତି । ସାଉଥ ସିନେମାର ସୁପରହିଟ୍ ଫିଲ୍ମ 'ହନୁମାନ' ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମାଙ୍କ ସହ ରଣଭୀର ସିଂ ଏକାଠି ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଦୀର୍ଘ ଦିନ ଧରି ଏହି ଚଳଚ୍ଚିତ୍ର ବିଷୟରେ ଆଲୋଚନା ହୋଇଆସୁଛି । ଏହି ସମୟରେ ରଣଭୀର ଏବଂ ପ୍ରଶାନ୍ତଙ୍କ ଫିଲ୍ମର ଟାଇଟଲ୍ ପ୍ରକାଶ ପାଇଛି । ଫିଲ୍ମ 'ରାକ୍ଷସ'ରେ ନଜର ଆସିବାକୁ ଥିବା ବେଳେ ଏହି ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ଜଣାପଡିଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ରଣଭୀର ସିଂ ଖୁବଶୀଘ୍ର ସାଉଥରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିପାଇଁ ରଣଭୀର ଗତ ବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ 'ହନୁମାନ'ର ନିର୍ଦ୍ଦେଶକ ପ୍ରଶାନ୍ତ ଭର୍ମାଙ୍କ ସହ ହାତ ମିଳାଇଛନ୍ତି । ତାଙ୍କ ଫିଲ୍ମ ଏକ ସୁପରହିଟ୍ ହୋଇଥିଲା । ପ୍ରଶାନ୍ତ ବର୍ମାଙ୍କ ଫିଲ୍ମ 'ରାକ୍ଷସ'ରେ ରଣଭୀର ନଜର ଆସିବେ । କୁହାଯାଉଛି କି, ରଣଭୀର ଏବଂ ପ୍ରଶାନ୍ତ କ୍ରମାଗତ ଭାବରେ ସାକ୍ଷାତ କରୁଥିଲେ । ସାକ୍ଷାତ ସମୟରେ ପ୍ରଶାନ୍ତ ଫିଲ୍ମର କାହାଣୀ ରଣଭୀରଙ୍କୁ ବର୍ଣ୍ଣନା କରିଥିଲେ ଏବଂ ସେ ଏହାକୁ ବହୁତ ପସନ୍ଦ କରିଥିଲେ । ରଣଭୀର ପ୍ରଶାନ୍ତଙ୍କ ସହିତ ଚୁକ୍ତି ଶେଷ କରିଛନ୍ତି ।

ସ୍ୱାଧୀନତା ପୂର୍ବର ପୌରାଣିକ ପୃଷ୍ଠଭୂମି ଉପରେ ଆଧାରିତ 'ରାକ୍ଷସ' ବୋଲି କୁହାଯାଉଛି । ଏହି ଚଳଚ୍ଚିତ୍ରରେ ରଣଭୀର ନେଗେଟିଭ ରୋଲରେ ନଜର ଆସିବେ । ଯଦି ରିପୋର୍ଟ ଗୁଡିକୁ ବିଶ୍ୱାସ କରାଯାଏ, ତେବେ ଫିଲ୍ମର ସ୍କ୍ରିପ୍ଟ ଏବଂ ସ୍କ୍ରିନପ୍ଲେ ପ୍ରସ୍ତୁତ ହୋଇସାରିଛି । ବର୍ତ୍ତମାନ ନିର୍ମାତାମାନେ ସୁଟିଂ ସମୟସୀମା ତିଆରି କରିବାରେ ବ୍ୟସ୍ତ ଅଛନ୍ତି । କେବଳ ଏତିକି ନୁହେଁ, ହନୁମାନ ଜୟନ୍ତୀଙ୍କ ଉପରେ ଫିଲ୍ମର ପୂଜା ସମାରୋହ ମଧ୍ୟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଏଥର 11 ଦେଶର ପୋଲିସ ଖୋଜିବେ ରଣଭୀରଙ୍କୁ, ଆସିଲା ଡନ-3ର ଦମଦାର ଟିଜର

ରଣଭୀର ସିଂଙ୍କ ଅନ୍ୟ ଫିଲ୍ମ ବିଷୟରେ କହିବାକୁ ଗଲେ, ୨୦୨୪ ବର୍ଷ ରଣଭୀର ସିଂଙ୍କ ପାଇଁ ଭଲ ବୋଲି ପ୍ରମାଣିତ ହେଉଛି । ସେ କ୍ରମାଗତ ଭାବରେ ଅନେକ ଚଳଚ୍ଚିତ୍ର ସାଇନ କରୁଛନ୍ତି । ଏହି ଅଭିନେତାଙ୍କର ପୂର୍ବରୁ ନିର୍ଦ୍ଦେଶକ ଫରହାନ ଅଖତରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଡନ୍ ୩' ରହିଛି । ଏହା ବ୍ୟତୀତ ରଣଭୀର ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ମେଗା ବଜେଟ୍ ଚଳଚ୍ଚିତ୍ର 'ସିଙ୍ଘମ୍ ଏଗେନ' ମଧ୍ୟ ରହିଛି । ବର୍ତ୍ତମାନ ରଣଭୀର ସିଂ ନିର୍ଦ୍ଦେଶକ ପ୍ରଶାନ୍ତ ଭର୍ମାଙ୍କ ଫିଲ୍ମ 'ରାକ୍ଷସ' ସାଇନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.