ETV Bharat / entertainment

Don 3: ଏଥର 11 ଦେଶର ପୋଲିସ ଖୋଜିବେ ରଣଭୀରଙ୍କୁ, ଆସିଲା ଡନ-3ର ଦମଦାର ଟିଜର

author img

By

Published : Aug 9, 2023, 1:24 PM IST

ସବୁ କଳ୍ପନାଜଳ୍ପନାର ହେଲା ଅନ୍ତ । ଅମିତାଭ, ଶାହାରୁଖ ପରେ ଡନ ଭୂମିକାରେ ନଜର ଆସିବେ ରଣଭୀର ସିଂ । ଫିଲ୍ମର ଟିଜର ରିଲିଜ କରିଛନ୍ତି ନିର୍ମାତା । ଯେଉଁଥିରେ ରଣଭୀରଙ୍କ ପ୍ରଥମ ଲୁକ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ,

Don 3: ଅମିତାଭ, ଶାହାରୁଖ ପରେ ରଣଭୀର ସିଂ ହେଲେ ଡନ, ଫିଲ୍ମର ଦମଦାର ଟିଜର ରିଲିଜ
Don 3: ଅମିତାଭ, ଶାହାରୁଖ ପରେ ରଣଭୀର ସିଂ ହେଲେ ଡନ, ଫିଲ୍ମର ଦମଦାର ଟିଜର ରିଲିଜ

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ଅପେକ୍ଷାର ହେଲା ଅନ୍ତ । ଡନ ଭୂମିକାରେ ନଜର ଆସିବେ ବଲିଉଡ ଅଭିନେତା ରଣଭୀର ସିଂ । ଫିଲ୍ମର ଟିଜର ସହ ରଣଭୀରଙ୍କ ପ୍ରଥମ ଲୁକ୍ ରିଲିଜ ହୋଇଛି । ଫିଲ୍ମ ଘୋଷଣା ହେବା ପରେ ଫିଲ୍ମର କାଷ୍ଟକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ଟିଜର ରିଲିଜ କରି ନିର୍ମାତା ରଣଭୀର ସିଂଙ୍କ ନାଁରେ ମୋହର ଲଗାଇଥିବା ଜଣାପଡିଛି ।

  • " class="align-text-top noRightClick twitterSection" data="">

ମଙ୍ଗଳବାର ଦିନ ଡନ 3ର ଘୋଷଣା କରିଥିଲେ ନିର୍ଦ୍ଦେଶକ ଫରହାନ ଅଖତର । ଏହା ଘୋଷଣା ହେବା ପରଠାରୁ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଥିଲା । ଏଥିସହ ଫିଲ୍ମରେ ଶାହାରୁଖ ଖାନ ନଜର ନ ଆସିବା ନେଇ ଖବର ପ୍ରସାରିତ ପରେ ଶାହାରୁଖଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଏହା ପରେ ନିର୍ଦ୍ଦେଶକ ଶାହାରୁଖଙ୍କ ରିପ୍ଲେସ ନେଇ ଏକ ପୋଷ୍ଟ ଜରିଆରେ ପ୍ରତିକ୍ରିୟା ଦେଇଥିଲେ । ସେ ପୋଷ୍ଟ ଜରିଆରେ କିଛି ନୂଆ ରୂପରେ ଡନ 3କୁ ଦର୍ଶାଇବେ ବୋଲି ସ୍ପଷ୍ଟ କରିଥିଲେ । ହେଲେ କାଷ୍ଟକୁ ନେଇ ଖୁଲାସା କରିନଥିଲେ । ତେବେ ଆଜି ଟିଜର ରିଲିଜ କରି ରଣଭୀର ସିଂ ହିଁ ବଲିଉଡର 3ୟ ଡନ ହେବେ ବୋଲି ସ୍ପଷ୍ଟ କରିଛନ୍ତି ନିର୍ମାତା ।

ଫରହାନ ସୋସିଆଲ ମିଡିଆରେ ଫିଲ୍ମର ଟିଜର ରିଲିଜ କରିଛନ୍ତି । ଏଥିରେ ରଣଭୀରଙ୍କ ପ୍ରଥମ ଲୁକ ଦେଖିବାକୁ ମିଳିଛି । 1 ମିନିଟର 40 ସେକେଣ୍ଡର ଏହି ଟିଜରରରେ ରଣଭୀର ସିଂ ଦମଦାର ଡାଇଲଗ କହୁଥିବା ନଜର ଆସିଛନ୍ତି । ସିଗାରେଟ ପିଇବାର ଅନ୍ଦାଜଠୁ ନେଇ ସେ ଷ୍ଟାଇଲିସ ଲୁକରେ ନଜର ଆସିଛନ୍ତି । ପୁରା ଭିଡିଓରେ କେବଳ ରଣଭୀର ସିଂ ସଂଳାପ କହୁଥିବାର ନଜର ଆସିଛନ୍ତି । ଏକ ଉଚ୍ଚ ମହଲା କୋଠା ଭିତରେ ବସିଥିବା ରଣଭୀର ସିଂ କୁହନ୍ତି, “ସମସ୍ତେ ପଚାରନ୍ତି, ସିଂହ ଶୋଇଛି, ସେ କେବେ ଉଠିବ । ସେମାନଙ୍କୁ ସେ କୁହନ୍ତି, ପୁନର୍ବାର ଉଠିଲି ଏବଂ ଶୀଘ୍ର ସାମ୍ନାକୁ ଆସିବି । ମୋର ଶକ୍ତି କ’ଣ, ମୋର ସାହସ କ’ଣ, ମୃତ୍ୟୁ ସହ ଖେଳିବା ଜୀବନ ମୋର​, ଜିତିବା ହେଉଛି ମୋର କାମ । ତୁମେ ଜାଣିଛ ମୋର ନାମ କ’ଣ ? 11ଟି ଦେଶର ପୋଲିସ ମୋତେ ଖୋଜୁଛି, କିନ୍ତୁ ମୋତେ କିଏ ଧରିଛି ? ମୁଁ ଡନ୍।''

ଫରହାନ୍ ଅଖତର ଡନ୍ 3 ନିର୍ଦ୍ଦେଶନା ଦେବା ସହ ସେ ଏହାକୁ ଲେଖିଛନ୍ତି । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏହସାନ ଲୋୟ ଏବଂ ଜାଭେଦ ଅଖତର, ଯିଏ ପ୍ରଥମ ଡନ୍ (ସଲିମ ଖାନଙ୍କ ସହ) ଲେଖିଛନ୍ତି, ଏହି ଚଳଚ୍ଚିତ୍ରର ଗୀତ ଲେଖିଛନ୍ତି । ଏହି ଚଳଚ୍ଚିତ୍ର 2025 ରେ ରିଲିଜ ହେବ ବୋଲି ଜଣାପଡିଛି । ହିନ୍ଦୀ ସିନେମାରେ ଡନ୍ ଫ୍ରାଞ୍ଚାଇଜର ଏହା ହେଉଛି ଚତୁର୍ଥ ଚଳଚ୍ଚିତ୍ର । ଅମିତାଭ ବଚ୍ଚନଙ୍କୁ 1978 ମସିହାରେ ଚନ୍ଦ୍ର ବରୋତ୍ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଡନରେ ଦେଖିବାକୁ ମିଳିଥିଲା । ଅମିତାଭ ଏହି ଚଳଚ୍ଚିତ୍ରରେ ଡନଙ୍କ ଚରିତ୍ରକୁ ଏପରି ଭାବରେ ଅଭିନୟ କରିଥିଲେ ଯେ ଏହା ଆଇକନିକ୍ ହୋଇଗଲା ।

ଏହା ପରେ ଫରହାନ ଅଖତର 2006 ରେ ଶାହରୁଖ ଖାନଙ୍କୁ ବଲିଉଡର ନୂଆ ଡନ୍ କରିଥିଲେ। 2011 ମସିହାରେ ପୁଣି ଥରେ, ଫରହାନ୍ ଶାହାରୁଖଙ୍କ ସହ ଡନ୍ 2 ତିଆରି କରିଥିଲେ। ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିଲା ଏବଂ ଶାହାରୁଖଙ୍କୁ ଏକ ଡନ୍ ଭାବରେ ଦର୍ଶକ ପସନ୍ଦ କରିଥିଲେ । ବର୍ତ୍ତମାନ ନୂଆ ଯୁଗରେ ଫରହାନ୍ ନୂଆ ଡେନ୍ ନେଇ ଆସୁଛନ୍ତି । ତେବେ ଦର୍ଶକ ରଣଭୀର ସିଂଙ୍କୁ ନୂଆ ଡନ୍ ଭାବରେ କେତେ ପସନ୍ଦ କରିବେ ତାହା ଦେଖିବା ବାକି ରହିଲା ।

ଏହା ମଧ୍ୟ ପଢନ୍ତୁ: Don 3ରେ ନଜର ଆସିବେନି ଶାହାରୁଖ ଖାନ! ଅଭିନେତାଙ୍କ ରିପ୍ଲେସ ଉପରେ ମୁହଁ ଖୋଲିଲେ ଫରହାନ ଅଖତର
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.